Odisha News: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର
Advertisement
Article Detail0/zeeodisha/odisha2226957

Odisha News: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର

Subash Khuntia Encounter: ଖୁଣ୍ଟାପୋଷି ଜଙ୍ଗଲରେ ପିଛା କରି କିଙ୍ଗ ଅଫ୍ ଫରେଷ୍ଟ (king of forest' gang) ଗ୍ୟାଙ୍ଗର ସୁବାସ ଖୁଣ୍ଟିଆକୁ (Criminal Subash Khuntia) ଏନକାଉଣ୍ଟର କରିଛି ପୋଲିସ। ସୁବାସର ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

Odisha News: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର

Subash Khuntia Encounter: କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆକୁ ଏନକାଉଣ୍ଟର (Encounter) କଲା କାମାକ୍ଷାନଗର ପୋଲିସ (kamakhyanagar Police)। ନିକଟସ୍ଥ ଖୁଣ୍ଟାପୋଷି ଜଙ୍ଗଲରେ ପିଛା କରି କିଙ୍ଗ ଅଫ୍ ଫରେଷ୍ଟ (king of forest' gang) ଗ୍ୟାଙ୍ଗର ସୁବାସ ଖୁଣ୍ଟିଆକୁ (Criminal Subash Khuntia) ଏନକାଉଣ୍ଟର କରିଛି ପୋଲିସ। ସୁବାସର ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟାରେ ଖୁଣ୍ଟାପଶି- ଗୁଣ୍ତିଚାନୀଳ ଜଙ୍ଗଲରେ ପୋଲିସ ଚଢଉ କରିଥିଲା । ସୁବାସ ଓ ତା’ର ସହଯୋଗୀ ପୋଲିସକୁ ଦେଖି ବୋମା ପକାଇବା ସହ ଗୁଳି ଚଳାଇଥିଲା । ପୋଲିସ ପାଲଟା ଗୁଳି ଚାଳନା କରିଥିଲା । ଫଳରେ ସୁବାସର ଡ଼ାହାଣ ଗୋଡ଼ରେ ଗୁଳି ବାଜି ଥିଲା । ସାଥିରେ ଥିବା ୩ ସହଯୋଗୀ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ଯାଞ୍ଚ କରୁଛି। ଏକ ବଡ ଧରଣର ଅପରାଧ ଘଟାଇବା ପାଇଁ କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗର ସଦସ୍ୟମାନେ ଯୋଜନା କରୁଥିଲେ। ଏହି ଗ୍ୟାଙ୍ଗ ମାସକୁ ୩୦ ଲକ୍ଷରୁ ଅଧିକ ଟଙ୍କାର ବଟି ଆଦାୟ କରୁଥିବା ଜଣାପଡ଼ିଛି । ଦୀର୍ଘ ଦିନ ଧରି କାମାକ୍ଷାନଗର ଅଞ୍ଚଳରେ ଆତଙ୍କରାଜ ଚଳାଉଥିବା ସୁବାସ ଖୁଣ୍ଟିଆ ଏନକାଉଣ୍ଟର ପରେ କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମାନେ ଛତ୍ରଭଙ୍ଗ ଦେଇଛନ୍ତି।

Also Read- Heat Wave: ସକାଳ ସାଢେ ୮ଟା ସୁଦ୍ଧା ୩୨ ଡିଗ୍ରୀ ଡେଇଁଲା ୧୧ ଜିଲ୍ଲାର ତାପମାତ୍ରା

Also Read-Accident News: କାରକୁ ଧକ୍କା ଦେଲା ପିକ୍‌ଅପ୍‌: ଘଟଣାସ୍ଥଳରେ ୮ ମୃତ, ଅନେକ ଆହତ

ପ୍ରକାଶ ଥାଉ କି, କୁଖ୍ୟାତ ଅପରାଧୀ ସୁବାସ ନାଁରେ ୧୮ଟି ମାମଲା ରହିଛି । ଏଥିରେ ଦୁଇଟି ହତ୍ୟା ଓ ଡ଼କାୟତି ସହ ଦାଦାବଟି ଭଳି ସଙ୍ଗୀନ ଅଭିଯୋଗ ଅନ୍ତର୍ଭକ୍ତ। ତେବେ ଏନକାଉଣ୍ଟର ପରେ ଘଟଣାସ୍ଥଳରୁ ପୋଲିସ ଖଣ୍ଡା, ଦେଶୀ ବନ୍ଧୁକ, ଗୁଳି ଇତ୍ୟାଦି ଜବତ କରିଛି।