Gold Silver Price: ସପ୍ତାହ ଆରମ୍ଭରୁ ଭୁବନେଶ୍ବରରେ ଖସିଲା ସୁନା ରେଟ୍, ଜାଣନ୍ତୁ ୧୦ ଗ୍ରାମ୍ ପିଛା କେତେ ରହିଛି ଦର?
Advertisement
Article Detail0/zeeodisha/odisha2226891

Gold Silver Price: ସପ୍ତାହ ଆରମ୍ଭରୁ ଭୁବନେଶ୍ବରରେ ଖସିଲା ସୁନା ରେଟ୍, ଜାଣନ୍ତୁ ୧୦ ଗ୍ରାମ୍ ପିଛା କେତେ ରହିଛି ଦର?

Gold Silver Price: ଗ୍ରାହକଙ୍କ ପାଇଁ ଖୁସି ଖବର। ସପ୍ତାହ ଆରମ୍ଭରୁ ଖସିଲା ସୁନା ରେଟ୍। ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର? 

Gold Silver Price: ସପ୍ତାହ ଆରମ୍ଭରୁ ଭୁବନେଶ୍ବରରେ ଖସିଲା ସୁନା ରେଟ୍, ଜାଣନ୍ତୁ ୧୦ ଗ୍ରାମ୍ ପିଛା କେତେ ରହିଛି ଦର?

Gold Silver Price: ଗ୍ରାହକଙ୍କ ପାଇଁ ଖୁସି ଖବର। ସପ୍ତାହ ଆରମ୍ଭରୁ ଖସିଲା ସୁନା ରେଟ୍। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ହୁ ହୁ ହୋଇ ବଢିଚାଲିଥିଲା। କିନ୍ତୁ ଆଜି ସୁନା ରେଟରେ ବ୍ରେକ୍ ଲାଗିଛି । ଯାହା ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର? 

ALSO READ: Petrol Diesel Price: ଭୁବନେଶ୍ବରରେ ଖସିଲା ପେଟ୍ରୋଲ-ଡିଜେଲ ଦର, ଚେକ୍ କରନ୍ତୁ ଆଜିର ରେଟ୍ ?

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨, ୬୦୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟରେ ୩୦୦ ଓ ୨୪ କ୍ୟାରେଟ୍ ରେ ୩୩୦ ଟଙ୍କା ହ୍ରାସ ପାଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୭୫୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୩୦୦  ଓ ୨୪ କ୍ୟାରେଟରେ ୩୩୦ ଟଙ୍କା ହ୍ରାସ ପାଇଛି। ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୫୫୦ ଟଙ୍କା ହୋଇଥିବା ବେଳେ  ୨୪ କ୍ୟାରେଟର ଦାମ୍ ୭୨ ,୬୦୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୩୦୦ ଓ ୨୪ କ୍ୟାରେଟରେ ୩୩୦ ଟଙ୍କା ଖସିଛି। 

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ଶସ୍ତା ହୋଇଛି। ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୪୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୩, ୫୩୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୩୦୦ ଓ ୨୪ କ୍ୟାରେଟରେ ୩୨୦ ଟଙ୍କା କମିଛି। ସେହି-କ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୨ ,୬୦୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୩୦୦ ଓ ୨୪ କ୍ୟାରେଟ୍ ରେ ୩୩୦ ଟଙ୍କା ହ୍ରାସ ପାଇଛି।