IDBI Bank Privatisation: ୧୫ ଦିନ ପରେ ବିକ୍ରି ହେବ ଏହି ସରକାରୀ ବ୍ୟାଙ୍କ, ସରକାର ଆଣିଛନ୍ତି ଏଭଳି ସ୍କିମ୍ କ୍ରେତା ବି ଦେଖି ଚକିତ!
Advertisement

IDBI Bank Privatisation: ୧୫ ଦିନ ପରେ ବିକ୍ରି ହେବ ଏହି ସରକାରୀ ବ୍ୟାଙ୍କ, ସରକାର ଆଣିଛନ୍ତି ଏଭଳି ସ୍କିମ୍ କ୍ରେତା ବି ଦେଖି ଚକିତ!

IDBI Bank Privatisation: ସୂତ୍ରରୁ ପ୍ରକାଶ ଯେ, ସରକାର ଆଇଡିବିଆଇ ବ୍ୟାଙ୍କର କ୍ରେତାମାନଙ୍କୁ ଟିକସ ଛାଡ କରିବାକୁ ଯୋଜନା କରୁଛନ୍ତି । ଟିକସ ଛାଡ କରି ସରକାର ଏହି ବିଡ୍ ପାଇଁ ଅଧିକରୁ ଅଧିକ କ୍ରେତାଙ୍କୁ ଆକର୍ଷିତ କରିବାକୁ ଯୋଜନା କରୁଛନ୍ତି । ଅଧିକ ବିଡର ଆଗକୁ ଆସିବାରୁ ବ୍ୟାଙ୍କର ବିଡ୍ ଉପରେ ଯିବାର ସମ୍ଭାବନା ରହିଛି ।

IDBI Bank Privatisation: ୧୫ ଦିନ ପରେ ବିକ୍ରି ହେବ ଏହି ସରକାରୀ ବ୍ୟାଙ୍କ, ସରକାର ଆଣିଛନ୍ତି ଏଭଳି ସ୍କିମ୍ କ୍ରେତା ବି ଦେଖି ଚକିତ!

IDBI Bank Privatisation: ବ୍ୟାଙ୍କଗୁଡିକର ଘରୋଇକରଣକୁ ନେଇ କେନ୍ଦ୍ରର ମୋଦି ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ନିକଟ ଅତୀତରେ ସରକାର IDBI ବ୍ୟାଙ୍କ (IDBI Bank Privatisation) ର ଘରୋଇକରଣ ପାଇଁ ପ୍ରାରମ୍ଭିକ ବିଡ୍ ଦାଖଲ କରିବାର ସମୟସୀମା ବୃଦ୍ଧି କରିଛନ୍ତି । ଏହା ପରେ ବର୍ତ୍ତମାନ ଆଉ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସୁଛି । ସୂତ୍ରରୁ ପ୍ରକାଶ ଯେ, ସରକାର ଆଇଡିବିଆଇ ବ୍ୟାଙ୍କ (IDBI Bank) ର କ୍ରେତାମାନଙ୍କୁ ଟିକସ ଛାଡ କରିବାକୁ ଯୋଜନା କରୁଛନ୍ତି । ଟିକସ ଛାଡ କରି ସରକାର ଏହି ବିଡ୍ ପାଇଁ ଅଧିକରୁ ଅଧିକ କ୍ରେତାଙ୍କୁ ଆକର୍ଷିତ କରିବାକୁ ଯୋଜନା କରୁଛନ୍ତି । ଅଧିକ ବିଡର ଆଗକୁ ଆସିବାରୁ ବ୍ୟାଙ୍କର ବିଡ୍ ଉପରେ ଯିବାର ସମ୍ଭାବନା ରହିଛି ।

ସୂତ୍ର ଦାବି କରିଛି ଯେ, ଅର୍ଥ ମନ୍ତ୍ରଣାଳୟ କ୍ରେତାମାନଙ୍କୁ ଟିକସ ଛାଡ଼ କରିବାକୁ ଚିନ୍ତା କରୁଛି । ଏହା IDBI ବ୍ୟାଙ୍କର କ୍ରେତାମାନ (IDBI Bank Buyer) ଙ୍କୁ ଚୂଡ଼ାନ୍ତ ବିଡ୍ ପରେ ସେୟାର ମୂଲ୍ୟ ବୃଦ୍ଧି ଉପରେ ଅତିରିକ୍ତ ଟିକସ ଦେବାରେ ରିହାତି ମିଳିବ । ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ, ଯଦି ଆର୍ଥିକ ବିଡ୍ ଚୂଡାନ୍ତ ହେବା ପରେ ବ୍ୟାଙ୍କର ସେୟାର ମୂଲ୍ୟରେ ବୃଦ୍ଧି ଘଟେ, ତା’ହେଲେ କ୍ରେତାଙ୍କୁ ମୂଲ୍ୟ ବୃଦ୍ଧି ଉପରେ ଟିକସ ଦେବାକୁ କହିବା ଭୁଲ ହେବ । ଯଦି ବ୍ୟାଙ୍କ ପାଇଁ ଆର୍ଥିକ ବିଡ୍ ଚୂଡ଼ାନ୍ତ ହେବା ପରେ IDBI ବ୍ୟାଙ୍କର ସେୟାର ମୂଲ୍ୟରେ ବୃଦ୍ଧି ଘଟେ । ତେବେ ସେୟାର ମୂଲ୍ୟରେ ଆସୁଥିବା ପାର୍ଥକ୍ୟକୁ କ୍ରେତାଙ୍କ ପାଇଁ ଅନ୍ୟ ଆୟ ପରି ଧରାଯାଏ ।

