Retirement ପରେ ମିଳିଥିବା ଟଙ୍କାରେ ଜୀବନକୁ ଉପଭୋଗ କଲେ ବ୍ୟକ୍ତି: କହିଲେ ପିଲାଙ୍କୁ ଟଙ୍କେ ବି ଦେବିନି, ନିଜେ ରୋଜଗାର କର
Advertisement
Article Detail0/zeeodisha/odisha1753038

Retirement ପରେ ମିଳିଥିବା ଟଙ୍କାରେ ଜୀବନକୁ ଉପଭୋଗ କଲେ ବ୍ୟକ୍ତି: କହିଲେ ପିଲାଙ୍କୁ ଟଙ୍କେ ବି ଦେବିନି, ନିଜେ ରୋଜଗାର କର

ପ୍ରତ୍ୟେକ ବାପା, ମାଆ ନିଜ ଜୀବନକାଳରେ ଅନେକ ଟଙ୍କା ରୋଜଗାର କରିବାର ସ୍ୱପ୍ନ ଦେଖନ୍ତି । ଯାହାଦ୍ୱାରା ସେମାନଙ୍କ ପିଲାମାନଙ୍କର ଜୀବନ ସୁଖରେ କଟିବ । ପାଠ ପଢା (Study) ହେଉ କି ଖାଦ୍ୟ ପେୟରେ ପିଲାଙ୍କର କୌଣସି ସମସ୍ୟା ରହିବ ନାହିଁ । ଏଥିସହ ନିଜର ତଥା ପିଲାମାନଙ୍କ ଭବିଷ୍ୟତ ପାଇଁ ସୁନ୍ଦର ଘର (Home)ଟିଏ ଗଢିବା ମଧ୍ୟ ଅନେକ ଦମ୍ପତ୍ତିଙ୍କର ସ୍ୱପ

Retirement ପରେ ମିଳିଥିବା ଟଙ୍କାରେ ଜୀବନକୁ ଉପଭୋଗ କଲେ ବ୍ୟକ୍ତି: କହିଲେ ପିଲାଙ୍କୁ ଟଙ୍କେ ବି ଦେବିନି, ନିଜେ ରୋଜଗାର କର

Viral video: ପ୍ରତ୍ୟେକ ବାପା, ମାଆ ନିଜ ଜୀବନକାଳରେ ଅନେକ ଟଙ୍କା ରୋଜଗାର କରିବାର ସ୍ୱପ୍ନ ଦେଖନ୍ତି । ଯାହାଦ୍ୱାରା ସେମାନଙ୍କ ପିଲାମାନଙ୍କର ଜୀବନ ସୁଖରେ କଟିବ । ପାଠ ପଢା (Study) ହେଉ କି ଖାଦ୍ୟ ପେୟରେ ପିଲାଙ୍କର କୌଣସି ସମସ୍ୟା ରହିବ ନାହିଁ । ଏଥିସହ ନିଜର ତଥା ପିଲାମାନଙ୍କ ଭବିଷ୍ୟତ ପାଇଁ ସୁନ୍ଦର ଘର (Home)ଟିଏ ଗଢିବା ମଧ୍ୟ ଅନେକ ଦମ୍ପତ୍ତିଙ୍କର ସ୍ୱପ୍ନ ଥାଏ । ସେଥିପାଇଁ କେତେକ ବାପା, ମାଆ ମାନେ ଟଙ୍କା ରୋଜଗାର (Money income) କରିବା ପାଇଁ ଭିନ୍ନ ଭିନ୍ନ ଯୋଜନା ପ୍ରସ୍ତୁତ କରିଥାନ୍ତି । କେହି କେହି ନିଜ ପିଲାଙ୍କ ନାମରେ ଇନସ୍ୟୁରାନ୍ସ ଓ ଅନ୍ୟାନ୍ୟ ପଲିସି (policy) ମାଧ୍ୟମରେ ଟଙ୍କା ସଞ୍ଚୟ କରିଥାନ୍ତି । ଅନେକ ବ୍ୟକ୍ତି ଚାକିରିରୁ ଅବସର ନେବା ପରେ ମଧ୍ୟ କୌଣସି ବ୍ୟବସାୟରେ ଲିପ୍ତ ରହିଥାନ୍ତି କେବଳ ଅର୍ଥ ଉପାର୍ଜନ ପାଇଁ । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଯେଉଁ ଖବର ବିଷୟରେ କହିବାକୁ ଯାଉଛୁ ତାହା ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ । କାରଣ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ନିଜର ଅବସର ପରେ କେବଳ ନିଜ ଜୀବନକୁ ଉପଭୋଗ କରିବାକୁ ଚାହାନ୍ତି । ନିଜ ପିଲାଙ୍କୁ ସେ ଟଙ୍କାଟିଏ ବି ଦେବାକୁ ଚାହାନ୍ତି ନାହିଁ ।

