Advertisement
Photo Details/zeeodisha/odisha2225747
photoDetails0hindi

Today Horoscope: ଏହି ସବୁ ରାଶିକୁ ରହିଛି ଆକସ୍ମିକ ଧନଲାଭ ଯୋଗ, ଜାଣନ୍ତୁ ଆଜିର ରାଶିଫଳ

Horoscope Today 29 April 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୨୯ ହେଉଛି ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ: ଦୀର୍ଘ ଦିନ ଧରି ପରିବାରରେ ଲାଗି ରହିଥିବା ମତାନ୍ତର ଦୂର ହେବ। ହସ ଖୁସିରେ ଦିନ କଟିବ।  କର୍ମକ୍ଷେତ୍ରରେ କର୍ତ୍ତବ୍ୟ ପରାୟଣ ହୋଇ ସଠିକ୍ ଢଙ୍ଗରେ ନିଜ କାମ କରିବେ। ଯାହାକୁ ନେଇ ବରିଷ୍ଠ ଅଧିକାରୀ ଆପଣଙ୍କୁ ପ୍ରଶଂସା କରିବେ। 

2/12

ବୃଷ:  ଦାମ୍ପତ୍ୟ ଜୀବନ ଖୁସି ଅନୁଭବ କରିବେ। କିନ୍ତୁ ସ୍ୱାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେବ। ଯାହାକୁ ନେଇ ଆପଣ ଦିନ ସାରା ଚିନ୍ତିତ ରହିବେ। ବ୍ୟବସାୟୀମାନେ ନୂତନ ବ୍ୟବସାରେ ଅଧିକ ଲାଭ ପାଇବେ। ଦୀର୍ଘ ଦିନ ଧରି କୋର୍ଟରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପ୍ରତିଯୋଗିତା ମୂଳକ ପରୀକ୍ଷା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଶୁଭଫଳ ପାଇବେ। 

3/12

ମିଥୁନ: ଆଜିର ଦିନ ଆପଣଙ୍କ ପାଇଁ ଅଧିକ ମଙ୍ଗଳମୟ ରହିବ। କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆକସ୍ମିକ ଧନଲାଭର ଯୋଗ ରହିଛି। ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଆୟ ବଢିବ।  ନିଜ ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି। 

 

4/12

କର୍କଟ:  ଦୀର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହୋଇଯିବ। ନିଜ ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇଁ କୌଣସି ଏକ ବଡ଼ କାମରୁ ସଫଳତା ପ୍ରାପ୍ତ କରିପାରନ୍ତି। 

 

5/12

ସିଂହ: ଆଜି ଦେହ ଓ ମନ ଭଲ ରହିବ ନାହିଁ। ଆକସ୍ମିକ ଧନଲାଭର ଯୋଗ ରହିଛି।  ଶୁଭକାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ରହିଛି। ନୂତନ କର୍ମ-ପ୍ରାପ୍ତିର ଯୋଗ ମଧ୍ୟ ରହିଛି। 

 

6/12

କନ୍ୟା:  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ।  କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ। ପଡ଼ୋଶୀଙ୍କ ସହ ଅଯଥା ଯୁକ୍ତିତର୍କ ହୋଇପାରେ। କିନ୍ତୁ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିର ମୁକାବିଲା କରିବେ।  

 

7/12

ତୁଳା:  ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। କର୍ମକ୍ଷେତ୍ରରେ ପ୍ରତିଯୋଗିତାପୂର୍ଣ୍ଣ ବାତାବରଣ ଦେଖିବାକୁ ମିଳିବ ।  ଆୟ-ବ୍ୟୟ ପ୍ରାୟ ସମାନ ରହିବ। ସମସ୍ତ କାର୍ଯ୍ୟରେ ବାଧା ଉପୁଜିବ । ଯାହାକୁ ନେଇ ମାନସିକ ଅବସାଦ ଦେଖାଦେବ। 

 

8/12

ବିଛା : ଆଜି କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ବନ୍ଧୁ-ବାନ୍ଧବଙ୍କ ଆଗମନ ହୋଇପାରେ।  କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ରହିବା ସହ ଆୟ ବଢିବା । କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ମିଳିପାରେ।

9/12

ଧନୁ: ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ରହିଛି। ସ୍ୱାସ୍ଥ୍ୟ ଭଲ ନ ଥିବାରୁ କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ। ରାଜନୀତିରେ କ୍ଷେତ୍ରରେ ଜଡି଼ତ ଥିବା ବ୍ୟକ୍ତି ବିଶେଷ ସମ୍ମାନୀତ ହୋଇପାରନ୍ତି। 

10/12

ମକର:  ଆଜି ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଗାଡିମଟର ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ,ନଚେତ୍ କୌଣସି ପ୍ରକାର ଅଘଟଣର ସମ୍ନା କରିପାରନ୍ତି। କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ସମସ୍ୟାରେ ପଡିବେ । 

11/12

କୁମ୍ଭ:  କୌଣସି ଏକ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ପାରିବାରିକ ଜୀବନରେ ବିବାଦ ଦେଖାଦେବ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି। ତେଣୁ ଆପଣଙ୍କୁ ଆଜି ସତର୍କତାର ସହ ଚଳିବାକୁ ପଡି଼ବ।

12/12

ମୀନ: ଆଜି ଆପଣଙ୍କର ଘାତବାର ରହିଛି । ତେଣୁ ଦୂରଯାତ୍ରା କରନ୍ତୁ ନାହିଁ।  ଶତ୍ରୃଙ୍କର ଷଡଯନ୍ତ୍ରର ଶୀକାର ହୋଇପାରନ୍ତି।  ପୂଜାର୍ଚ୍ଚନାରେ ଅଧିକ ସମୟ ବିତାଇବେ।