ଏହି ପରିସ୍ଥିତିରେ ୩୦ ପ୍ରତିଶତ ଟ୍ୟାକ୍ସ ସହିତ ସରଚାର୍ଜ ଓ ସେସ୍ ମଧ୍ୟ ଦେବାକୁ ପଡିବ । କିନ୍ତୁ ଏହି ଟିକସକୁ ସରକାରୀ ତରଫରୁ ହଟାଇବାକୁ ଯୋଜନା ରହିଛି । ଯେଉଁ କାରଣରୁ କ୍ରେତାମାନେ ଏକ ବଡ଼ ଲାଭ ପାଇପାରିବେ । ଆପଣଙ୍କୁ କହି ରଖୁଛୁ ଯେ, IDBI ବ୍ୟାଙ୍କରେ ସରକାର ଓ LIC ର ୯୫ ପ୍ରତିଶତ ଅଂଶଧନ ଅଛି । ସମ୍ପ୍ରତି ବ୍ୟାଙ୍କ ବ୍ୟାଙ୍କର ଘରୋଇକରଣ ପାଇଁ ପ୍ରାରମ୍ଭିକ ବିଡ୍ ଦାଖଲ କରିବାର ସମୟସୀମାକୁ ଜାନୁଆରୀ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛି । ସରକାର ଓ ଏଲଆଇସି ୬୦.୭୨ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଚାହୁଁଛନ୍ତି । ଏହାପୂର୍ବରୁ ସମ୍ଭାବ୍ୟ କ୍ରେତାମାନଙ୍କ ଠାରୁ ବିଡ୍ ନିମନ୍ତ୍ରଣ କରିବାର ଶେଷ ତାରିଖ ଥିଲା ଡିସେମ୍ବର ୧୬ । ଗତ ଦିନ ଏହାକୁ ଜାନୁଆରୀ ୭କୁ ବୃଦ୍ଧି କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-'କଦଳୀ ଦୋକାନ ଖୋଲ...ଅଣ୍ଡା ବିକ୍ରି କର...', ଭାରତୀୟ ଖେଳାଳିଙ୍କୁ କାହିଁକି ଏପରି ଉପଦେଶ ଦେଲେ କପିଲ ଦେବ; ଭିଡିଓ ଦେଖନ୍ତୁ

ଅଧିକ ପଢ଼ନ୍ତୁ:-ଆଉ ଏକ ସହରରେ ଆରମ୍ଭ ହେଲା Jio 5G ସେବା, ମାଗଣାରେ ମିଳିବ ଅସୀମିତ ଡାଟା

ଅଧିକ ପଢ଼ନ୍ତୁ:-୬ କୋଟି PF ଖାତା ଧାରକଙ୍କ ବହୁତ ବଡ଼ ଖୁସି ଖବର, ଜାଣିଲେ ଆପଣ ବି ହୋଇଯିବେ ଖୁସ୍!

 

ଆଇଡିବିଆଇ ବ୍ୟାଙ୍କ କିଣିବା ପାଇଁ କାର୍ଲାଇଲେ ଗ୍ରୁପ୍, ଫେୟାରଫ୍ୟାକ୍ସ ଫାଇନାନ୍ସିଆଲ୍ ହୋଲ୍ଡିଂ ଏବଂ ଡିସିବି ବ୍ୟାଙ୍କ ଆଗ୍ରହ ଦେଖାଉଛନ୍ତି । ସରକାରଙ୍କ ନୂତନ ଅପଡେଟ୍ ପରେ ନୂତନ କ୍ରେତାମାନେ ଆଗ୍ରହ ଦେଖାଇବେ ବୋଲି ଆଶା କରାଯାଉଛି । ସୂତ୍ରରୁ ପ୍ରକାଶ ଯେ ଏହି ସମସ୍ତେ ଆଇଡିବିଆଇ ବ୍ୟାଙ୍କର ପ୍ରାୟ ୧୦ ପ୍ରତିଶତ ଅଂଶଧନ ପାଇଁ ବିଡ୍ ଲଗାଇପାରିବେ ।