Bengaluru Water Crisis: କାହିଁକି ବେଙ୍ଗାଲୁରୁରେ ସୃଷ୍ଟି ହୋଇଛି ଜଳ ସଙ୍କଟ? ସାମ୍ନାକୁ ବଡ଼ କାରଣ
Advertisement
Article Detail0/zeeodisha/odisha2151879

Bengaluru Water Crisis: କାହିଁକି ବେଙ୍ଗାଲୁରୁରେ ସୃଷ୍ଟି ହୋଇଛି ଜଳ ସଙ୍କଟ? ସାମ୍ନାକୁ ବଡ଼ କାରଣ

Water Crisis Bengaluru Karnataka: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ସମେତ ସମଗ୍ର ରାଜ୍ୟରେ କାହିଁକି ସୃଷ୍ଟି ହୋଇଛି ଜଳ ସଂକଟ ତାହାର କାରଣ ଏବେ ସାମ୍ନାକୁ ଆସିଛି।

Bengaluru Water Crisis: କାହିଁକି ବେଙ୍ଗାଲୁରୁରେ ସୃଷ୍ଟି ହୋଇଛି ଜଳ ସଙ୍କଟ? ସାମ୍ନାକୁ ବଡ଼ କାରଣ

Karnataka Water Crisis: ରାଜଧାନୀ ବେଙ୍ଗାଲୁରୁରେ ସୃଷ୍ଟି ହୋଇଥିବା ଜଳ ସଙ୍କଟ ପଛରେ ରହିଥିବା କାରଣ ଏବେ ଜଣାପଡ଼ିଛି। ତାହା ହେଉଛି କର୍ଣ୍ଣାଟକରେ ହୋଇଥିବା ଭୟଙ୍କର ମରୁଡ଼ି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ସୋମବାର (୧୧ ମାର୍ଚ୍ଚ) ଏକଥା କହିଛନ୍ତି। ତାଙ୍କ କହିବା ଅନୁସାରେ ବିଗତ ୩୦-୪୦ ବର୍ଷ ମଧ୍ୟରେ ଏପରି ମରୁଡ଼ି ଦେଖିନାହୁଁ। ପୂର୍ବରୁ ମଧ୍ୟ ମରୁଡ଼ି ହେଉଥିଲା। ହେଲେ ରାଜ୍ୟର ଅନେକ ତାଲୁକା ଏକା ସାଙ୍ଗରେ ମରୁଡ଼ି ଘୋଷିତ ହୋଇନଥିଲା। ରାଜ୍ୟର ୨୪୦ ତାଲୁକ ମଧ୍ୟରୁ ୨୨୩ ମରୁଡ଼ି ଘୋଷିତ ହୋଇଛି। ସେଥିମଧ୍ୟରୁ ୧୯୬ ମରୁଡ଼ି ପ୍ରଭାବିତ ବୋଲି ବିବେଚନା କରାଯାଇଛି। ରାଜଧାନୀ ବେଙ୍ଗାଲୁରୁରେ ସୃଷ୍ଟି ହୋଇଥିବା ଜଳ ସଙ୍କଟ କାରଣରୁ ପରିସ୍ଥିତି ବିଗିଡି ଯାଇଛି। ସୋସିଆଲ ମିଡିଆ ୟୁଜର ଘରେ ରହି କାମ କରିବାକୁ ଦାବି କରୁଛନ୍ତି। ଯାହା ଦ୍ୱାରା ସେମାନେ ସଙ୍କଟ ସମୟରେ ନିଜ ଘରକୁ ଫେରିପାରିବେ। ଆଗାମୀ ୨ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବେଙ୍ଗାଲୁରୁ ଅପେକ୍ଷା ଉତ୍ତର କର୍ଣ୍ଣାଟକ ଅବସ୍ଥା ଖରାପ ହୋଇଯାଇଛି। ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ହାଭେରୀ ଏବଂ ଗଡାଗ ଅଞ୍ଚଳର ଲୋକଙ୍କୁ ଜଳ ଯୋଗାଣ ପାଇଁ ୧୫ ଦିନରୁସ ୩୦ ଦିନ ଅପେକ୍ଷା କରିବାକୁ ହେବ। ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥା ଅଧିକ ଖରାପ ହୋଇଯାଇଛି। 

ବେଙ୍ଗାଲୁରୁରେ ୪୦% ବୋରୱେଲ ଶୁଖିଲା: ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର 
ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଯେ ବେଙ୍ଗାଲୁରୁରେ ପ୍ରାୟ ୧୩,୯୦୦ ବୋରୱେଲ ରହିଛି। ସେଥିମଧ୍ୟରୁ ପ୍ରାୟ ୬୯୦୦ ବୋରୱେଲ ଶୁଖି ଯାଇଛି। ଏପରିକି ଉପମୁଖ୍ୟମନ୍ତ୍ରୀଙ୍କ ଘରେ ସ୍ଥାପିତ ବୋରୱେଲ ମଧ୍ୟ ପାଣି ଯୋଗାଇ ପାରୁନାହିଁ। ବେଙ୍ଗାଲୁରୁରେ ଜଳ ଯୋଗାଣ ବର୍ତ୍ତମାନ ଟ୍ୟାଙ୍କର୍ ଉପରେ ନିର୍ଭର ଲରୁଛି। ବେଙ୍ଗାଲୁରୁରେ ଜଳ ସ୍ତର ୧୮୦୦ ଫୁଟ ତଳକୁ ଚାଲିଯାଇଛି। ବେଙ୍ଗାଲୁରୁକୁ କାବେରୀ ନଦୀରୁ ପ୍ରତିଦିନ ୧୪୫୦ ମିଲିୟନ ଲିଟର ପାଣି ମିଳୁଛି। ହେଲେ ବେଙ୍ଗାଲୁରୁ ପାଇଁ ଦୈନିକ ଜଳର ଆବଶ୍ୟକତା ୨୧୦୦ ମିଲିୟନ ଲିଟର ରହିଛି।

Also Read: Bengaluru Water Crisis: ସାବଧାନ! ପାଣି ନଷ୍ଟ କଲେ ଭରିବେ ମୋଟା ଅଙ୍କର ଜରିମାନା

ଚଳିତ ବର୍ଷ କର୍ଣ୍ଣାଟକରେ କାହିଁକି ହୋଇଛି ଭୟଙ୍କର ମରୁଡ଼ି?
ଗତ ବର୍ଷ କର୍ଣ୍ଣାଟକରେ ମୌସୁମୀ ଏକ ପ୍ରକାର ବିଫଳ ହୋଇଥିଲା। ହେଲେ ବେଳେବେଳେ ପ୍ରବଳ ବର୍ଷା ହେଉଥିଲା। ଏହାର ପରିଣାମ ଜଳ ସଙ୍କଟ ଆକାରରେ ଦୃଶ୍ୟମାନ ହେଉଛି। କର୍ଣ୍ଣାଟକର ବର୍ଷାହୀନ ଅଞ୍ଚଳରେ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ଅପ୍ରେଲ ମାସରୁ ଜୁନ୍ ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁ ଅନୁଭୂତ ହେବା ବାକି ରହିଛି। ପରିସ୍ଥିତି ଅଧିକ ଭୟାନକ ହେବାର ଆଶଙ୍କା ରହିଛି। ଉତ୍ତର କର୍ଣ୍ଣାଟକର ସମସ୍ତ ଜିଲ୍ଲାରେ ଜଳ ସଂକଟ ଦେଖାଦେଇଛି। ତୁଙ୍ଗଭଦ୍ର ଡ୍ୟାମ ଉପରେ ନିର୍ଭର କରୁଥିବା ଅଞ୍ଚଳରେ ଅଧିକା ସମସ୍ୟାର ସାମ୍ନା କରିବାକୁ ପଡୁଛି। ଗତ ବର୍ଷ ମାର୍ଚ୍ଚର ପ୍ରଥମ ସପ୍ତାହରେ ଡ୍ୟାମ ମଧ୍ୟରେ ୨୪.୫୬ ହଜାର ମିଲିୟନ ଘନ ଫୁଟ ପାଣି ରହିଥିଲା। ହେଲେ ବର୍ତ୍ତମାନ ଡ୍ୟାମ ପରିସରରେ କେବଳ ୧.୭ ହଜାର ମିଲିୟନ ଘନ ଫୁଟ ପାଣି ଗଚ୍ଛିତ ରହିଛି।

