Diwali: ଦେଶର ଏପରି ଗାଁ, ଯେଉଁଠି ପାଳନ ହୁଏ ନାହିଁ ଆଲୋକର ପର୍ବ, ଜାଣନ୍ତୁ ଏହାର କାରଣ
Advertisement

Diwali: ଦେଶର ଏପରି ଗାଁ, ଯେଉଁଠି ପାଳନ ହୁଏ ନାହିଁ ଆଲୋକର ପର୍ବ, ଜାଣନ୍ତୁ ଏହାର କାରଣ

No Diwali Celebration: ବେଶ ଆନନ୍ଦ ଉଲ୍ଲାସର ସହ ଆଜି ସମଗ୍ର ଦେଶରେ ପାଳିତ ହେଉଛି ଆଲୋକର ପର୍ବ ଦିପାବଳୀ।  

Diwali: ଦେଶର ଏପରି ଗାଁ, ଯେଉଁଠି ପାଳନ ହୁଏ ନାହିଁ ଆଲୋକର ପର୍ବ, ଜାଣନ୍ତୁ ଏହାର କାରଣ

Diwali Celebration: ଯେତେବେଳେ ପ୍ରଭୁ ଶ୍ରୀରାମ ୧୪ ବର୍ଷ ନିର୍ବାସନ ପରେ ଅଯୋଧ୍ୟା ଫେରିଥିଲେ, ସେତେବେଳେ ଲୋକ ତାଙ୍କୁ ସ୍ୱାଗତ କରିବା ପାଇଁ ଦୀପ ଜାଳି ଦୀପାବଳି ପାଳନ କରିଥିଲେ। ସେବେଠାରୁ ଦୀପାବଳି ଦିନ ଦୀପ ଜାଳି ସମଗ୍ର ଦେଶରେ ଏହି ପର୍ବ ପାଳନ କରାଯାଉଛି। ଚଳିତ ବର୍ଷ ଅକ୍ଟୋବର ୨୪ ତାରିଖ ସୋମାବାର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ଆଲୋକର ପର୍ବ। 

ହେଲେ ଉତ୍ତର ପ୍ରଦେଶ (Uttar Pradesh) ଗୋଣ୍ଡା ଜିଲ୍ଲାରେ (Gonda District) ଏପରି ଏକ ଗାଁ ରହିଛି ଯେଉଁଠାରେ ଦିପାବଳୀ (Deepavali) ବେଶ ଲମ୍ବା ସମୟ ଧରି ପାଳନ କରାଯାଉନାହିଁ। ଏଠାରେ ଦିପାବଳୀ (Diwali) ଦିନ ଗୋଟିଏ ହେଲେ ମଧ୍ୟ ଦୀପ (Diwali Lamp) ଜଳାଯାଏ ନାହିଁ। ପ୍ରାୟ ୨୫୦ ଲୋକ ରହୁଥିବା ଏହି ଗ୍ରାମରେ ଦୀପାବଳି ଅବସରରେ ଏକ ଅଘଟଣ ଘଟିଥିଲା। ଦୀପାବଳୀ ଦିନ ଗ୍ରାମର  ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ସେବେଠାରୁ ଦିପାବଳୀ ଅବସରରେ ଏହି ଗ୍ରାମରେ ଶୋକ ପାଳନ କରାଯାଉଛି। 

Also Read: ଗ୍ରାମରେ ନାହିଁ ଜୋତା ଚପଲ ପିନ୍ଧିବାର ଅନୁମତି; ଖରାରେ ଖାଲି ପାଦରେ ଚାଲନ୍ତି ଲୋକ

ଉତ୍ତର ପ୍ରଦେଶ ଗୋଣ୍ଡା ଜିଲ୍ଲାରେ ଅବସ୍ଥିତ ଯାଦବପୁରୱା ଗ୍ରାମ (Yadavpurwa Village)। ଏଠାରେ ଦିପାବଳୀ ପର୍ବ ପାଳନ କରାଯାଏ ନାହିଁ। ଗାଁ ଲୋକେ ଦିପାବଳୀ ନାମର କୌଣସି ପର୍ବ ପାଳନ କରନ୍ତି ନାହିଁ। ଯାଦବପୁରୱା ଗ୍ରାମର ଲୋକଙ୍କ କହିବା କଥା ଯେ ଦିପାବଳୀ ଦିନ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ସେବେଠାରୁ ଆମେ ଦୀପାବଳି ପାଳନ କରୁନାହୁଁ। ଯଦି ଗାଁର କୌଣସି ଲୋକ ଦିପାବଳୀ ପାଳନ କରିବାକୁ ଚେଷ୍ଟା କରନ୍ତି, ତାହୋଲେ କୌଣସି  ଅଘଟଣ ଘଟିଥାଏ। ସେହି ଭୟର ପ୍ରଭାବ ଆଜି ମଧ୍ୟ ରହିଛି।

ଗ୍ରାମର ରାଜକୁମାର ଯାଦବଙ୍କ କହିବା ଅନୁଯାୟୀ, ବହୁ ବର୍ଷ ପୂର୍ବେ ଦିପାବଳୀ ଦିନ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଏଠାରେ ଏକ ପରମ୍ପରା ହୋଇଗଲା। ଏହି ପରମ୍ପରା ପିଢି ପରେ ପିଢି ଚାଲିଆସିଲା। ଆମ ଗାଁରେ ୨୦ଟି ଘର ଅଛି। ଯେଉଁଠାରେ ପ୍ରାୟ ୨୫୦ ଲୋକ ବସବାସ କରନ୍ତି। ଦୀପାବଳି ଦିନ ଗାଁ ଲୋକେ ଘରେ ରହିଥାନ୍ତି। ଏପରିକି କୌଣସି ପର୍ବ ପର୍ବାଣୀ ଦିନ ଘରେ ରନ୍ଧା ହେଉଥିବା ସ୍ୱତନ୍ତ୍ର ଖାଦ୍ୟ ମଧ୍ୟ ଏଠାକାର ଲୋକେ ପ୍ରସ୍ତୁତ କରନ୍ତି ନାହିଁ। 

Also Read: ଦେଶର ରହସ୍ୟମୟ ଗାଁ; ଯେଉଁଠୁ ରାତାରାତି ଗାଏବ ହୋଇଯାଇଥିଲେ ହଜାର ହଜାର ଲୋକ

ଥରେ ଗ୍ରାମର ନୂତନ ବୋହୂମାନେ ଥରେ କିମ୍ବା ଦୁଇଥର ଆସିଥିଲେ। ସେମାନେ ଏହି ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଯାହାର ପରିଣାମ ଆମକୁ ଭୋଗିବାକୁ ପଡିଲା। ଅନେକ ଲୋକ ଅସୁସ୍ଥ ହେଲେ। ପିଲାମାନେ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅନେକ ଲୋକ ଡାକ୍ତରଖାନା ଚକ୍କର କାଟିଥିଲେ। ଏହା ପରେ ଏକ ପ୍ରତିଜ୍ଞା ନିଆ ଯାଇଥିଲା। ଏହି ପ୍ରତିଜ୍ଞା ଅନୁସାରେ ଯାହା କିଛି ହୋଇଗଲେ ମଧ୍ୟରେ ଗ୍ରାମରେ ଦିପାବଳୀ ପାଳନ କରାଯିବ ନାହିଁ। ଗାଁ ପିଲା ମାନେ ଦିପାବଳୀ ପରି ଦିନ ବାଣ ଫୁଟାଇଥାନ୍ତି।  ହେଲେ ଦିପାବଳୀ ଦିନ ଗ୍ରାମରେ ବାଣ ଫୁଟା ଯାଏନାହିଁ। 

Also Read: Shocking News: ମୁସଲିମ ନାଁ ବ୍ୟବହାର କରି ଗର୍ବିତ ଏହି ଗ୍ରାମର ହିନ୍ଦୁ

ଅନ୍ୟପଟେ ଦ୍ରୌପଦୀ ଦେବୀ ନାମକ ଜଣେ ବୃଦ୍ଧ ମହିଳା କହିଛନ୍ତି ଯେ ଗାଁରେ ଦୀପାବଳି ପାଳନ ନ କରିବାର ପରମ୍ପରା ଶହ ଶହ ବର୍ଷ ପୁରୁଣା। ଯେଉଁଦିନ ଗାଁରେ କାହାର ପୁଅ କିମ୍ବା ବାଛୁରୀ ଜନ୍ମ ହେବ ସେହି ଦିନ ଗାଁ ଲୋକ ଦିପାବଳୀ ପାଳନ କରିବେ। ଅନ୍ୟଥା ଗ୍ରାମରେ ଦିପାବଳୀ ଦିନ ନୀରବତା ରହିବ। ଯାହା ପିଢି ପରେ ପିଢି ଚାଲିଆସୁଛି।