ଭୟଙ୍କର ସଡ଼କ ଦୁର୍ଘଟଣା, ନଦୀରେ ଖସିପଡିଲା ଯାତ୍ରୀବାହୀ ବସ୍, ୬ ଜଣ ମୃତ, ଉଦ୍ଧାର କାର୍ଯ୍ୟ ଜାରି
Advertisement
Article Detail0/zeeodisha/odisha2143905

ଭୟଙ୍କର ସଡ଼କ ଦୁର୍ଘଟଣା, ନଦୀରେ ଖସିପଡିଲା ଯାତ୍ରୀବାହୀ ବସ୍, ୬ ଜଣ ମୃତ, ଉଦ୍ଧାର କାର୍ଯ୍ୟ ଜାରି

Bus Accident News: ନେପାଳରୁ ଏକ ଭୟଙ୍କର ବସ୍ ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସିଛି । ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍ ନେପାଳର ଦାଦାଙ୍ଗର ଘାଟବେନ୍ସି  ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଯାତ୍ରୀବାହୀ ବସ୍ ରାସ୍ତାରୁ ସିଧା ନଦୀ ମଧ୍ୟରେ ଖସିପଡିଥିଲା । ନଦୀରେ ଗଭୀର ଜଳରେ ବସର ଅଧାଠୁ ଅଧିକ ବୁଡିଯାଇଥିବାବେଳେ କେବଳ ବସର ଉପରଭାଗ ଦୃଶ୍ୟମାନ ହେଉଛି।

ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ୭ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ କାଠମାଣ୍ଡୁ ସ୍ଥିତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବସ୍‌ରେ ସମୁଦାୟ ୫୧ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି । ବୁଧବାର ସକାଳେ ନେପାଳର କପିଲଭାଷ୍ଟୁରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିଥିଲା ଯାତ୍ରୀବାହୀ ବସଟି । ଯାତ୍ରୀବାହୀ ବସ୍ ନଦୀ ବ୍ରିଜ୍ ଅତିକ୍ରମ କରି ପାହାଡିଆ ଅଞ୍ଚଳ ଦେଇ ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । LU 2B 2121 ନମ୍ୱର ଥିବା ବସଟି ସକାଳ ପ୍ରାୟ ୫ ଟା ସମୟରେ ଭାରସ୍ୟାମ ହରାଇ ଲୁମ୍ବିନି ନଦୀରେ ପଡ଼ିଯାଇଥିଲା। ବସ୍ ନଦୀରେ ଗଳିପଡିବା ମାତ୍ରେ ଯାତ୍ରୀମାନେ ଚିତ୍କାର ଆରମ୍ଭ କରିଥିଲେ । ନେପାଳର ସ୍ଥାନୀୟ ସବ୍ ଇନ୍ସପେକ୍ଟର ସାନ୍ତୁଲାଲ ପ୍ରସାଦ ଜୈସୱାଲ କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ବସରେ ସମୁଦାୟ ୫୧ଜଣ ଯାତ୍ରୀ ଏବଂ ଡ୍ରାଇଭର ଥିଲେ । ଏପର୍ଯ୍ୟନ୍ତ ନଦୀରୁ ସମୁଦାୟ ୩୮ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।

Also Read- ଜୀ-ସାର୍ଥକର ମେଗା ରିୟାଲିଟି ସୋ ପ୍ରଚାରର ଅଭିନବ ପ୍ରୟାସ

Also Read- Bollywood News: ଆଲିଆ ଭଟ୍ଟଙ୍କ ସହ ଯାହା କରିଥିଲେ ଦୀପିକାଙ୍କ ସହ ତାହା କଲେ କରନ ଜୋହର...