Bus Accident: ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ ଆହତ
Advertisement
Article Detail0/zeeodisha/odisha2226941

Bus Accident: ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ ଆହତ

Bus Accident: ଅଶୁଭ ସୋମବାର! ଚାହୁଁଚାହୁଁ ଘଟିଗଲା ବଡ଼ ଅଘଟଣ।  ଦୁର୍ଘଟଣାଗ୍ରସ୍ତ ହେଲା ବରଯାତ୍ରୀ ବସ୍।  ଜଗତସିଂହପୁର ଜିଲ୍ଲା  ବାଲିକୁଦା ଥାନା ନିକଟ ଶୋଭା ନିକଟ ନଦୀ ବନ୍ଧ ଉପରୁ ବସଟି ଓଲଟି ପଡି଼ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ ବରଯାତ୍ରୀ ଆହତ ହୋଇଛନ୍ତି । କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Bus Accident: ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ ଆହତ

Bus Accident: ଅଶୁଭ ସୋମବାର! ଚାହୁଁଚାହୁଁ ଘଟିଗଲା ବଡ଼ ଅଘଟଣ।  ଦୁର୍ଘଟଣାଗ୍ରସ୍ତ ହେଲା ବରଯାତ୍ରୀ ବସ୍।  ଜଗତସିଂହପୁର ଜିଲ୍ଲା  ବାଲିକୁଦା ଥାନା ନିକଟ ଶୋଭା ନିକଟ ନଦୀ ବନ୍ଧ ଉପରୁ ବସଟି ଓଲଟି ପଡି଼ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ ବରଯାତ୍ରୀ ଆହତ ହୋଇଛନ୍ତି । କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି। 

ALSO READ: Accident News: କାରକୁ ଧକ୍କା ଦେଲା ପିକ୍‌ଅପ୍‌: ଘଟଣାସ୍ଥଳରେ ୮ ମୃତ, ଅନେକ ଆହତ

ସୂଚନା ଅନୁସାରେ, ବସଟି ଧନୁରବେଲାରିରୁ ବରଯାତ୍ରୀ ନେଇ ବଲିକୁଦା ବୁଧିସାହିକୁ ଯାଇଥିଲା। ବରଯାତ୍ରୀ ଖାଇପିଇ ସାରିବା ପରେ ବିଳମ୍ବିତ ରାତିରେ ସେମାନେ ନିଜ ଘରକୁ ବସ୍ ଯୋଗେ ଫରେଥିବା ବେଳେ  ଶୋଭା ନିକଟ ନଦୀ ବନ୍ଧ ଉପରୁ ବସଟି ଓଲଟି ପଡି଼ଥିଲା।  ଏହାଦେଖି ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଠାରୁ ମିଳିଥିବା ସୂଚନା ମୁତାବକ ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡି଼ ଚଳାଉଥିବା କାରଣରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି। ତେବେ, ଏ-ହି ବସରେ ୧୦ରୁ ଅଧିକ ମହିଳା ଓ ୮ ରୁ ଅଧିକ ଶିଶୁ ଥିବା ଜଣାପଡିଛି। ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି।

ସେହିପରି ଗତକାଲି ବିଳମ୍ବିତ ରାତିରେ ଛତିଶଗଡ଼ରେ (Chhattisgarh) ଭୟଙ୍କର ସଡ଼କ ଦୁର୍ଘଟଣା (Road Accident) । କାରକୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍ । ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ରାୟପୁର ଏମ୍ସ ସ୍ଥାନାନ୍ତର କରାଯାଇଥିବା ବେଳେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବେମେତାରା ଜିଲ୍ଲା କଥିଆ ଗାଁ ନିକଟରେ ରବିବାର ବିଳମ୍ବିତ ରାତିରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଯାତ୍ରୀଙ୍କୁ ଧରି ଏକ କାର୍‌ ଛିଡ଼ା ହୋଇଥିବା ବେଳେ ପଛରୁ ଆସୁଥିବା ଏକ ପିକ୍‌ଅପ୍‌ଟି ହଠାତ୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଆହତଙ୍କୁ ନିକଟସ୍ଥ ହସ୍ପିଟାଲ ପଠାଯାଇଥିଲା। ସେଠାରେ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାୟପୁର ରେଫର କରି ଦିଆଯାଇଛି। ସମସ୍ତେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ଛୁଆ ଅଛନ୍ତି।