Advertisement
Photo Details/zeeodisha/odisha2578810
photoDetails0hindi

BSNL Plan: ନୂଆ ବର୍ଷରେ ଖୁସି ଖବର, ଗ୍ରାହକ ପାଇବେ 120GB, ଜାଣନ୍ତୁ କେମିତି

BSNL Recharge Plan: ବିଏସଏନଏଲର ନୂତନ ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ଲମ୍ବା ବୈଧତା, ମାଗଣା କଲିଂ ଏବଂ ଅନେକ ଡାଟା ଦିଆଯାଉଛି । ବିଶେଷ କଥା ହେଉଛି ଏହି ସୁବିଧା ପାଇଁ ବହୁତ କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

1/5

ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, BSNL ଗ୍ରାହକଙ୍କ ପାଇଁ ଏକ ରୋମାଞ୍ଚକର ନୂଆ ବର୍ଷ ଅଫର ଆରମ୍ଭ କରିଛି । ଯଦି ଆପଣ ଇଣ୍ଟରନେଟ୍ ଅଧିକ ମାତ୍ରାରେ ବ୍ୟବହାର କରନ୍ତି ତେବେ ବର୍ତ୍ତମାନ BSNL ଆପଣଙ୍କର ସମସ୍ୟା ଶେଷ କରିଛି କହିଲେ ଚଳିବ । ନୂଆବର୍ଷରକୁ ଦୃଷ୍ଟିରେ ରଖି BSNL ଏକ ରିଚାର୍ଜ ପ୍ଲାନ ଆଣିଛି ଯେଉଁଥିରେ ଘରୋଇ କମ୍ପାନୀ ତୁଳନାରେ ଅନେକ ଗୁଣ ଅଧିକ ଡାଟା ଗ୍ରାହକଙ୍କୁ ପ୍ରଦାନ କରାଯାଉଛି ।

2/5

2025 ଅବସରରେ BSNL 277 ଟଙ୍କା ମୂଲ୍ୟର ଶସ୍ତା ରିଚାର୍ଜ ପ୍ଲାନ ଲଞ୍ଚ୍ କରିଛି । ସରକାରୀ ଟେଲିକମ କମ୍ପାନୀର ଏହି ପ୍ଲାନ ମୋବାଇଲ୍ ବ୍ୟବହାରକାରୀଙ୍କୁ ଅନେକ ପ୍ରକାରର ଚିନ୍ତା ଦୂର କରିଛି । ଯଦି ଆପଣ ଏକ ଶସ୍ତା ରିଚାର୍ଜ ପ୍ଲାନ ଖୋଜୁଛନ୍ତି ଯେଉଁଥିରେ ଆପଣ ଦୀର୍ଘ ବୈଧତା, ମାଗଣା କଲିଂ ଏବଂ ଅଧିକ ଡାଟା ପାଇପାରିବେ, ତେବେ ବର୍ତ୍ତମାନ ଆପଣଙ୍କ ପାଇଁ ଏକ ନୂତନ ବିକଳ୍ପ ଉପଲବ୍ଧ ରହିଛି । ଏହି ପ୍ଲାନରେ ଗ୍ରାହକଙ୍କୁ BSNL ଏହି ସମସ୍ତ ସୁବିଧା ପ୍ରଦାନ କରୁଛି ।

3/5

BSNL ର 277 ଟଙ୍କା ପ୍ଲାନରେ ଗ୍ରାହକମାନେ 60 ଦିନର ଲମ୍ବା ବୈଧତା ପାଇବେ । ଆପଣ 60 ଦିନ ପର୍ଯ୍ୟନ୍ତ ଯେକୌଣସି ନେଟୱାର୍କରେ ଅସୀମିତ ମାଗଣା କଲିଂ ପାଇପାରିବେ । 60 ଦିନ ପାଇଁ ଆପଣଙ୍କୁ କୌଣସି ପ୍ରକାରର ରିଚାର୍ଜ କରିବା ଆବଶ୍ୟକ ନାହିଁ । ମାଗଣା କଲିଂ ସହିତ, ଏଥିରେ ଅନେକ ଡାଟା ମଧ୍ୟ ପ୍ରଦାନ କରାଯାଉଛି । ଏହି ପ୍ଲାନରେ ଆପଣ ସମୁଦାୟ 120 ଜିବି ଡାଟା ପାଇବେ । ଅର୍ଥାତ୍ ଆପଣ ବିନା ଦ୍ୱନ୍ଦରେ ପ୍ରତିଦିନ 2GB ପର୍ଯ୍ୟନ୍ତ ହାଇ ସ୍ପିଡ୍ ଡାଟା ବ୍ୟବହାର କରିପାରିବେ ।

4/5

ସରକାରୀ କମ୍ପାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ମାଧ୍ୟମରେ ଏହି ରିଚାର୍ଜ ପ୍ଲାନ ସମ୍ପର୍କରେ ବିସ୍ତୃତ ସୂଚନା ସେୟାର କରିଛି । କମ୍ପାନୀ ଏହାକୁ ଅଧିକ ଡାଟା ଅଧିକ ମଜା ନାମରେ ପରିଚିତ କରାଇଛି । ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ଏହି ଅଫର ଆପଣଙ୍କ ପାଇଁ ସୀମିତ ସମୟ ପାଇଁ BSNL ପ୍ରଦାନ କରୁଛି । ଏହି ଅଫର କେବଳ 16 ଜାନୁୟାରୀ 2025 ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । 

5/5

ଗ୍ରାହକଙ୍କୁ ସୁବିଧା ଯୋଗାଇବା ପାଇଁ BSNL କ୍ରମାଗତ ଭାବରେ ନୂତନ ସେବା ଆଣୁଛି । କମ୍ପାନୀ 4G-5G ନେଟୱାର୍କକୁ ସେବାନେ ଉନ୍ନତି ଆଣିବା ପାଇଁ ଦ୍ରୁତ ଗତିରେ ପ୍ରୟାସ କରୁଛି । BSNL ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ 60 ହଜାରରୁ ଅଧିକ 4G ଟାୱାର ସ୍ଥାପନ କରିଛି।