ଗ୍ରୁପ୍-ଏ କର୍ମଚାରୀଙ୍କୁ ବି ବିମାନ ଯାତ୍ରା ସୁବିଧା
Advertisement
Article Detail0/zeeodisha/odisha2445703

ଗ୍ରୁପ୍-ଏ କର୍ମଚାରୀଙ୍କୁ ବି ବିମାନ ଯାତ୍ରା ସୁବିଧା

Odisha government: ଯେଉଁ ଗ୍ରୁପ୍-ଏ କର୍ମଚାରୀ (ଲେଭେଲ୍‌-୧୨ ଏବଂ ଏହାଠାରୁ ଅଧିକ)ର ଥିବେ ସେମାନେ ଏହି ସୁବିଧା ପାଇବେ ବୋଲି ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। 

ଗ୍ରୁପ୍-ଏ କର୍ମଚାରୀଙ୍କୁ ବି ବିମାନ ଯାତ୍ରା ସୁବିଧା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ ରାଜ୍ୟ ଭିତରେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିଲେ ବିମାନରେ ଯାଇପାରୁଥିଲେ। ଏହି ତାଲିକାରେ ଏବେ ଗ୍ରୁପ୍-ଏ ଶ୍ରେଣୀର ଅଧିକାରୀ ଯୋଡ଼ି ହୋଇଛନ୍ତି। ଯେଉଁ ଗ୍ରୁପ୍-ଏ କର୍ମଚାରୀ (ଲେଭେଲ୍‌-୧୨ ଏବଂ ଏହାଠାରୁ ଅଧିକ)ର ଥିବେ ସେମାନେ ଏହି ସୁବିଧା ପାଇବେ ବୋଲି ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। 

ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏବେ ସରକାରୀ କର୍ମଚାରୀମାନେ ରାଜ୍ୟ ଭିତରେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲେ ସେମାନେ ରେଳ ଏବଂ ସଡ଼କ ପଥରେ ଯାଉଛନ୍ତି। କିନ୍ତୁ ଏବେ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନକୁ ବିମାନ ସେବା ଆରମ୍ଭ ହୋଇଥିବାରୁ ବରିଷ୍ଠ ସରକାରୀ ଅଧିକାରୀଙ୍କ ପାଇଁ ନିୟମରେ କୋହଳ କରାଯାଇଛି। ଏହାକୁ ଆଜିଠାରୁ ଲାଗୁ କରାଯାଇଛି।