Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2225357

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

HL1-Madhusudan Das Birth Anniversary: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ। ଏନେଇ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଓଡ଼ିଶା ନିର୍ମାଣରେ ମଧୁ ବାବୁଙ୍କ ରହିଥିଲା ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା। ରାଜ୍ୟର ପ୍ରଥମ ବାରିଷ୍ଠର ଭାବେ ମଧ୍ୟ ଦେଶ ବିଦେଶରେ ବେଶ ନାଁ କରିଥିଲେ ମଧୁବାବୁ। ୧୮୪୮ ମସିହା ଏପ୍ରିଲ୍ ୨୮ ତାରିଖ କଟକ ସତ୍ୟଭାମାପୁରରେ ତାଙ୍କର ଜନ୍ମ। ପିତା ଚୌଧୁରୀ ରଘୁନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ ପୁଅ ମଧୁସୂଦନଙ୍କ ପ୍ରଥମ ନାମ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ। 

HL2-Odisha Election 2024: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। କଂଗ୍ରେସ୍,  ବିଜେପି ଓ ବିଜେଡି଼ ଦଳର ଷ୍ଟାର ପ୍ରଚାରକ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ଏହି ପରିପେକ୍ଷୀରେ ଆଜି ହାଇହୋଲଟେଜ୍ ପ୍ରଚାର ହେବାକୁ ଯାଉଛି।  ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବ୍ରହ୍ମପୁରରେ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ରାଜ୍ୟରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। 
 
HL3-Weather Update: ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ପଶ୍ଚିମ ଓ ଉତ୍ତର ପଶ୍ଚିମ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।  ଆସନ୍ତା ୪ ଦିନ ରାଜ୍ୟରେ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।  ଶନିବାର ଦିନ ୪୪.୭ ଡିଗ୍ରୀ ସେଲସିୟସ୍ ସହ ଅନୁଗୁଳ ରାଜ୍ୟର ସର୍ବାଧିକ ଏବଂ ବିଶ୍ବର ୧୧ ତମ ଉତ୍ତପ୍ତ ସହର ପାଲଟିଛି। ସେହିପରି, ୪୪.୬ ଡିଗ୍ରୀ ସହିତ ଭୁବନେଶ୍ବର ରାଜ୍ୟର ଦ୍ବିତୀୟ  ତଥା ବିଶ୍ବର ୧୩ ତମ ଉତ୍ତପ୍ତ ସହର ରହିଥିଲା। ୪୪.୨ ଡିଗ୍ରୀ ସହିତ ବାରିପଦା ତୃତୀୟ ଉତ୍ତପ୍ତ ସହର ରହିଥିଲା। 

HL4-OJEE 2024: ମେ ୬ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE 2024) । ଏଥିପାଇଁ ଆଜିଠୁ ଓଜେଇଇ ୱେବସାଇଟରେ ଆଡ଼ମିଟ୍ କାର୍ଡ଼ ପ୍ରକାଶ ପାଇଛି । ଛାତ୍ରାଛାତ୍ରୀମାନେ ଆଡ଼ମିଟ୍ କାର୍ଡ଼ ପାଇଁ ଓଜେଇଇ ୱେବସାଇଟ www.ojee.nic.inରେ ଲଗଇନ୍ କରି ନିଜର ଆପ୍ଲିକେସନ ନମ୍ବର ଓ ପାସୱାର୍ଡ଼ ଦେଇ ଆଡ଼ମିଟ୍ କାର୍ଡ଼ ଡାଇମଲୋଡ଼ କରିପାରିବେ । ଏନେଇ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

HL5-IFA Tablet: ଖରା ଛୁଟିରେ (Summer Vcation 2024) ଛାତ୍ରଛାତ୍ରୀ ଆଇରନ୍ ଓ ଫଲିକ ଏସିଡ଼ ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟତ୍ରୀ । ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ କାର୍ଯ୍ୟକ୍ରମରେ ରାଜ୍ୟକୁ ଆନେମିଆ ମୁକ୍ତ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଖରାଛୁଟିର ପ୍ରତି ସପ୍ତାହର ସୋମବାର ପିଲାଙ୍କୁ ଏହି ବଟିକା ଦିଆଯିବ ।

HL6-Vande Metro Train: ଆସନ୍ତା ଜୁଲାଇରୁ ବନ୍ଦେ ମେଟ୍ରୋ ଟ୍ରେନର (Vande Metro Train) ଟ୍ରାଏଲ୍ ରନ୍ ଆରମ୍ଭ ହେବ। ଏଥିଲାଗି ୧୦୦ ରୁ ୨୫୦ କିଲୋମିଟର ଦୂରତା ଅତିକ୍ରମ କରିବା ନିମନ୍ତେ ରୁଟ୍ ଚିହ୍ନଟ କରାଯାଇଛି।  ଦେଶର ୧୨୪ ଟି ପ୍ରମୁଖ ସହର ଦେଇ ଏହି ଟ୍ରାଏଲ୍ ରନ୍ ହେବେ।  ଏହି ସବୁ ସହର ମଧ୍ୟରେ ରହିଛି ଲକ୍ଷ୍ନୌ-କାନପୁର, ଆଗ୍ରା-ମଥୁରା, ଦିଲ୍ଲୀ-ରେଓ୍ବାରୀ, ତିରୁପତି -ଚେନ୍ନାଇ ,ଭାଗଲପୁର-ବିହାର ଓ ହାଓ୍ବଡା-ପଶ୍ଚିମବଙ୍ଗ ପ୍ରମୁଖ ସହର ରହିଛି। ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରବାସୀ ମଧ୍ୟ ଏହି ଟ୍ରେନରେ ଯାତ୍ରା କରିବାର ସୁଯୋଗ ପାଇବେ।  ଭୁବନେଶ୍ବର-ବାଲେଶ୍ବର ମଧ୍ୟରେ  ଟ୍ରନ୍ ର ଟ୍ରାଏଲ୍ ରନ୍ ପରେ ଟ୍ରେନ୍ ସେବା ଆରମ୍ଭ ହେବ। 