କର୍ଣ୍ଣାଟକ ରାଜ୍ୟ ବିପର୍ଯ୍ୟୟ ନିରୀକ୍ଷଣ କେନ୍ଦ୍ର (Karnataka State Natural Disaster Monitoring Centre) କେଏସଏନଡିଏମସି (KSNDMC) ଅନୁଯାୟୀ, ଜୁଲାଇ ୩୦ ତାରିଖରୁ ୨୬ ଅଗଷ୍ଟ 26 ମଧ୍ୟରେ ହୋଇଥିବା ବର୍ଷାରେ ୬୦ ପ୍ରତିଶତରୁ ଅଧିକ ଅଭାବ ଦେଖାଦେଇଛି। ମୌସୁମୀ ଶେଷ ପର୍ଯ୍ୟନ୍ତ ବର୍ଷାର ଅଭାବ ସଂଖ୍ୟା ୨୫ ପ୍ରତିଶତକୁ ଖସି ଆସିଛି। ହେଲେ କାବେରୀ ଏବଂ ତୁଙ୍ଗଭଦ୍ରା ନଦୀର ଜଳ ଗ୍ରହଣ ଅଞ୍ଚଳରେ ୪୦% କମ୍ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ବୃଷ୍ଟିପାତର ଆକଳନ ଦେଖି କୃଷି ମନ୍ତ୍ରୀ ଏନ ଚାଲୁଭରୈୟା ସ୍ୱାମୀ ନିକଟରେ କହିଥିଲେ ଯେ କୃଷିରେ ୫୦ ପ୍ରତିଶତରୁ ଅଧିକ ହ୍ରାସ ନିଶ୍ଚିତ।

କୃଷକଙ୍କ ଲାଗି ବଢିଯାଇଛି ଚିନ୍ତା
ଗତ ୨୦୨୩ ଖରିଫ ଋତୁରେ କର୍ଣ୍ଣାଟକର ୮୨.୩୫ ଲକ୍ଷ ହେକ୍ଟର ଜମିରେ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ହେଲେ ମରୁଡ଼ି କାରଣରୁ ୪୨ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଯାଇଛି। କର୍ଣ୍ଣାଟକର ଚାଷୀଙ୍କ ପାଇଁ ମରୁଡ଼ି ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ପ୍ରଥମେ ଫସଲ ଉଜୁଡ଼ି ଯାଇଥିଲା ଆଉ ବର୍ତ୍ତମାନ ଜଳର ଅଭାବ ଦେଖାଦେଇଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (National Disaster Response Fund) ଅଧିନରେ କୃଷକଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ରରୁ କ୍ଷତିପୂରଣ ମିଳିନାହିଁ। ଜାନୁଆରୀ ମାସରେ ରାଜ୍ୟର ୩୩ କ୍ଷ ଚାଷୀଙ୍କ ପାଇଁ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ହିସାବରେ ରାଜ୍ୟ ସରକାର ୬୨୮ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିଥିଲେ। ଏହା ବ୍ୟତୀତ ଗତ ୮ ମାସ ମଧ୍ୟରେ ପିଏମ-କିସାନ ଯୋଜନା ଅଧିନରେ କୃଷକଙ୍କୁ ୨୦୦୦ ଟଙ୍କା ମିଳିଥିଲା।

ଗତ ୨୦୨୧ ବର୍ଷରୁ ମରୁଡ଼ି ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କର୍ଣ୍ଣାଟକକୁ ମନରେଗା ଯୋଜନା ଅଧିନରେ କାର୍ଯ୍ୟ ଦିବସକୁ ୧୦୦ ଦିନରୁ ୧୫୦ ଦିନକୁ ବୃଦ୍ଧି କରିବାକୁ ଅନୁମତି ଦେଇଥିଲେ। ଚଳିତ ବର୍ଷ ରାଜ୍ୟର ଦାବି ସତ୍ତ୍ୱେ ଏଭଳି ଅନୁମତି ପ୍ରଦାନ କରାଯାଇ ନାହିଁ। କର୍ଣ୍ଣାଟକ ସରକାର ୭୪୦୮ ଗାଁ ଚିହ୍ନଟ କରିଛନ୍ତି। ଯେଉଁଠାରେ ଜଳ ଯୋଗାଣରେ ସମସ୍ୟା ରହିଛି। ଏହି ଗ୍ରାମ ସେହି ୬୭୫ ଗାଁ ଠାରୁ ଭିନ୍ନ ଯେଉଁଠାରେ ପୂର୍ବରୁ ସମସ୍ୟା ରହିଥିଲା। ମରୁଡ଼ି କାରଣରୁ ଚାରା ଅଭାବ ଦେଖାଦେଇଛି। ଯେଉଁ କାରଣରୁ କୃଷକ ସେମାନଙ୍କ ଗାଈ ଗୋରୁଙ୍କୁ ଶସ୍ତାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।