ହରିୟାଣାରେ ରହୁଥିବା ଧରମଭୀର ନାମକ ଏହି ବ୍ୟକ୍ତି ଜଣକ ନିଜ ସୋସିଆଲ ମିଡିଆ (social media) ସାଇଟ୍ ଇନଷ୍ଟାଗ୍ରାମ ମାଧ୍ୟମରେ ଏକ ଛୋଟିଆ ଭିଡିଓଟିଏ ପୋଷ୍ଟ କରିଛନ୍ତି। ଏଥିରେ ସେ ଏକ ସୁଇମିଂ ପୁଲରେ ଗାଧୋଉଥିବା ନଜର ଆସିଛନ୍ତି । ଗାଧେଇବା ସମୟରେ ସେ କହିଛନ୍ତି ଯେ, ଅବସର ପରେ ମୁଁ ଏଭଳି ଏକ ଜୀବନ ଜିଇଁବା ପାଇଁ ଭାବୁଥିଲି । ମୋ ପିଲାମାନେ ଭାବିଥିଲେ ଯେ, ମୁଁ ଚାକିରି (job)ରୁ ଅବସର ନେବା ପରେ ସେମାନଙ୍କୁ ଟଙ୍କା ଦେଇଦେବି । କିନ୍ତୁ ମୁଁ କହି ରଖୁଛି ଯେ, ସେମାନଙ୍କୁ ମୁଁ ଉପାର୍ଜନ କରିଥିବା ଟଙ୍କାରୁ ଗୋଟିଏ ପଇସା ଦେବି ନାହିଁ । ମୋର ପ୍ରଶ୍ନ ତୁମେ କାହିଁକି ରୋଜଗାର କରିପାରିବ ନାହିଁ ? ମୁଁ ରୋଜଗାର କରିଛି ମୁଁ ଏଞ୍ଜୟ (enjoy) କରିବି ।

ଦେଖନ୍ତୁ ଭିଡିଓ-

https://www.instagram.com/reel/CtyztcKItNM/?utm_source=ig_web_copy_link&...

ସୋସିଆଲ ମିଡିଆରେ ଏହି ଭିଡିଓଟି ଅପଲୋଡ (upload) ହେବା କ୍ଷଣି ବ୍ୟାପକ ଭାବରେ ଭାଇରାଲ୍ (viral) ହେବାରେ ଲାଗିଛି । ଧରମବୀରଙ୍କର ୪୧ ହଜାର ଫଲୋଅରଙ୍କ ସମେତ ଏହି ଭିଡିଓଟିକୁ ୧୭ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି । ଏହି ପୋଷ୍ଟକୁ ୭ ଲକ୍ଷରୁ ଅଧିକ ଲାଇକ୍ ମଧ୍ୟ ମିଳିଛି । ଅନେକ ବ୍ୟକ୍ତି କମେଣ୍ଟ (comments) ମାଧ୍ୟମରେ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିପଡିଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଏପରି ଚିନ୍ତାଧାରା ଖୁବ୍ ଭିନ୍ନ ଏବଂ ମଜାଦାର । ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ପିଲାମାନଙ୍କୁ ବଡ଼ କରିବା ସହ ଶିକ୍ଷିତ କରାଇଦେଲେ ତେଣୁ ସେମାନଙ୍କ ପାଇଁ ଟଙ୍କା ରଖିବା କଣ ଆବଶ୍ୟକ । ସେମାନେ ନିଜେ ଉପାର୍ଜନ କରନ୍ତୁ । ଏବଂ ଆପଣ ଆପଣଙ୍କ ଟଙ୍କାରେ ସାରା ଜୀବନ ଉପଭୋଗ କରନ୍ତୁ । କିଛି ବ୍ୟକ୍ତି ଏପରି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏପରି କରିବା ଠିକ୍ ନୁହେଁ । ସେହିପରି ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଠିକ୍ ଅଛି  ଆପଣଙ୍କ ଟଙ୍କାକୁ ଉପଭୋଗ କରିବାର ସ୍ୱାଧିନତା ଆପଣଙ୍କ ନିକଟରେ ଅଛି, କିନ୍ତୁ ଅଯୋଥା କିମ୍ୱା ଟଙ୍କାକୁ ଉଚିତ ଢଙ୍ଗରେ ଖର୍ଚ୍ଚ କରିବେ, ନଷ୍ଟ କରିବେ ନାହିଁ । ନଚେତ ଭବିଷ୍ୟତରେ ଅସୁବିଧା ହୋଇପାରେ । ତେବେ ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ଧରମବୀରଙ୍କ କମେଣ୍ଟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Also read- GST ଅଫିସରଙ୍କୁ ପ୍ରେମରେ ଫସେଇଲେ ନକଲି IAS, ଆଉ ତାପରେ...