HL7-CM Naveen Patnaik: ଆଗକୁ ଆସୁଛି ସାଧାରଣ ନିର୍ବାଚନ। କମ୍ପୁଛି ପ୍ରଚାର ମଇଦାନ । ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଓ ହିଞ୍ଜିଳି ଭଳି ଦୁଇଟି ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଛନ୍ତି । ଆଗକୁ ନିର୍ବାଚନ ଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବିଧାନସଭା ଆସନରୁ ନବୀନ ପ୍ରଚାର ଆରମ୍ଭ କରିଛନ୍ତି । ତେବେ ଆସନ୍ତା ୩୦ ତାରିଖରେ ହିଞ୍ଜିଳି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତ୍ରୁପୁରରେ ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ନାମାଙ୍କନ ଦାଖଲ ପୂର୍ବରୁ ସେ ଗଞ୍ଜାମର ଆରାଧ୍ୟା ଦେବୀ ମାଆ ତାରା ତାରିଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିବେ ।

HL8-Narendra Modi: ଆଗକୁ ଆସୁଛି ନିର୍ବାଚନ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆଜି କର୍ଣ୍ଣାଟକରେ ଜନ ସମାବେଶକୁ ସମ୍ବୋଧିତ କରିବେ । ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବେଲଗାୱି, ଉତ୍ତର କନ୍ନଡ଼, ଦାୱଣଗେରେ ଏବଂ ବଲ୍ଲାରୀରେ ୪ଟି ରାଲିକୁ ସମ୍ବୋଧିତ କରିବେ । ଏହା ସହ ବିଜେପିର ପ୍ରଚାର କରିବେ ବୋଲି ଜଣାପଡିଛି ।

HL9-NHSRCL on Bullet Train Service in India: ନିକଟରେ ଦେଶରେ ବୁଲେଟ ଟ୍ରେନ ଚଳାଚଳ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମ ଅନେକ ରିପୋର୍ଟ ପ୍ରକାଶିତ ହୋଇଥିଲା। ଯେଉଥିରେ ଦର୍ଶାଯାଇଥିଲା ଯେ ରେଳ ମନ୍ତ୍ରଣାଳୟ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରୁ ଅହମ୍ମଦାବାଦ ମାର୍ଗରେ ବୁଲେଟ୍ ଟ୍ରେନ୍ ଚଳାଇବାକୁ ଯୋଜନା କରୁଛି। ଆହୁରି ମଧ୍ୟ ଦାବି କରାଯାଇଥିଲା ଯେ ଏହି ମାର୍ଗରେ ବୁଲେଟ୍ ଟ୍ରେନ୍ ଆରମ୍ଭ ହେବା ପରେ ଦିଲ୍ଲୀ ଏବଂ ଅହମ୍ମଦାବାଦ ମଧ୍ୟରେ ଦୂରତା ସାଢେ ୩ ଘଣ୍ଟା ମଧ୍ୟରେ ଅତିକ୍ରମ କରିହେବ। ଏହା ସହିତ ରେଳଯାତ୍ରୀଙ୍କ ମଧ୍ୟରେ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ ହେବାକୁ ଅପେକ୍ଷା କରି ରହିଛନ୍ତି। ଏହି ସେବା କେବେ ଆରମ୍ଭ ଆରମ୍ଭ ହେବ ଏବଂ ଏହାର ଯାତ୍ରା ଭଡ଼ା କେତେ ରହିବ ତାହା ଉପରେ ସମଗ୍ର ଦେଶର ନଜର। କାରଣ ଏହା ହେଉଛି ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍। ଯାହା ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ଚଳାଚଳ କରିବ। 

HL10-LSG vs RR Match Highlights 2024: ଅପ୍ରେଲ ୨୭ ତାରିଖ ଶନିବାର ଲକ୍ଷ୍ନୌ ଏକାନା କ୍ରିକେଟ ଷ୍ଟାଡିୟମ୍ ଠାର ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ସୁପର ଜିଆଣ୍ଚସ୍ ଏବଂ ରାଜସ୍ଥାନ ରୟାଲ୍ସ। ଆଜି ଖେଳା ଯାଇଥିବା ୪୪ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଧାର୍ଯ୍ୟ ୨୦ ଓଭର ରେ ୫ ୱିକେଟ ହରାଇ ୧୯୬ ରନ୍ ସଂଗ୍ରହ କରିଛି। ୧୯୭ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ୧୯ ଓଭର ଖେଳ ପର୍ଯ୍ୟନ୍ତ ୩ ୱିକେଟ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା। ଶନିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ରାଜସ୍ଥା ଟିମ୍ ଆହୁରି ଗୋଟିଏ ଓଭର ବାକି ଥାଇ ୭ ୱିକେଟ ବ୍ୟବଧାନରେ ଲକ୍ଷ୍ନୌ ଦଳକୁ ପରାସ୍ତ କରିଛି।