କିଟ୍‍ ଫେସନ୍‍ ସ୍କୁଲ୍‍ ଛାତ୍ରୀ ତ୍ରିଷ୍ଣା ରାୟଙ୍କୁ ମିସ୍‍ ଟିନ୍‍ ୟୁନିଭର୍‍ସ ମୁକୁଟ, ବିଶ୍ୱସ୍ତରରେ ଓଡ଼ିଶାର ଗୌରବ
Advertisement
Article Detail0/zeeodisha/odisha2578820

କିଟ୍‍ ଫେସନ୍‍ ସ୍କୁଲ୍‍ ଛାତ୍ରୀ ତ୍ରିଷ୍ଣା ରାୟଙ୍କୁ ମିସ୍‍ ଟିନ୍‍ ୟୁନିଭର୍‍ସ ମୁକୁଟ, ବିଶ୍ୱସ୍ତରରେ ଓଡ଼ିଶାର ଗୌରବ

କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ର ଛାତ୍ରୀ ତ୍ରିଷ୍ଣା ଏହି ଟାଇଟଲ୍‍ ହାସଲ କରି କିଟ୍‍ ତଥା ଓଡ଼ିଶା ଓ ଭାରତକୁ ଗୌରବ ଆଣି ଦେଇଛନ୍ତି । 

କିଟ୍‍ ଫେସନ୍‍ ସ୍କୁଲ୍‍ ଛାତ୍ରୀ ତ୍ରିଷ୍ଣା ରାୟଙ୍କୁ ମିସ୍‍ ଟିନ୍‍ ୟୁନିଭର୍‍ସ ମୁକୁଟ, ବିଶ୍ୱସ୍ତରରେ ଓଡ଼ିଶାର ଗୌରବ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମିସ୍‍ ଟିନ୍‍ ୟୁନିଭର୍ସ ୨୦୨୪ ସୁନ୍ଦରୀ ପ୍ରତିଯୋଗିତାରେ କିଟ୍‍ ବିଶ୍ୱବିଦ୍ୟାଳୟ ଫେସନ୍‍ ସ୍କୁଲ୍‍ ଛାତ୍ରୀ ତ୍ରିଷ୍ଣା ରାୟ ବିଜୟୀ ହୋଇ ମିସ୍‍ ଟିନ୍‍ ୟୁନିଭର୍ସ ୨୦୨୪ ଟାଇଟଲ୍‍ ହାସଲ କରିଛନ୍ତି ।  କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ର ଛାତ୍ରୀ ତ୍ରିଷ୍ଣା ଏହି ଟାଇଟଲ୍‍ ହାସଲ କରି କିଟ୍‍ ତଥା ଓଡ଼ିଶା ଓ ଭାରତକୁ ଗୌରବ ଆଣି ଦେଇଛନ୍ତି । 

ନଭେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସମଗ୍ର ବିଶ୍ୱରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ । କର୍ଣ୍ଣେଲ୍‍ ଦିଲ୍ଲୀପ କୁମାର ରାୟ ଏବଂ ରାଜଶ୍ରୀଙ୍କ ଝିଅ ତ୍ରିଷ୍ଣା ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ପ୍ରୟାସ କରିଆସୁଥିଲେ । ତାଙ୍କର ଭିସା ସମସ୍ୟା ଯୋଗୁଁ ସେ ଗତବର୍ଷ କଲମ୍ବିଆ ଓ ଡ଼ୋମିନିକାନ୍‍ ରିପବ୍ଲିକ୍‍ରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରି ନ ଥିଲେ । ତାଙ୍କର କଠିନ ଅଧ୍ୟବସାୟ ଓ ନିଷ୍ଠା ପାଇଁ ସେ ଏହି ଅନ୍ତର୍ଜାତୀୟ ସଫଳତା ପାଇପାରିଛନ୍ତି । ଏହି ସଫଳତା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଏବଂ କୀଟ ସ୍କୁଲ ଅଫ ଫେସନ ଟେକ୍ନୋଲୋଜିର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ଅଶେଷ ଅବଦାନ, ସ୍ନେହାଶୀର୍ବାଦ ଏବଂ ନୈତିକ ସମର୍ଥନ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଏକ ପ୍ରେସ୍ ମିଟ୍ ଜରିଆରେ ତ୍ରିଷ୍ଣା ଜଣାଇଛନ୍ତି ।

Also Read- BSNL Plan: ନୂଆ ବର୍ଷରେ ଖୁସି ଖବର, ଗ୍ରାହକ ପାଇବେ 120GB, ଜାଣନ୍ତୁ କେମିତି