RBI On Safest Bank Of India: ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ କେଉଁଟା? ଯେଉଁଠି ଆପଣଙ୍କ ଗୋଟିଏ ଗୋଟିଏ ପଇସା ରହିବ ସୁରକ୍ଷିତ, RBI କହିଲା ଏହି ଏସବୁ ବ୍ୟାଙ୍କର ନାମ
Advertisement

RBI On Safest Bank Of India: ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ କେଉଁଟା? ଯେଉଁଠି ଆପଣଙ୍କ ଗୋଟିଏ ଗୋଟିଏ ପଇସା ରହିବ ସୁରକ୍ଷିତ, RBI କହିଲା ଏହି ଏସବୁ ବ୍ୟାଙ୍କର ନାମ

RBI On Safest Bank Of India: ଆରବିଆଇ ଅନୁଯାୟୀ, ଏସବିଆଇ ଏହାର ବିପଦପୂର୍ଣ୍ଣ ସମ୍ପତ୍ତିର ୦.୬୦ ପ୍ରତିଶତକୁ ଟାୟାର -1 ଇକ୍ୱିଟି ଭାବରେ ରଖିବା ଆବଶ୍ୟକ କରୁଥିବାବେଳେ HDFC ଓ ଆଇସିଆଇସିଆଇ ବ୍ୟାଙ୍କ ପାଇଁ ଏହା ଅଂଶ ବିପଦପୂର୍ଣ୍ଣ ସମ୍ପତ୍ତିର ୦.୨୦ ପ୍ରତିଶତ ଅଟେ । ୨୦୧୫ ମସିହାରୁ ଆରବିଆଇ ଏଭଳି ବ୍ୟାଙ୍କ ଗୁଡିକର ଏକ ତାଲିକା ଜାରି କରିଆସୁଛି, ଯାହା ଦେଶର ଆର୍ଥିକ ବ୍ୟବସ୍ଥା ଓ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

RBI On Safest Bank Of India: ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ କେଉଁଟା? ଯେଉଁଠି ଆପଣଙ୍କ ଗୋଟିଏ ଗୋଟିଏ ପଇସା ରହିବ ସୁରକ୍ଷିତ, RBI କହିଲା ଏହି ଏସବୁ ବ୍ୟାଙ୍କର ନାମ

RBI On Safest Bank Of India: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ସବୁଠାରୁ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ବ୍ୟାଙ୍କ (Safest Bank Of India) ର ନାମ ଖୁଲାସା କରିଛି । ଗ୍ରାହକ ଓ ଭାରତୀୟ ଅର୍ଥ ବ୍ୟବସ୍ଥା (Indian Economy) ପାଇଁ ଏହି ବ୍ୟାଙ୍କ (Banks) ଗୁଡିକ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଯଦି ଏହି ବ୍ୟାଙ୍କଗୁଡିକରେ କୌଣସି କ୍ଷତି ହୁଏ, ତେବେ ସମଗ୍ର ଦେଶକୁ ଏହାର ଭାର ବହନ କରିବାକୁ ପଡ଼ିବ । ଆରବିଆଇ (RBI) Domestic Systemically Important Banks (D-SIBs) ୨୦୨୨ର ତାଲିକା ପ୍ରକାଶ କରିଛି, ଯେଉଁଥିରେ ଗୋଟିଏ ସରକାରୀ ଓ ୨ ଘରୋଇ କ୍ଷେତ୍ରର ବ୍ୟାଙ୍କର ନାମ ସାମିଲ ରହିଛି । ୨୦୨୨ ବର୍ଷର ତାଲିକାରେ ପୂର୍ବ ବର୍ଷ (୨୦୨୧) ରେ ସାମିଲ ଥିବା ବ୍ୟାଙ୍କ ଗୁଡିକର ନାମ ମଧ୍ୟ ଅଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କହିଛି ଯେ, ୨୦୨୨ର ଏହି ତାଲିକାରେ ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ବ୍ୟତୀତ ଘରୋଇ କ୍ଷେତ୍ରର ଏଚଡିଏଫସି (HDFC) ଓ ଆଇସିଆଇସିଆଇ ବ୍ୟାଙ୍କ (ICICI) ର ନାମ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି । Domestic Systemically Important Banks (D-SIBs) ର ଏହି ତାଲିକାରେ ଏହିପରି ନାମଗୁଡିକ ଅନ୍ତର୍ଭୂକ୍ତ କରାଯାଇଛି, ଯାହାର ବୁଡ଼ିଯିବା କିମ୍ବା ବିଫଳତା ସମଗ୍ର ଆର୍ଥିକ ବ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପକାଇପାରେ । ଏହିପରି ବ୍ୟାଙ୍କ ଗୁଡିକ ଉପରେ ଆରବିଆଇ ଏକ ବିଶେଷ ନଜର ରଖିଛି ଓ ସେଗୁଡ଼ିକର ବୁଡ଼ିଯିବାର ରିସ୍କ ଉଠାଯାଇପାରିବ ନାହିଁ ।

