Advertisement
Photo Details/zeeodisha/odisha2578787
photoDetails0hindi

Lucky Zodiac Sign: ୨୯ ଡିସେମ୍ୱରରେ ଗଜକେଶରୀ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 29 December 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୯ ଡିସେମ୍ୱର ରବିବାର ଦିନ ଗଠନ ହେଉଥିବା ଶୁଭଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତିବିଶେଷ ବିଶେଷ ଭାବେ ଉପକୃତ ହେବାକୁ ଯାଉଛନ୍ତି ।

1/6

ବୃଷ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ଦିନଟିରେ ଆପଣଙ୍କୁ ଆରାମ ମିଳିବ । ପୂର୍ବରୁ ଥିବା ସମସ୍ୟା ଦୂର ହେବ । ନିଜର ଆବଶ୍ୟକତା ପୂରଣ କରିବାରେ ସଫଳ ହେବେ । ପରିବାରର ସମସ୍ତ ଦାୟିତ୍ୱ ପୂରଣ କରିବେ । ଅବିବାହିତ ଲୋକଙ୍କ ପାଇଁ ଦିନଟି ଭଲ ହେବ । ଜଣେ ବିଶେଷ ବ୍ୟକ୍ତିଙ୍କ ସହିତ ଆପଣଙ୍କର ପରିଚୟ ହୋଇପାରେ । ବ୍ୟବସାୟ କ୍ଷେତ୍ରରେ ଲାଭ ପାଇବେ । ପରିବାରରେ ସୁଖ ଶାନ୍ତି ରହିବ । ପତି-ପତ୍ନୀଙ୍କ ସହ କଳହ ଚାଲିଥିଲେ ତାହା ଶେଷ ହେବ । ସନ୍ଧ୍ୟାରେ ସାଙ୍ଗମାନଙ୍କ ସହିତ ନୂଆ ବର୍ଷ ପାଳନ ସମ୍ପର୍କରେ ଯୋଜନା କରିବେ ।

2/6

କର୍କଟ ରାଶି

ଆପଣଙ୍କ ପାଇଁ ଦିନଟି ଆନନ୍ଦଦାୟକ ହେବାକୁ ଯାଉଛି । ଭାଇଙ୍କ ସାହାଯ୍ୟରେ ଘରୋଇ କାର୍ଯ୍ୟ ଶେଷ କରିବେ । ନିଜ ପାଇଁ କିଛି ଅନଲାଇନ୍ ସପିଂ କରିପାରନ୍ତି । କିଛି ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି । ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଭେଟିବାର ସୁଯୋଗ ପାଇବେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଖୁସି ଖବର ପାଇବେ । ବ୍ୟବସାୟୀମାନେ ନୂଆ ଯୋଜନା ଆପଣାଇ ଲାଭ ପାଇବେ । ଛୁଟିଦିନରେ ଆପଣଙ୍କ ଆଖପାଖରେ ମଜାଦାର ପରିବେଶ ରହିବ ।

3/6

କନ୍ୟା ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ଧନ ଉପାର୍ଜନ ପାଇଁ ରାସ୍ତା ଖୋଲିବ । ନୂଆ ଘର ଏବଂ ଯାନ କିଣିବାର ଇଚ୍ଛା ପୂରଣ ହେବ । ନୂତନ ଖାଦ୍ୟର ମଜା ନେବେ । ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିଲେ ଆଶ୍ୱସ୍ତି ଲାଭ କରିବେ । ବ୍ୟବସାୟରେ ଭଲ ଲାଭ ପାଇବାକୁ ସକ୍ଷମ ହେବେ । ସାଙ୍ଗମାନଙ୍କ ସହିତ ଭଲ ସମୟ ଅତିବାହିତ କରିବେ ।

4/6

କୁମ୍ଭ ରାଶି

ଆପଣଙ୍କ ପାଇଁ ଦିନଟି ସକରାତ୍ମକ ଫଳ ପ୍ରଦାନ କରିବ । ଆପଣ କରିଥିବା ଭଲ କାର୍ଯ୍ୟ କାରଣରୁ ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବାକୁ ଲାଗିବ । ନିଜ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଆତ୍ମବିଶ୍ୱାସ ରହିବ । ଆର୍ଥିକ ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ପ୍ରେମ ଜୀବନରେ ଉତ୍ସାହ ପରିପୂର୍ଣ୍ଣ ରହିବ । ପାରସ୍ପରିକ ବୁଝାମଣା ଉନ୍ନତ ହେବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜବୁତ ରହିବ । ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି । ଭାଇ ଭଉଣୀଙ୍କ ସହିତ ନୂଆ ବର୍ଷ ପାଳନ ନେଇ କିଛି ଯୋଜନା କରିପାରନ୍ତି । ପରିବାରର ସମସ୍ତ ସଦସ୍ୟ ଆପଣଙ୍କୁ ସମର୍ଥନ କରିବେ ।

5/6

ମୀନ ରାଶି

ଆପଣଙ୍କ ପାଇଁ ଦିନଟି ଅନୁକୂଳ ହେବାକୁ ଯାଉଛି । ଏକ ସୁସ୍ଥ ଜୀବନଶୈଳୀରେ ବଞ୍ଚିବାକୁ ଯୋଜନା କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ମାଆଙ୍କ ସହିତ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇପାରନ୍ତି । ବିଶେଷ ବ୍ୟକ୍ତିଙ୍କୁ ଭେଟିବାର ଯୋଜନା କରିବେ । ଟଙ୍କା ବିନିଯୋଗ ପାଇଁ ସମୟ ଉପଯୁକ୍ତ । ପିଲାମାନଙ୍କ କାର୍ଯ୍ୟକୁ ନେଇ ଖୁସି ପ୍ରକାଶ କରିବେ । ଯଦି କାହା ସହ କିଛି ବାଦ ବିବାଦ ଥାଏ ତେବେ ତାହାର ସମାଧାନ ହୋଇଯିବ ।

6/6

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।