Twitter Blue Tick: ସବସ୍କ୍ରିପସନ୍ ଫି ଦେବାକୁ ମନା କରବାରୁ 'ନ୍ୟୁୟର୍କ ଟାଇମ୍ସ'ର ବ୍ଲୁ ଟିକ୍ ହଟାଇଲେ ମସ୍କ
Advertisement

Twitter Blue Tick: ସବସ୍କ୍ରିପସନ୍ ଫି ଦେବାକୁ ମନା କରବାରୁ 'ନ୍ୟୁୟର୍କ ଟାଇମ୍ସ'ର ବ୍ଲୁ ଟିକ୍ ହଟାଇଲେ ମସ୍କ

Twitter Blue Subscription Service: ଟ୍ୱିଟର ଏହାର ବ୍ଲୁ ଟିକ୍ ସବସ୍କ୍ରିପସନ୍ ସେବାକୁ ବହୁ ଲୋକପ୍ରିୟ ସଂଗଠନର ଆକାଉଣ୍ଟରୁ ହଟାଇବା ଆରମ୍ଭ କରିଛି । ଏହି କ୍ରମରେ ବର୍ତ୍ତମାନ ନ୍ୟୁୟର୍କ ଟାଇମ୍ସ, ୱାଶିଂଟନ୍ ପୋଷ୍ଟର ଆକାଉଣ୍ଟଗୁଡିକ ମଧ୍ୟ ଏହି ବ୍ଲୁ ଟିକ୍ ହଟାଇ ଦିଆଯାଇଛି ।

ସାଙ୍କେତିକ ଛବି

Twitter Blue Subscription Service: ଟ୍ୱିଟର ଏହାର ବ୍ଲୁ ଟିକ୍ ସବସ୍କ୍ରିପସନ୍ ସେବାକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । କାରଣ ସେ ଅନେକ ଲୋକପ୍ରିୟ ସଂଗଠନର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବା ଆରମ୍ଭ କରିଛି । ଏବଂ ଏହି କ୍ରମରେ ନ୍ୟୁୟର୍କ ଟାଇମ୍ସର ଆକାଉଣ୍ଟରୁ ମଧ୍ୟ ଏହି ବ୍ଲୁ ଟିକ୍ ଅପସାରଣ କରାଯାଇଛି । ଏଥି ସହିତ ମିଡିଆ ରିପୋର୍ଟ ଅନୁଯାୟୀ ହ୍ୱାଇଟ ହାଉସ ଟ୍ୱିଟର ବ୍ଲୁ ଟିକ୍ ପାଇଁ ଦେୟ ଦେବାକୁ ମନା କରି ଦେଇଛି । ସିଏନ୍ଏନ୍ ର ଅଲିଭର ଡାର୍ସିଙ୍କ ଅନୁଯାୟୀ, ନ୍ୟୁୟର୍କ ଟାଇମ୍ସ, ୱାଶିଂଟନ୍ ପୋଷ୍ଟ, ପଲିଟିକୋ, ଭକ୍ସ ମିଡିଆ, ବଜାଜ୍ ଫିଡ୍ ଓ ଅନ୍ୟ ସଂସ୍ଥାମାନେ ଟ୍ୱିଟରରେ ଭେରିଫିକେସନ ପାଇଁ ପେମେଣ୍ଟ କରିବେ ନାହିଁ ।

ଭାରତରେ ବ୍ଲୁ ସବସ୍କ୍ରିପସନ୍ ମୂଲ୍ୟ ୯୦୦ ଟଙ୍କା ରହିଛି
ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ଭାରତରେ ଆଣ୍ଡ୍ରଏଡ୍ ଓ ଟ୍ୱିଟରର ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ୯୦୦ ଟଙ୍କା ଥିବାବେଳେ ୱେବ୍ ବ୍ୟବହାରକାରୀଙ୍କ ପାଇଁ ୬୫୦ ଟଙ୍କା ରହିଛି । ବାର୍ଷିକ ସବସ୍କ୍ରିପସନ୍ ୬ ହଜାର ୮୦୦ ଟଙ୍କାରେ ଉପଲବ୍ଧ ଅଛି । ପୂର୍ବରୁ ଟ୍ୱିଟର ବ୍ଲୁ ଟିକ୍ କେବଳ ପ୍ରସିଦ୍ଧ ଲୋକଙ୍କୁ ଦିଆଯାଇଥିଲା, ଏଥିରେ ନେତା, ସାମାଜିକ କର୍ମୀ, ସେଲିବ୍ରିଟି, ବୌଜ୍ଞାନିକ ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲେ କିନ୍ତୁ ବର୍ତ୍ତମାନ ଯେକୌଣସି ବ୍ୟକ୍ତି ଟଙ୍କା ଦେଇ ବ୍ଲୁ ଟିକ୍ ପାଇପାରିବେ ।

