Farmer Sells Fresh Air: ଫ୍ରେସ୍ ଏୟାର ବିକ୍ରି କରୁଛନ୍ତି ଏହି ରାଜ୍ୟର ଚାଷୀ, ଘଣ୍ଟାକୁ ଚାର୍ଜ ନେଉଛନ୍ତି ୨୫୦୦
Advertisement

Farmer Sells Fresh Air: ଫ୍ରେସ୍ ଏୟାର ବିକ୍ରି କରୁଛନ୍ତି ଏହି ରାଜ୍ୟର ଚାଷୀ, ଘଣ୍ଟାକୁ ଚାର୍ଜ ନେଉଛନ୍ତି ୨୫୦୦

Fresh Air for 2500 Rupees Per Hour in Thailand: କୁହାଯାଏ କୌଣସି କାମ ଛୋଟି କି ବଡ ନୁହେଁ । ଯେ କୌଣସି କାର୍ଯ୍ୟ କରି ଆପଣ ରୋଜଗାର କରିପାରିବେ । ଯୁଗ ବଦଳିଛି ଏବଂ ବଞ୍ଚିବାର ପଦ୍ଧତି ମଧ୍ୟ । ତାଜା ପବନ ବା ଫ୍ରେସ ଏୟାର ବିକ୍ରି କରୁଛନ୍ତି ଜଣେ କୃଷକ। ଏଥିପାଇଁ ଚାର୍ଜ ବି ନେଉଛନ୍ତି । ଘଣ୍ଟାକୁ ମାତ୍ର ୨୫୦୦ ଟଙ୍କା ତାଜା ପବନ ବିକ୍ରି କରୁଛନ୍ତି ଥାଇଲାଣ୍ତର ଜଣେ କୃଷକ । ସେ ତାଜା ପବନ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ତାହା ପୁଣି ଘରେ ବସି ।

'ଡେଲି ଷ୍ଟାର'ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ,କୋରୋନା ମହାମାରୀ ସମୟରେ ଥାଇଲାଣ୍ତର ଜଣେ ୫୨ ବର୍ଷିୟ ବ୍ୟକ୍ତି ଦୁଷିତ ଏହି କାର୍ଯ୍ୟ ଆରମ୍ଭ କରିଥିଲେ । କାହିଁକିନା, ସେ କୋରୋନାରେ ଲୋକଙ୍କୁ ଚାକିରୀ ହରାଇବା ଦେଖି ଚିନ୍ତାରେ ପଡିଯାଇଥିଲେ । ଚାଷ କାର୍ଯ୍ୟ ସମତ ଏଭଳି ଏକ ନିଆରା କାର୍ଯ୍ୟ ସେ ଆରମ୍ଭ କରିଥିଲେ। ଦୁଷିତଙ୍କ ନିକଟରେ ଥାଇଲାଣ୍ତରେ ସିମଲା ଓ ମନାଲି ପରି ଏକର ଏକର ଜମି ରହିଛି । ଯେଉଁଠାରେ ସେ ଧାନ ଚାଷ କରିବା ସହିତ ସଜେତ ବାୟୁ ଲୋକଙ୍କୁ ଦେଇ ଟଙ୍କା ରୋଜଗାର କରିବାର ଯୋଜନା ଆରମ୍ଭ କରିଥିଲେ। ଏବଂ ଏହି ଯୋଜନାକୁ ବିଳମ୍ବ ନ କରି କାମରେ ମଧ୍ୟ ସେ ଲଗାଇଥିଲେ । ପରେ ନିଜ କ୍ଷେତକୁ ନିଆରା ଢଙ୍ଗରେ ସଜେଇ ଥିଲେ। ଯାହା ଏଠାକୁ ଆସୁଥିବା ଲୋକଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ । ପୁରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା କ୍ଷେତ ମଧ୍ୟ ଯେପରି ଲୋକଙ୍କୁ ହାତଠାରି ଡାକୁଥିଲା । 

Also Read: Lionel Messi ଓ Cristiano Ronaldoଙ୍କୁ ଭେଟିଲେ Amitabh Bachchan, ଫ୍ୟାନ୍ସ କହିଲେ ଓ୍ବାଃ ଓ୍ବାଃ ଓ୍ବାଃ

ଯେଉଁଠାରେ ପର୍ଯ୍ୟଟକଙ୍କ ଭିଡ ଧିରେ ଧିରେ ବଢିବା ଆରମ୍ଭ ହୋଇଥିଲା । ଶୁଦ୍ଧ ବାୟୁ ( ସତେଜ ବାୟୁ) ବିକ୍ରି କରିବା ସେ ଆରମ୍ଭ କରି ଦେଇଥିଲେ। ବର୍ତ୍ତମାନ କୃଷକ ଦାବି କରିଛନ୍ତି ଯେ ଏହା ହେଉଛି ଏକମାତ୍ର ସ୍ଥାନ ଯେଉଁଠାରେ ଦେଶର ସତେଜ ଏବଂ ଶୁଦ୍ଧ ବାୟୁ ଉପଲବ୍ଧ । ଏଭଳି ପରିସ୍ଥିତିରେ ସେ ତାଙ୍କ କ୍ୟାମ୍ପରେ ଏକ ଘଣ୍ଟା ରହିବା ପାଇଁ ଲୋକଙ୍କୁ ଠାରୁ  ୨୫୦୦ ଟଙ୍କା ନେଉଛନ୍ତି । ଏ-ହି ଏକ ଘଣ୍ଟା ପ୍ୟାକେଜରେ ଆପଣ ସେଠାରେ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ କରିପାରିବେ । ତେବେ,ସବୁଠାରୁ ବଡ କଥା ହେଉଛି ଯେ, କୃଷକ ଜଣକ ଦିବ୍ୟାଙ୍ଗ ଓ କୁନି ପିଲାଙ୍କ ଠାରୁ କୌଣସି ଚାର୍ଜ ନିଅନ୍ତି ନାହିଁ । କେବଳ ଏତିକି ନୁହେଁ,ନିକଟ ସହରରୁ ଆସୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ମଧ୍ୟ ସେ କୌଣସି ଦେୟ ଆଦାୟ କରନ୍ତି ନାହିଁ । ତେବେ, କୃଷକଙ୍କ ଏହି ନିଆରା ପ୍ରୟାସ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ନୁହେଁ ରାଜ୍ୟ ବାହାରେ ମଧ୍ୟ ତାଙ୍କ ଲୋକପ୍ରିୟତା ଆରମ୍ଭ କରିଥିଲେ।