Balasore Train Tragedy: ଛାତ୍ରଛାତ୍ରୀଙ୍କ ମନରେ ଛନକା: ଭଙ୍ଗାଯିବ ବାହାନଗା ସ୍କୁଲ !
Advertisement
Article Detail0/zeeodisha/odisha1729736

Balasore Train Tragedy: ଛାତ୍ରଛାତ୍ରୀଙ୍କ ମନରେ ଛନକା: ଭଙ୍ଗାଯିବ ବାହାନଗା ସ୍କୁଲ !

ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣା ବର୍ତ୍ତମାନ ସମଗ୍ର ବିଶ୍ୱ (World)ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଭଙ୍ଗାଯିବ ବାହାନଗା ହାଇସ୍କୁଲ Bahanaga school)!

Balasore Train Tragedy: ଛାତ୍ରଛାତ୍ରୀଙ୍କ ମନରେ ଛନକା: ଭଙ୍ଗାଯିବ ବାହାନଗା ସ୍କୁଲ !

Balasore Train Tragedy: ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣା ବର୍ତ୍ତମାନ ସମଗ୍ର ବିଶ୍ୱ (World)ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

ଭଙ୍ଗାଯିବ ବାହାନଗା ହାଇସ୍କୁଲ Bahanaga school)! ଟ୍ରେନ ଦୁର୍ଘଟଣା ପରେ ପ୍ରଥମେ ସମସ୍ତ ମୃତ ଦେହକୁ ସ୍କୁଲ୍ ଘରେ ରଖା ଯାଈଥିଲା। ପରେ ହସପିଟାଲ (hospital)କୁ ସ୍ଥାନାନ୍ତରିତ ହୋଇଥିଲା। ଆପଣମାନେ ସମସ୍ତେ ନିଶ୍ଚିତ ଭାବରେ ସ୍କୁଲ୍ ଘରେ ଶବ ଗଦା ହୋଇଥିବାର ଭିଡିଓ ଦେଖିଥିବେ, ଯାହା ଦୁର୍ଘଟଣା ପରେ ସୋସିଆଲ ମିଡ଼ିଆ (Social Media)ରେ ଭାଇରାଲ୍ ହେଉଛି। ଯିଏବି ଏହି ଭିଡିଓ ଦେଖୁଛନ୍ତି ଛାତି ଥରି ଉଠୁଛି । ଏ ଦୃଶ୍ୟ ନିଜେ ଆଖିରେ ଦେଖିବା ପରେ କେମିତି କୋମଳମତି ମତି ଶିଶୁ ଏଠାରେ ମନ ସ୍ଥିର କରି ପାଠ ପଢ଼ି ପାରିବେ ବୋଲି ପ୍ରଶ୍ନ ଉଠିଥିଲା। ଅଭିଭାବକ ମହଲରେ ଏହା ଆଲୋଚନା ହୋଇଥଲା। କୁଢ଼ କୁଢ଼ ମୃତଦେହ ସ୍କୁଲରେ ରଖା ଯାଇଥିଲା । ଏଭଳି ପରିସ୍ଥିତିରେ ପିଲାମାନେ ସ୍କୁଲ୍ ଗଲେ ପିଲା ଡରିବେ ବୋଲି ଅଭିଭାବକ କହିଥିଲେ। 

ଅଭିଯୋଗ ପରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସ୍କୁଲ ବୁଲି ଦେଖିବା ସହ ଅଭିଭାବକ ଓ ସ୍କୁଲ କମିଟି ଶହ ଆଲୋଚନା କରିଛନ୍ତି। ଆଲୋଚନା ପରେ ଜିଲ୍ଲା ପାଳ ସ୍କୁଲ ଘରକୁ ଭଙ୍ଗା ଯାଇପାରେ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସ୍କୁଲ ମ୍ୟାନେଜମେଣ୍ଟ କମିଟିର ନିଷ୍ପତ୍ତି ପରେ ଏହି କାର୍ଯ୍ୟ କରାଯାଇପାରେ। ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯିବ। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ଏନେଇ ସୂଚନା ଦେଇଛନ୍ତି ।

