Road Accident: ଅଶୁଭ ଶନିବାର! OSRTC ବସ୍ ଦୁର୍ଘଟଣାରେ ୫ ଆହତ, ୨ ଜଣଙ୍କ ଅବସ୍ଥା ଗୁରୁତର
Advertisement
Article Detail0/zeeodisha/odisha1761399

Road Accident: ଅଶୁଭ ଶନିବାର! OSRTC ବସ୍ ଦୁର୍ଘଟଣାରେ ୫ ଆହତ, ୨ ଜଣଙ୍କ ଅବସ୍ଥା ଗୁରୁତର

Road Accident: ଜମନକିରା ଥାନା ବାଇପାସ ରାସ୍ତାରେ ବସ ଦୁର୍ଘଟଣା (Accident) । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଆହତ ସମସ୍ତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । 

ସୌ(ସୋସିଆଲ ମିଡିଆ)

Road Accident: ସମ୍ବଲପୁର (Sambalpur) ଜମନକିରା ଥାନା (Jamankira Police Station) ବାଇପାସ ରାସ୍ତାରେ ବସ ଦୁର୍ଘଟଣା (Accident) । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଆହତ ସମସ୍ତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୩ଟାରେ ଜମନକିରା ଥାନା ବାଇପାସ ରାସ୍ତାରେ ଛିଡ଼ା ହୋଇଥିବା OSRTC ବସକୁ ପଛ ପଟୁ ଧକ୍କା ଦେଇଥିଲା ଟ୍ରକ୍। ଫଳରେ ଏଥିରେ ଥିବା ୫ ଜଣ ଯାତ୍ରୀ ଆହତ ହୋଇଥିଲେ । ପରେ ଡ୍ରାଇଭର ସମେତ ଦୁଇ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବା ପରେ ସେମାନଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ (Burla Hospital Sambalpur) ସ୍ଥାନାନ୍ତର କରାଯାଇଛି । ବସ ଚାଳକ ବହୁ ସମୟ ଧରି ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିବା ବେଳେ ଅଗ୍ନିଶମ ବାହିନୀ (fire brigade) ତଥା ସ୍ଥାନୀୟ ପୋଲିସ ସହାୟତାରେ ଉଦ୍ଧାର କରାଯାଇଥିଲା ।

ସେପଟେ ସକାଳୁ ସକାଳୁ ମହାରାଷ୍ଟ୍ରରେ ଘଟିଛି ଛାତିଥରା ବସ ଦୁର୍ଘଟଣା (Mumbai-Goa highway accident) । ଏହି ଭୟଙ୍କର ଦୁର୍ଘଟଣାରେ (Accident) ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ୨୫ ଜଣ ଯାତ୍ରୀ । ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୨ଟାରେ ଯାତ୍ରୀବାହୀ ବସଟି ୟବତମାଲରୁ ପୁଣେ ଅଭିମୁଖେ ଯାଉଥିଲା । ଏହି ସମୟର ମହାରାଷ୍ଟ୍ର ବୁଲଢାଣା ଜିଲ୍ଲାର ପମ୍ପଲଖୁଟା ଗାଁ ପାଖ ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ ୱେର ଏହି ଦୁର୍ଘଟଣା ଘଟିଥିଲା । ବସଟି ପ୍ରଥମେ ଏକ ଖମ୍ବରେ ପିଟି ହେବା ପରେ ଡ଼ିଭାଇଡ଼ର ଉପରେ ଚଢି ଯାଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏହାପରେ ବସରେ ନିଆଁ ଲାଗି ଯିବା ପରେ ବସଟି ହୁତୁହୁତୁ ହୋଇ ଜଳିଯାଇଥିଲା । ଏଥିରେ ୩୨ ଜଣ ଯାତ୍ରୀ ଥିବାବେଳେ ସେଥିରୁ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲା । ତେବେ ଅନ୍ୟ ୭ ଜଣ ଯାତ୍ରୀ ବସର ଝରକା ଭାଙ୍ଗି ବାହାରକୁ ବାରିଯାଇଥିଲେ ।

ସେହିପରି ନିକଟରେ, କେନ୍ଦୁଝର ଜିଲ୍ଲାରେ ବରଯାତ୍ରୀ ଯିବା ସମୟରେ ଘଟିଥିଲା ଏକ ଭୟଙ୍କର ସଡ଼କ ଦୁର୍ଘଟଣା (Road Accident) । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିଲେ । ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଏକ ବରଯାତ୍ରୀ ଦଳ ୨୦ ନମ୍ବର ଜାତୀୟ ରାଜପଥରେ ବାଜା ବଜାଇ ରୋଷଣ ନେଇ ଆସୁଥିଲେ । ବରଯାତ୍ରୀ ଷଠିଘର ନିକଟରେ ପହଁଞ୍ଚିବା ସମୟରେ ଏକ ଟ୍ରକଟି ଦୁତ୍ର ଗତିରେ ଆସି ବରଯାତ୍ରୀଙ୍କ (wedding procession) ଉପରକୁ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଗୁରୁତରଙ୍କ ମଧ୍ଯରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୬ ଜଣ ଆହତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା (Accident) ପରେ ଉତ୍ତ୍ୟକ୍ତ ଲୋକେ ରାଜମୁଣ୍ତା- ପାଣିକୋଇଲି ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ବୁଝାସୁଝା କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଥିଲା । ଏହି ଦୁର୍ଘଟଣା ପରେ ବର ବାହା ନ ହୋଇ ଫେରିଯାଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ-Kenya Road Crash: ଭୟଙ୍କର ସଡ଼କ ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ; ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ଶନିବାର ଦିନ ନବରଙ୍ଗପୁର ଉମକୋଟ ବାସିନୀ ଛକରେ ଥିବା ଏକ ଗଛରେ କାରଟି ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । କାରଟି ଦୁର୍ଘଟଣାଗସ୍ତ ହେବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ମଧ୍ୟରୁ ମୃତଦେହ ଉଦ୍ଧାର କରିବା ସହ ଜଣେ ଆହତଙ୍କୁ ଉଦ୍ଧାର କରି ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ତେବେ, ଆହତ ଓ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଏହି କାରଟି ଉମକୋଟର ଅଞ୍ଚଳକୁ ଯାଉଥିବା ଜଣାପଡି଼ଛି । ଏହି ଦୁର୍ଘଟଣାରେ କାରଟି ଶୋଚନୀୟ ଭାବେ କ୍ଷତିଗ୍ରସ୍ତ ହୋଇଛି ।