fallback

ଟ୍ୱିଟର ବ୍ଲୁ ଟିକ୍ ପେଡ୍ ସବସ୍କ୍ରିପସନର ଫିଚର୍ସ
ଯଦି ଆପଣ ଟ୍ୱିଟର ବ୍ଲୁକୁ ସବସ୍କ୍ରାଇବ କରନ୍ତି, ତେବେ ଟ୍ୱିଟ୍ କରିବା ପାଇଁ ଅକ୍ଷର ଲେଖିବାର ସୀମା ଆପଣଙ୍କ ପାଇଁ ବୃଦ୍ଧି ପାଇବ । ଆପଣ ବଡ଼ ବ୍ଲଗ୍ କିମ୍ବା ଆର୍ଟିକିଲ ଲେଖିବାରେ ସକ୍ଷମ ହେବେ । ଟୁଇଟ୍ ଏଡିଟ୍ କରିବାର ବିକଳ୍ପ ସେହି ଉପଭୋକ୍ତାମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ ଯେଉଁମାନେ ଟ୍ୱିଟର ବ୍ଲୁ ଟିକ୍ ପେଡ୍ ସବସ୍କ୍ରିପସନ କରିଛନ୍ତି ।

ଟ୍ୱିଟର ପରେ 'କୁ'ର ଚାହିଦା ବଢ଼ିବାରେ ଲାଗିଛି   
ଭାରତର ଟ୍ୱିଟର ଭାବରେ ଜଣାଶୁଣା କୁ (Koo) ଆପର ସହ-ପ୍ରତିଷ୍ଠାତା ମାୟାଙ୍କ ବିଦୱାଟକା ସମସ୍ତ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ସବୁଦିନ ପାଇଁ ମାଗଣା ଭେରିଫିକେସନ ଦେବା ବିଷୟରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୦୦ ରୁ ଅଧିକ ଦେଶରେ ୬୦ ମିଲିୟନରୁ ଅଧିକ ଡାଉନଲୋଡ୍ ସହିତ କୁ ଗତ ତିନିବର୍ଷ ମଧ୍ୟରେ ଦ୍ୱିତୀୟ ବୃହତ୍ତମ ମାଇକ୍ରୋବ୍ଲଗ୍ ହୋଇପାରିଛି ।

ଏହା ବି ପଢ଼ନ୍ତୁ: Kannauj: ଗରିବ ହେବା ପାପ? ପୋଲିସର ଅବହେଳା ଯୋଗୁଁ ୩୦ ବର୍ଷ ଜେଲରେ ବିତାଇଲେ, ବର୍ତ୍ତମାନ ନିର୍ଦ୍ଦୋଷ କହି ମୁକ୍ତ କଲେ କୋର୍ଟ

ଏହା ବି ପଢ଼ନ୍ତୁ: Unemployment rate in India: କେଉଁ ରାଜ୍ୟରେ ବେକାରୀ ସଂଖ୍ୟା ସର୍ବାଧିକ, କେଉଁଠାରେ କମ୍, ଜାଣନ୍ତୁ ଓଡି଼ଶାର ସ୍ଥିତି କ’ଣ?

ଏହା ବି ପଢ଼ନ୍ତୁ: Best AC temperature for sleeping: ରୁମରେ AC ଚଲାଇବା ପୂର୍ବରୁ ଜାଣନ୍ତୁ କେଉଁ ତାପମାତ୍ରାରେ ଜଣେ ବ୍ୟକ୍ତିଙ୍କୁ ଭଲ ନିଦ ଆସିଥାଏ?