OJEE 2024: ମେ’ ୬ରୁ ଓଜେଇଇ ପରୀକ୍ଷା, ୱେବସାଇଟରେ ଉପଲବ୍ଧ ହେଲା ଆଡ଼ମିଟ୍ କାର୍ଡ଼
Advertisement
Article Detail0/zeeodisha/odisha2225350

OJEE 2024: ମେ’ ୬ରୁ ଓଜେଇଇ ପରୀକ୍ଷା, ୱେବସାଇଟରେ ଉପଲବ୍ଧ ହେଲା ଆଡ଼ମିଟ୍ କାର୍ଡ଼

OJEE 2024: ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ଭିତରେ ପ୍ରାୟ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ । ୩ଟି ସିଫ୍ଟରେ ଏହି ପରୀକ୍ଷା ହେବ । ସାଢ଼େ ୮ଟାରୁ ସାଢ଼େ ୧୦ଟା, ସାଢ଼େ ୧୨ଟାରୁ ସାଢ଼େ ୨ଟା, ସାଢ଼େ ୪ଟାରୁ ସାଢ଼େ ୬ଟା ଯାଏଁ ଏହି ପରୀକ୍ଷା ଚାଲିବ।

OJEE 2024: ମେ’ ୬ରୁ ଓଜେଇଇ ପରୀକ୍ଷା, ୱେବସାଇଟରେ ଉପଲବ୍ଧ ହେଲା ଆଡ଼ମିଟ୍ କାର୍ଡ଼

OJEE 2024: ମେ’ ୬ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE 2024) । ଏଥିପାଇଁ ଶନିବାର ଓଜେଇଇ (OJEE) ୱେବସାଇଟରେ ଆଡ଼ମିଟ୍ କାର୍ଡ଼ ପ୍ରକାଶ ପାଇଛି । ଛାତ୍ରାଛାତ୍ରୀମାନେ ଓଜେଇଇ ୱେବସାଇଟରେ www.ojee.nic.inରେ ଲଗଇନ୍ କରି ନିଜର ଆପ୍ଲିକେସନ ନମ୍ବର ଓ ପାସୱାର୍ଡ଼ ଦେଇ ଆଡ଼ମିଟ୍ କାର୍ଡ଼ (Admit Card) ଡାଉନଲୋଡ଼ କରିପାରିବେ । ଏନେଇ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ଭିତରେ ପ୍ରାୟ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ । ୩ଟି ସିଫ୍ଟରେ ଏହି ପରୀକ୍ଷା ହେବ । ସାଢ଼େ ୮ଟାରୁ ସାଢ଼େ ୧୦ଟା, ସାଢ଼େ ୧୨ଟାରୁ ସାଢ଼େ ୨ଟା, ସାଢ଼େ ୪ଟାରୁ ସାଢ଼େ ୬ଟା ଯାଏଁ ଏହି ପରୀକ୍ଷା ଚାଲିବ। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ ଓ କଲେଜର ବି.ଫାର୍ମା, ଏମ୍‌ସିଏ, ଏମ୍‌.ଏସ୍‌ସି(କମ୍ପ୍ୟୁଟର ସାଇନ୍ସ), ଏମ୍‌ବିଏ, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ବି.କାର୍ଟ, ଏମ୍‌.ଟେକ୍‌, ଏମ୍‌.ଟେକ୍‌(ପାର୍ଟ-ଟାଇମ୍‌), ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ଲାଟେରାଲ୍‌ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯିବ। ମେ’ ୬, ୭, ୮, ୯ ଓ ୧୦ ତାରିଖରେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମାଧ୍ୟମରେ ହେବ ପରୀକ୍ଷା।

Also Read- IFA Tablet: ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫଏ ଟାବଲେଟ୍

Also Read- Madhusudan Das: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ, ଜାଣନ୍ତୁ ତାଙ୍କୁ ନେଇ କିଛି ରୋଚକ କଥା...