Accident News: ଭୟଙ୍କର ଦୁର୍ଘଟଣାରେ ୬ ମୃତ, ମୃତକଙ୍କ ମଧ୍ଯରେ ଶିଶୁ ଥିବା ସୂଚନା
Advertisement
Article Detail0/zeeodisha/odisha2095415

Accident News: ଭୟଙ୍କର ଦୁର୍ଘଟଣାରେ ୬ ମୃତ, ମୃତକଙ୍କ ମଧ୍ଯରେ ଶିଶୁ ଥିବା ସୂଚନା

Accident News:  ଗୋଟିଏ ପରିବାର ଏକ ଉତ୍ସବରେ ଯୋଗ ଦେଇ ରବିବାର ବିଳମ୍ବିତ ରାତିରେ ଫେରୁଥିବାବେଳେ କାରଟି ଏକ ନାଳକୁ ଖସିପଡିଥିଲା । ଫଳରେ ଗାଡ଼ିରେ ଥିବା ୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଶିଶୁ ଥିବା ମଧ୍ୟ ଜଣାପଡିଛି । 

ସୌଜନ୍ୟ-ସୋସିଆଲ ମିଡିଆ

Accident News: କାନପୁରରୁ ଆସିଲା ଦୁଃଖଦ ଖବର । ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୬ ଜୀବନ। ତେବେ ମୃତକଙ୍କ ମଧ୍ଯରେ ୨ ଜଣ ଶିଶୁ ଥିବା ଜଣାପଡ଼ିଛି । ତେବେ ଏକ ପାର୍ଟିରୁ ଯୋଗ ଦେଇ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଖବର ଅନୁଯାୟୀ, କାନପୁରେ ଦେହାତରେ ସାମ୍ନାକୁ ଆସିଛି ଏକ ହୃହୟବିଦାରକ ଘଟଣା । ଗୋଟିଏ ପରିବାର ଏକ ଉତ୍ସବରେ ଯୋଗ ଦେଇ ରବିବାର ବିଳମ୍ବିତ ରାତିରେ ଫେରୁଥିବାବେଳେ କାରଟି ଏକ ନାଳକୁ ଖସିପଡିଥିଲା । ଫଳରେ ଗାଡ଼ିରେ ଥିବା ୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଶିଶୁ ଥିବା ମଧ୍ୟ ଜଣାପଡିଛି । ସମସ୍ତ ମୃତକ ଡେରାପୁର ଶିରୋଜପୁରର ବାସିନ୍ଦା ଅଟନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସେପଟେ, ସମ୍ବଲପୁର ଜିଲ୍ଲା ନୂଆପଡ଼ା ଛକରେ ଶିବମ୍ ନାମକ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ କଣ୍ଡକ୍ଟରଙ୍କ ସମେତ ୮ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ଭୁବନେଶ୍ବରରୁ ହୀରାକୁଦ ଆସୁଥିବା ଶିବମ୍ ନାମକ ଏକ ଘରୋଇ ବସ୍ ଭୋର ସମୟରେ ନୂଆପଡ଼ା ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଫଳରେ କଣ୍ଡକ୍ଟର ସମେତ ୮ ଯାତ୍ରୀ ଗୁରୁତର ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନା ଓ ପରେ ବୁର୍ଲା ଭୀମସାରକୁ ସ୍ଥାନାନ୍ତରିତ କରାଯାଇଥିଲା।

Also Read- Uttarakhand Cabinet Clears UCC: ମଙ୍ଗଳବାର ଉତ୍ତରାଖଣ୍ତ ବିଧାନସଭାରେ ଉପସ୍ଥାପନ ହେବ ୟୁସିସି ବିଧେୟକ

Also Read- Assembly Budget Session 2024: ବିଧାନସଭାରେ ପରିକ୍ରମା ପ୍ରକଳ୍ପକୁ ଭୁରି ଭୁରି ପ୍ରଂଶାସ କଲେ ରାଜ୍ୟପାଳ