Shash Rajyog 2024: ୨୦୨୫ ପର୍ଯ୍ୟନ୍ତ ଏହି ସବୁ ରାଶି ଉପରେ ଧନବର୍ଷା କରିବେ ଶନି ମହାରାଜ୍, ଖୁସି ଖବର ସହ ମିଳିବ ଶୁଭଫଳ
Advertisement
Article Detail0/zeeodisha/odisha2225417

Shash Rajyog 2024: ୨୦୨୫ ପର୍ଯ୍ୟନ୍ତ ଏହି ସବୁ ରାଶି ଉପରେ ଧନବର୍ଷା କରିବେ ଶନି ମହାରାଜ୍, ଖୁସି ଖବର ସହ ମିଳିବ ଶୁଭଫଳ

Shash Rajyog Effect: ଆଜି ସକାଳ ୧୦ଟା ୪୫ ମିନିଟ୍ ସମୟରେ ସେହି ରାଶିକୁ ଶୁକ୍ର ଚଳନ କରିବେ । ଗୋଟିଏ ରାଶିରେ ଶନି-ଶୁକ୍ରଙ୍କ ମିଳନ ଶଶ ରାଜଯୋଗ ସୃଷ୍ଟି (Shash Rajyog 2024) କରୁଛି।  ଦିର୍ଘ ୫୦୦ ବର୍ଷ ପରେ କୁମ୍ଭ ରାଶିରେ ଶନିଙ୍କ ଶଶ ରାଜଯୋଗ ସୃଷ୍ଟି ହେଉଛି । ୨୦୨୫ ପର୍ଯ୍ୟନ୍ତ ଏହି ରାଜଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବା ସହ ଧନବାନ୍ ମଧ୍ୟ କରିବ। 

Shash Rajyog 2024: ୨୦୨୫ ପର୍ଯ୍ୟନ୍ତ ଏହି ସବୁ ରାଶି ଉପରେ ଧନବର୍ଷା କରିବେ ଶନି ମହାରାଜ୍, ଖୁସି ଖବର ସହ ମିଳିବ ଶୁଭଫଳ

Shash Rajyog Effect: ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନି ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ପ୍ରାୟ ଅଢେଇ ବର୍ଷ ସମୟ ନେଇଥାଆନ୍ତି।  ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି। ଏହି କ୍ରମରେ ଶନିଙ୍କ କୃପା ଆଉ କିଛି ରାଶି ଉପରେ ଧନ ବର୍ଷା କରିବାକୁ ଯାଉଛି । ଆଜି ସକାଳ ୧୦ଟା ୪୫ ମିନିଟ୍ ସମୟରେ ସେହି ରାଶିକୁ ଶୁକ୍ର ଚଳନ କରିବେ । ଗୋଟିଏ ରାଶିରେ ଶନି-ଶୁକ୍ରଙ୍କ ମିଳନ ଶଶ ରାଜଯୋଗ ସୃଷ୍ଟି (Shash Rajyog 2024) କରୁଛି।  ଦିର୍ଘ ୫୦୦ ବର୍ଷ ପରେ କୁମ୍ଭ ରାଶିରେ ଶନିଙ୍କ ଶଶ ରାଜଯୋଗ ସୃଷ୍ଟି ହେଉଛି । ୨୦୨୫ ପର୍ଯ୍ୟନ୍ତ ଏହି ରାଜଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବା ସହ ଧନବାନ୍ ମଧ୍ୟ କରିବ। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ALSO READ: Trigrahi Yog 2024: ମେଷ ରାଶିରେ ତ୍ରିଗ୍ରାହୀ ଯୋଗ, କ୍ୟାରିୟରରେ ସଫଳତା ସହ ରହିଛି ଧନଲାଭର ଯୋଗ!

ଶୁଭଫଳ ପାଇବେ ଏହି ସବୁ ରାଶି:

କୁମ୍ଭ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କୁମ୍ଭ ରାଶିର ଲୋକମାନେ ଶାଶ ରାଜଯୋଗରୁ ବେଶ୍ ଲାଭବାନ୍ ହେବେ। ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ବିଶେଷ କରି , ଚାକିରିରେ ପଦୋନ୍ନତିର ଯୋଗ ରହିଛି । ଆୟ ବଢିବା। ଯଦି ଆପଣ ସରକାରୀ ଚାକିରି ପାଇଁ ଆଶାୟୀ ଅଛନ୍ତି । ଆସନ୍ତା ମାସରେ ଚାକିରି ନେଇ କୌଣସି ଖୁସି ଖବର ପାଇ ପାରନ୍ତି। ଆକସ୍ମିକ ଧନଲାଭର ବି ଯୋଗ ରହିଛି।

ମକର:  ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଫଳଦାୟୀ ରହିବ ଶଶ ରାଜଯୋଗ। ଉଚ୍ଚ ଶିକ୍ଷାରେ ସଫଳତା ପ୍ରାପ୍ତ କରିବେ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ପ୍ରଂଶସା କରିବେ।  ବ୍ୟବସାୟୀଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି । ଏହି ଅବଧି ମଧ୍ୟରେ କୌଣସି ନୂତନ କାର୍ଯ୍ୟ ମଧ୍ୟ ଆରମ୍ଭ କରିପାରିବେ। ରୋଜଗାରର ନୂଆ ବାଟ ଫିଟିବ। ଆୟର ଉତ୍ସ ବଢିବ। ପ୍ରେମ ଜୀବନରେ ମଧୁରତା ଭରିବା ସହ ଭାଙ୍ଗି ଯାଇଥିବା ସମ୍ପର୍କ ପୁଣି ଥରେ ଯୋଡି଼ ହେବ। ଜୀବନ ସାଥୀଙ୍କ ସହ ହୋଇଥିବା ଭୁଲ୍ ବୁଝାବଣା ଦୂର ହେବ। 

ବିଛା: ଶଶ ରାଜଯୋଗ ଏହି ରାଶିର ଭାଗ୍ୟ ଚମକାଇବ।  କ୍ୟାରିଅରରେ ସଫଳତା ପାଇବେ। ଅଧୁରା କାମ ପୂରା ହେବ। କାର୍ଯ୍ୟାଳୟରେ ପଦୋନ୍ନତିର ଯୋଗ ମଧ୍ୟ ରହିଛି। ଦରମା ବୃଦ୍ଧି ହୋଇପାରେ । ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇବେ । ଧାର୍ମିକ କାର୍ଯ୍ୟରେ ମନୋବଳାଇବେ। ଦୀର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। 

ତୁଳା:  ଶଶ ରାଜଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ଏହି ଅବଧି ମଧ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ବିଦେଶ ଯାତ୍ରା କରିପାରନ୍ତି। ଆଇଟି କ୍ଷେତ୍ରରେ ଜଡି଼ତ ଲୋକଙ୍କ ପାଇଁ ବିଦେଶରୁ ଭଲ ଚାକିରି ଅଫର ଆସିପାରେ। ସନ୍ତାନ ପ୍ରାପ୍ତିର ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। କ୍ୟାରିୟରେ ଅଭୁତ ପୂର୍ବ ସଫଳତା ପ୍ରାପ୍ତ କରିବା ସହ ବ୍ୟବସାୟୀ ମାନେ ମଧ୍ୟ ଶୁଭଫଳ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ।

(Disclaimer:ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)