ଏହି ତାଲିକାରେ ଆସୁଥିବା ବ୍ୟାଙ୍କ ଗୁଡିକ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କଡା ପଦକ୍ଷେପ ଗ୍ରହଣ କରେ । ଏହିପରି ବ୍ୟାଙ୍କ ଗୁଡିକ ବିପଦପୂର୍ଣ୍ଣ ସମ୍ପତ୍ତିର କିଛି ଅଂଶକୁ ଟାୟାର -1 ଇକ୍ୱିଟି ଭାବରେ ରଖିବା ଆବଶ୍ୟକ ହୋଇଥାଏ । ଆରବିଆଇ ଅନୁଯାୟୀ, ଏସବିଆଇ ଏହାର ବିପଦପୂର୍ଣ୍ଣ ସମ୍ପତ୍ତିର ୦.୬୦ ପ୍ରତିଶତକୁ ଟାୟାର -1 ଇକ୍ୱିଟି ଭାବରେ ରଖିବା ଆବଶ୍ୟକ କରୁଥିବାବେଳେ HDFC ଓ ଆଇସିଆଇସିଆଇ ବ୍ୟାଙ୍କ ପାଇଁ ଏହା ଅଂଶ ବିପଦପୂର୍ଣ୍ଣ ସମ୍ପତ୍ତିର ୦.୨୦ ପ୍ରତିଶତ ଅଟେ । ୨୦୧୫ ମସିହାରୁ ଆରବିଆଇ ଏଭଳି ବ୍ୟାଙ୍କ ଗୁଡିକର ଏକ ତାଲିକା ଜାରି କରିଆସୁଛି, ଯାହା ଦେଶର ଆର୍ଥିକ ବ୍ୟବସ୍ଥା ଓ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆରବିଆଇ ଏହା ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖେ ।

ପ୍ରତିବର୍ଷ ଅଗଷ୍ଟ ମାସରେ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଗୁଡିକୁ ସେମାନଙ୍କର ପହଞ୍ଚିବା ଓ ବ୍ୟବସାୟ ଅନୁଯାୟୀ ମୂଲ୍ୟାୟନ କରିଥାଏ ଏବଂ ତା’ପରେ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରେ । ଏପର୍ଯ୍ୟନ୍ତ କେବଳ ତିନିଟି ବ୍ୟାଙ୍କ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ତାଲିକାରେ ଅନ୍ତର୍ଭୁକ୍ତ ବ୍ୟାଙ୍କ ଗୁଡିକ ବୁଡ଼ିଯିବାର ବିପଦକୁ ଉଠାଯାଇପାରିବ ନାହିଁ । ଆବଶ୍ୟକ ସ୍ଥଳେ ସରକାର ସେମାନଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ପ୍ରସ୍ତୁତ ରହିଥାଏ ।

ଅଧିକ ପଢ଼ନ୍ତୁ:-ନିର୍ଦ୍ଦୋଷ ଥିଲେ, ୬୬୬ ଦିନ ମିଳିନି ଯୌନ ସୁଖ; ବର୍ତ୍ତମାନ ସରକାରଠୁ ମାଗୁଛନ୍ତି ୧୦ ହଜାର କୋଟି ଟଙ୍କା, ଜାଣନ୍ତୁ ପୂରା ଘଟଣା

ଅଧିକ ପଢ଼ନ୍ତୁ:-ବିଜେପି ଓ ଏକନାଥ ସିନ୍ଦେଙ୍କୁ ଜୋରଦାର ଝଟକା! କଂଗ୍ରେସ ପାଇଁ ଆସିଲା ବଡ଼ ଖୁସି ଖବର

ଅଧିକ ପଢ଼ନ୍ତୁ:-୧୭ ବର୍ଷ ପରେ କ୍ରିକେଟ୍ ଖେଳିବାକୁ ପାକିସ୍ତାନ ଯିବ ଟିମ୍ ଇଣ୍ଡିଆ!

 

ଆରବିଆଇର ଏହି ତାଲିକାରେ ଅନ୍ତର୍ଭୁକ୍ତ ବ୍ୟାଙ୍କଗୁଡିକ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ସେମାନଙ୍କର କାର୍ଯ୍ୟଦକ୍ଷତା ଆଧାରରେ ଚୟନ କରିଛି । ୨୦୧୫ ଓ ୨୦୧୬ ବର୍ଷରେ ଆରବିଆଇ ଏହି ତାଲିକାରେ କେବଳ ଏସବିଆଇ ଓ ଆଇସିଆଇସିଆଇ ବ୍ୟାଙ୍କକୁ ଅନ୍ତର୍ଭୁକ୍ତ କରିଥିଲା ।​ ପରେ ମାର୍ଚ୍ଚ ୨୦୧୭ ପର୍ଯ୍ୟନ୍ତ ତଥ୍ୟକୁ ଦେଖି HDFC ବ୍ୟାଙ୍କକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ୨୦୧୫ରେ ପ୍ରକାଶିତ ପ୍ରଥମ ତାଲିକାରେ କେବଳ ଦୁଇଟି ନାମ ଥିବାରୁ ଗ୍ଲୋବାଲ୍ ରେଟିଂ ଏଜେନ୍ସି ମୁଡି ପ୍ରଶ୍ନ ଉଠାଇଥିଲା ।