Cuttack viral videos: କଟକରେ ତାଲିବାନୀ ଶାସନ! ଭିଡିଓ ଭାଇରାଲ ପରେ ଏମିତି କହିଲା ପୋଲିସ
Advertisement

Cuttack viral videos: କଟକରେ ତାଲିବାନୀ ଶାସନ! ଭିଡିଓ ଭାଇରାଲ ପରେ ଏମିତି କହିଲା ପୋଲିସ

Cuttack viral videos: କଟକରେ ବଢୁଛି ହିଂସାକାଣ୍ଡ। ଜଣେ ଯୁବକଙ୍କୁ ନିର୍ଦ୍ଦୟ ଭାବେ ବାଇକରେ ବାନ୍ଧି ପ୍ରାୟ ଦୁଇ କିଲୋମିଟର ଦୌଡାଇଲେ ପାଞ୍ଚ ଅଭିଯୁକ୍ତ। ଧାର ଟଙ୍କାକୁ ନେଇ ଏଭଳି ଅମାନବୀନ କାଣ୍ଡ ଭିଆଇ ଥିବା ଅଭିଯୋଗ। ଭିଡିଓ ଭାଇରାଲ ହେବା ପରେ ମାମଲା ରୁଜୁ କଲା ପୋଲିସ ପ୍ରଶାସନ।

Cuttack viral videos: କଟକରେ ତାଲିବାନୀ ଶାସନ! ଭିଡିଓ ଭାଇରାଲ ପରେ ଏମିତି କହିଲା ପୋଲିସ

କଟକ: ଭାଇଚାରାର ସହର କଟକରେ ଚାଲିଛି ତାଲିବାନୀ ଶାସନର। ରବିବାର ରାତିରେ ଦେଖିବାକୁ ମିଳିଥି ଏହାର ଏକ ନଗ୍ନ ଚିତ୍ର। ଜଣେ ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ତିନି କିଲୋମିଟର ଦୌଡ଼ାଇଲେ ୫ ଜଣ ଯୁବକ। ଉଦ୍ଧାର ଟଙ୍କା ଫେରାଉ ନଥିବାରୁ ଅଭିଯୁକ୍ତମାନେ ଏହି କାଣ୍ଡ ଭିଆଇିଛନ୍ତି। ଯୁବକଙ୍କୁ ସେଲଟର ଛକରୁ ମିସନ ରୋଡ ପର୍ଯ୍ୟନ୍ତ ଘୋଷଡ଼ା ଯାଇଥିବା ଅଭିଯୋଗ ହୋଇଛି। ଭିଡିଓ ଭାଇରାଲ ହେବା ପରେ କଟକରେ ଚାଞ୍ଚଲ୍ୟ ଖେଳିଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇ ନାହିଁ, କିନ୍ତୁ ମାମଲାକୁ ଗୁରୁତର ସହ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି।

କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ଯେ, ରବିବାର ରାତିରେ କଟକର ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ବାଇକ୍ ପଛପଟେ ଯୁବକଙ୍କୁ ଦୌଡାଇବା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ଉଦ୍ଧାର ଟଙ୍କା ଫେରିପାଇବା ପାଇଁ ଏଭଳି ହୋଇଛି। ପୀଡ଼ିତା ଓ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଛି। ଦୁଇ ଅଭିଯୁକ୍ତ ଅଟକ ଓ ସେହି ଗାଡ଼ି ବି ଜବତ ହୋଇଛି। ଲାଲବାଗ ଥାନାରେ ଏନେଇ ମାମଲା ରୁଜୁ ହୋଇଛି। ଦୁଇ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ। ପୀଡ଼ିତାଙ୍କ ଦେହରେ ସେମିତି କୌଣସି ଗୁରୁତର କ୍ଷତ ଚିହ୍ନ ଏଯାଏଁ ଜଣାପଡିନାହିଁ। ଅଭିଯୁକ୍ତଙ୍କ ଠାରୁ କୌଣସି ମାରଣାସ୍ତ୍ର ମିଳିନାହିଁ। ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଧିକ ତଦନ୍ତ ଜାରି ରଖିଛି।

Also Read: ଏହି ଗାଁରେ ୩୨ ଏକର ଜମିର ମାଲିକ ଅଟନ୍ତି ମାଙ୍କଡ, ଲୋକମାନେ ମଧ୍ୟ ଦିଅନ୍ତି ବିଶେଷ ସମ୍ମାନ

ଡିସିପି ମିଶ୍ର ପୁଣି କହିଛନ୍ତି ଯେ, ଏହି ମାମଲାର ତଦନ୍ତ ପାଇଁ ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଲାଲବାଗ ଅଞ୍ଚଳରେ ଅଭିଯୁକ୍ତଙ୍କ ଘର। ସିସିସିଭି ଫୁଟେଜ ଆଧାରର ତଦନ୍ତ ଚାଲିଛି। ସେମାନେ କୌଣସି ଟ୍ରାଫିକ ନିୟମ ଭାଙ୍ଗିଛି କି ନାହିଁ ତାହାର ମଧ୍ୟ ତନାଘନା ହେଉଛି। ବର୍ତ୍ତମାନ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଅନ୍ୟ ତିନି ଜଣ ଫେରାର ଅଛନ୍ତି। ସେମାନଙ୍କୁ ଖୋଜା ଖୋଜି କରାଯାଉଛି। ସେପଟେ ଏହି କାଣ୍ଡ ପରେ ସହରର ଆଇନ ଶୃଙ୍ଖଳା ଉପରେ ଲୋକେ ପ୍ରଶ୍ନ ଉଠାଛନ୍ତି। ମିସନରୋଡ୍ ଅଞ୍ଚଳରେ ଅଧଘଣ୍ଟା ଧରି ଯୁବକଙ୍କୁ ଅଭିଯୁକ୍ତମାନେ ବାନ୍ଧି ବୁଲାଇଲେ ତଥାପି ପୋଲିସ କେମିତି ଜାଣିପାରିଲାନି ବୋଲି ପ୍ରଶ୍ନ କରୁଛନ୍ତି।

ସୂଚନାଯୋଗ୍ୟ, ରବିବାର ସଂଧ୍ୟା ପ୍ରାୟ ସାଢେ ୬ଟାରେ ମିସନ୍ ରୋଡସ୍ଥିତ ଶୈଳବାଳା ମହିଳା କଲେଜରୁ ବକ୍ସିବଜାର ରାସ୍ତାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ଯୁବକଙ୍କ ହାତକୁ ବାନ୍ଧି ବାଇକରେ ପାଞ୍ଚ ଜଣ ଦୃବୃର୍ତ୍ତ ତାଙ୍କୁ ଟାଣି ନେଉଥିଲେ। ପୀଡିତ ଗଞ୍ଜେଇ କିଣିବାକୁ ୧୦ ହଜାର ଧାର୍ ନେଇ ୨ ମାସ ହେବ ଟଙ୍କା ଫେରାଉ ନଥିବାରୁ ଏଭଳି ଦଣ୍ଡ ଦେଇଥିବା ଅଭିଯୁକ୍ତମାନେ କହିଛନ୍ତି। ତେବେ ବିରୋଧ କରୁଥିବା ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଅଭିଯୁକ୍ତମାନେ ଭୟଭିତ କରାଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

Also Read: ସିନ୍ଦୂର ପାଇଁ ଓଷା କରିଥିଲେ ସ୍ତ୍ରୀ, ପ୍ରେମିକାକୁ ସପିଂ ନେଇ ଛେଚା ଖାଇଲା ସ୍ୱାମୀ