ବାଲେଶ୍ଵର ବାହାନଗାରେ ସେହି ଛାତି ଥରା ଦୃଶ୍ୟ ସମସ୍ତଙ୍କ ହୃଦୟକୁ ଥରାଇ ଦେଇଛି। ଯାତ୍ରୀ ମାନଙ୍କର ଚିତ୍କାର ଏବେବି କାହା ମନରୁ ଯାଇନି। ୬ ଦିନ ତଳେ ରାତ୍ରିର ଅନ୍ଧକାର ଭିତରେ ଲୌହଦାନବର ଶିକାର ହୋଇଗଲେ ଶହ ଶହ ଯାତ୍ରୀ। କିଏ କେତେ ପରିଜନଙ୍କୁ ହରାଇଲେ। ସେହି ରାତ୍ରୀରେ ଟ୍ରେନ ଦୁର୍ଘଟଣା ହୋଇଥିବା ଖବର ଜାଣିବା ମାତ୍ରେ ବାହାନଗା ବାସୀ ଛୁଟି ଆସିଥିଲେ ଦୁର୍ଘଟଣା ସ୍ଥଳକୁ। କାହା ହାତରେ ପାଣି ବୋତଲ ତ ଆଉ କାହା ହାତରେ ଉଦ୍ଧାର କରିବା ପାଇଁ ଆବଶ୍ୟକିୟ ସାମଗ୍ରୀ । ଯିଏ ଯାହା ସାମଗ୍ରୀ ପାଇଲେ ଉଦ୍ଧାର କାର୍ଯ୍ୟରେ ଯାହା ଦରକାର ପ୍ରାଣପଣେ ଚେଷ୍ଟା କରିଥଲେ ଲୋକଙ୍କୁ ବଞ୍ଚାଇବା ପାଇଁ। ରାତିଦିନ ଦିନ ଏକ କରିଦେଲେ ନିଜେ ଦେହରୁ ରକ୍ତ ଦେଇ (Blood donation) ସେମାନଙ୍କୁ ବଞ୍ଚାଇବା ପାଇଁ।  ସେହି ସମୟରରେ ସେବା ଗୁଡିକୁ ପରିଜନଙ୍କ ନିକଟରେ ପହଞ୍ଚାଇବା ପାଇଁ ଉକ୍ତ ସ୍କୁଲ୍ ଘରର ବ୍ୟବହାର କରାଯାଇଥିଲା। ସେହି ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ବଡ଼ ମାନଙ୍କ ମନରୁ ମଧ୍ୟ ଲିଭିବା କଷ୍ଟକର। ତେଣୁ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍କୁଲ ଘରକୁ ଭାଙ୍ଗିବାକୁ ଅଭିଭାବକ ପରାମର୍ଶ ଦେଇଛନ୍ତି। ତେବେ ସ୍କୁଲ କମିଟି କଣ ନିଷ୍ପତ୍ତି ନେଉଛି ତାହା ଉପରେ ସବୁକିଛି ନିର୍ଭର କରୁଛି।

ଏପଟେ ଖବର ଜାଣିବା ପରେ ସାଧାରଣରେ ଅନେକ ଜଣ ଏହି ନିଷ୍ପତ୍ତିକୁ ସ୍ବାଗତଯୋଗ୍ୟ ପଦକ୍ଷପ ବୋଲି କହିଛନ୍ତି । ଏଥିସହ କିଛି ବ୍ୟକ୍ତି ନିଜର ମତ ରଖି କହିଛନ୍ତି ଯେ, ସ୍କୁଲ୍ ଘରକୁ ଭାଙ୍ଗିବା ପରିବର୍ତ୍ତେ ଭଲ ଭାବରେ ପରିସ୍କାର କରାଯାଇ ପୂଜା ପାଠ କରାଯାଉ । ତାହେଲେ ସ୍କୁଲ୍ ଘର ବ୍ୟବହାର ଉପଯୋଗୀ ହୋଇପାରିବ । ଏଥିସହ କିଛି ବ୍ୟକ୍ତି କହିଛନ୍ତି ଯେ, ସ୍କୁଲ୍ ଘର ହେଉଛି ବିଦ୍ୟା ମନ୍ଦିର । ଏଠାରେ ବିଘ୍ନ ବିନାଶକ ଶ୍ରୀ ଗଣେଷ ଓ ମାତା ସରସ୍ୱତୀଙ୍କୁ ପୂଜା କରାଯାଇଥାଏ । ତେଣୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ।

Also read- ଦୁରଦର୍ଶନର ଜଣାଶୁଣା ଆଙ୍କର ଗୀତାଞ୍ଜଳି ଆୟରଙ୍କ ଦେହାନ୍ତ