Shocking News: ଚର୍ଚ୍ଚାରେ ଚୋରଙ୍କ କାରନାମା, ଶୁଣିଲେ ଉଡ଼ିଯିବ ହୋସ
Advertisement

Shocking News: ଚର୍ଚ୍ଚାରେ ଚୋରଙ୍କ କାରନାମା, ଶୁଣିଲେ ଉଡ଼ିଯିବ ହୋସ

Thiefs Strange deed: ସୋମବାର ଏହି ଚୋରି ଘଟଣା ସାମ୍ନାକୁ ଆସିଥିଲା ​​ଯେତେବେଳେ କେନାଲ ରାସ୍ତାରେ ଯାଉଥିବା କିଛି ଲୋକ ନଜର ଏକ ନିର୍ମାଣାଧି୍ନ ପୋଲ ଉପରେ ପଡିଥିଲା।

Shocking News: ଚର୍ଚ୍ଚାରେ ଚୋରଙ୍କ କାରନାମା, ଶୁଣିଲେ ଉଡ଼ିଯିବ ହୋସ

Strange deeds of Thief: ବେଳେ  ବେଳେ ଚୋର ଏଭଳି କାରନାମା କରିଥାନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ। ସଦ୍ୟ ହରିୟାଣା ଯମୁନାନଗର ସ୍ଥିତ ସାହାରନପୁର-ପଞ୍ଚକୁଲା ଜାତୀୟ ରାଜପଥ ୩୪୪ ଠାରେ ଦେଖିବାକୁ ମିଳିଛି ଏହାର ଉଦାହରଣ। ଯେଉଁଠି ଉପରେ ନିର୍ମିତ ପୋଲରୁ ପ୍ରାୟ ୪୦୦୦ ନଟ୍-ବୋଲ୍ଟ ଚୋରି ହୋଇଯାଇଛି। ଚୋରଙ୍କ ଏହି କାର୍ଯ୍ୟ ପୋଲକୁ ଗୁରୁତର କ୍ଷତି ପହଞ୍ଚାଇ ପାରେ। ଜାତୀୟ ରାଜପଥ ୩୪୪ ହରିୟାଣା-ଉତ୍ତର ପ୍ରଦେଶ ଆଦି ରାଜ୍ୟଦ୍ୱୟକୁ ସଂଯୋଗ କରିଥାଏ।

ଏହି ରାଜପଥ ଉତ୍ତର ପ୍ରଦେଶ ସାହାରନପୁର ଠାରୁ ହରିୟାଣା ପଞ୍ଚକୁଲା ପର୍ଯ୍ୟନ୍ତ ଯାଇଛି। ପାଞ୍ଜୁପୁର ଗ୍ରାମର କେନାଲ ଠାରେ ରହିଥିବା ଜାତୀୟ ରାଜପଥ ଉପରେ ଏକ ପୋଲ ନିର୍ମାଣ କରାଯାଉଛି। ଏହି ପୋଲକୁ ଅଟକାଇବା ପାଇଁ ତିନୋଟି ବଡ ବଡ଼ ଗାର୍ଡର ରଖାଯାଇଛି। ଏହାକୁ ଏକତ୍ର କରିବା ପାଇଁ ଭାରୀ ଲୁହା ନିର୍ମିତ ଆଙ୍ଗେଲ ଲଗାଯାଇଛି। ଗୋଟିଏ ଆଙ୍ଗେଲ ରେ ପ୍ରାୟ ୪୦ ନଟ୍ ବୋଲ୍ଟ  ରହିଛି।

ସୋମବାର ଏହି ଚୋରି ଘଟଣା ସାମ୍ନାକୁ ଆସିଥିଲା ​​ଯେତେବେଳେ କେନାଲ ରାସ୍ତାରେ ଯାଉଥିବା କିଛି ଲୋକ ନଜର ଏଠାରେ ନିର୍ମାଣ ହେଉଥିବା ପୋଲ ଉପରେ ପଡିଥିଲେ। ଏହି ନିର୍ମାଣାଧିନ ପୋଲର ଆଙ୍ଗେଲ ରେ ଲୋକେ ନଟ୍-ବୋଲ୍ଟ (Nut Bolt) ରହିବା ସ୍ଥାନରେ ଲୋକେ  ଆଲୋକ ଦେଖିବାକୁ ପାଇଥିଲେ। ଲୋକେ ଏହି ପୋଲକୁ ଯାଞ୍ଚ କରିବା ଏହା ଜାଣିବାକୁ ପାଇଲେ ଯେ ନଟ୍-ବୋଲ୍ଟ  ଗାଏବ ହୋଇଯାଇଛି। ଏହା ପରେ ଲୋକେ ଏହି ଘଟଣା ବାବଦରେ  ପୋଲିସ ପ୍ରଶାସନକୁ ଜଣାଇଥିଲେ।

Also Read:  Shocking News: ଲୁହା ନିର୍ମିତ ପୋଲ ଉଠାଇନେଲେ ଚୋର

ଏହି ଖବର ପାଇବା ମାତ୍ରେ ଜାତୀୟ ରାଜପଥ ପ୍ରାଧିକରଣ (National Highways Authority of India) ଏନଏଚଆଇ ରେସିଡେଣ୍ଟ ଇଞ୍ଜିନିୟର (NHAI Resident Engineer) ହରମେଶ କୁମାର ସିଂହ ଘଟଣାସ୍ଥଳରେ ପହଞ୍ଚି ରାଜପଥ ନିର୍ମାଣ ଦାୟିତ୍ୱରେ ରହିଥିବା ସାଧବ କନଷ୍ଟ୍ରକସନ କମ୍ପାନୀ ପ୍ରୋଜେକ୍ଟ ମ୍ୟାନେଜର ପ୍ରସୂନ ପଙ୍କଜ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ଯାଞ୍ଚ କରିଛନ୍ତି। ଏନେଇ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଚୋର ନଟ୍-ବୋଲ୍ଟ ସହ ସହିତ ଗୋଟିଏ ଆଙ୍ଗେଲ ଚୋରି କରି ନେଛନ୍ତି। ହେଲେ ଅବଶିଷ୍ଟ ଆଙ୍ଗେଲ ଚୋରି କରି ପାରିନାହାଁନ୍ତି। କାରଣ ଏହାକୁ ୱେଲଡିଂ କରାଯାଇଥିଲା।

ଏହି ଘଟଣାରେ ପ୍ରତିକ୍ରିୟା ରଖି ଏନଏଚଆଇ ରେସିଡେଣ୍ଟ ଇଞ୍ଜିନିୟର ହରମେଶ କୁମାର ସିଂହ କହିଛନ୍ତି ଯେ ରାଜପଥ ପୋଲରୁ ନଟ୍-ବୋଲ୍ଟ  ଚୋରି ହେବା ଘଟଣଆରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। ପୋଲ ନିର୍ମାଣ ଲାଗି ନଟ୍-ବୋଲ୍ଟ କିଣିବାକୁ କୁହାଯାଇଛି। ମଙ୍ଗଳବାର ଠାରୁ ନଟ୍-ବୋଲ୍ଟ କାର୍ଯ୍ୟ ଆରମ୍ଭ ହେବ। ଏହା ନିଶା ସେବନ କରୁଥିବା ଲୋକଙ୍କ କାମ ପରି ମନେହେଉଛି। ପୋଲିସ ଏହି ଘଟଣାର ତଦନ୍ତ କରବା ପରେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ।