ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମ୍; ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଚାଲିଛି ତଦନ୍ତ
Advertisement
Article Detail0/zeeodisha/odisha2445744

ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମ୍; ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଚାଲିଛି ତଦନ୍ତ

Bharatapur police station: ଗତ ୧୫ ତାରିଖ ରାତିରେ ଚନ୍ଦକା ରାସ୍ତାରେ ରୋଡ ରୋମିଓମାନେ ଦୁର୍ବ୍ୟବହାର କରିଥିବା ମେଜରଙ୍କ ବାନ୍ଧବୀ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବାବେଳେ ପୁଲିସ ମଧ୍ୟ ସେମାନଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ଼ ହୋଇଥିଲା।

ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମ୍; ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଚାଲିଛି ତଦନ୍ତ

ଭୁବନେଶ୍ଵର: ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍। ବିଭିନ୍ନ ଦିଗରକୁ ଆଗେଇଛି ତଦନ୍ତ। ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍। ପଥରଗାଡ଼ିଆ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ କିଛି ରୋଡ୍ ରୋମିଓ ଝାମେଲା କରିଥିଲେ। 

ସେହିପରି ଭରତପୁର ଥାନାରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏସବୁ ସ୍ଥାନରେ ସେଦିନ କ’ଣ ଘଟିଥିଲା, କେଉଁ ପରିସ୍ଥିତିରେ ଗଣ୍ଡଗୋଳ ହୋଇଥିଲା ସେନେଇ ଟିକିନିଖି ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍। ତଦନ୍ତକାରୀ ଟିମକୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ ଭରତପୁର ଓ ଚନ୍ଦକା ଥାନାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖ ରାତିରେ ଚନ୍ଦକା ରାସ୍ତାରେ ରୋଡ ରୋମିଓମାନେ ଦୁର୍ବ୍ୟବହାର କରିଥିବା ମେଜରଙ୍କ ବାନ୍ଧବୀ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବାବେଳେ ପୁଲିସ ମଧ୍ୟ ସେମାନଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ଼ ହୋଇଥିଲା। ଏହି ମାମଲାରେ ଆଇଆଇସିଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି।