Advertisement
Photo Details/zeeodisha/odisha2445621
photoDetails0hindi

Sukra Surya Yuti 2024: ତୁଳାରେ ଶୁକ୍ର-ସୂର୍ଯ୍ୟ ସୃଷ୍ଟି କରିବାକୁ ଯାଉଛନ୍ତି ଦୁର୍ଲଭ ଯୋଗ, ଏହିସବୁ ରାଶିର ଆରମ୍ଭ ହେବାକୁ ଯାଉଛି ଶୁଭ ସମୟ

Sukra Surya Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ସକଳ ଶକ୍ତିର ଆଧାର ସୂର୍ଯ୍ୟ- ବର୍ତ୍ତମାନ ସିଂହ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତା ଅକ୍ଟୋବର ୧୮ ତାରିଖ ସକାଳ ୧୦ଟା ୧୦ ମିନିଟ୍ ସମୟରେ ତୁଳା ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟର କାରକ  ଶୁକ୍ର ବିରାଜମାନ ଅଛନ୍ତି।  ଗୋଟିଏ ରାଶିରେ ଶୁକ୍ର-ସୂର୍ଯ୍ୟଙ୍କ ମିଳନ  ଶୁକ୍ର-ସୂର୍ଯ୍ୟ ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ସଂଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ତେବେ, ଆସନ୍ତୁ ଜାଣିବା କେଉଁସବୁ ରାଶିଙ୍କ ଭାଗ୍ୟ ଅକ୍ଟୋବର ମଧ୍ୟ ଭାଗରେ ଚମକିବାକୁ ଯାଉଛି। 

1/3

ସିଂହ: ଶୁକ୍ର-ସୂର୍ଯ୍ୟଙ୍କ ଦୁର୍ଲଭ ସଂଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ବିଶେଷକରି, ଏହି ସମୟ ମଧ୍ୟରେ କ୍ୟାରିୟରକୁ ନେଇ କୌଣସି ଖୁସି ଖୁସି ଖବର ମିଳିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପାରିବାରିକ ଜୀବନ ସୁଖମୟ ହେବ। ଆୟ ବୃଦ୍ଧି ହେଲେ ମଧ୍ୟ ବ୍ୟୟ ଅଧିକ ହେବ। ଏହି ଅବଧି ମଧ୍ୟରେ ନୂତନ ଜମି କ୍ରୟ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। କିନ୍ତୁ ପିତାମାତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚାପରେ ରହିବେ। ପ୍ରେମୀମାନେ ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ।

ALSO READ: Guru Vakri 2024: ବୃହସ୍ପତିଙ୍କ ଓଲଟା ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, କ୍ୟାରିୟରକୁ ନେଇ ମିଳିବ ଗୁଡ୍ ନ୍ୟୁଜ୍!

ALSO READ:  Smaranika Viral Video: ଲୁଚିକି ବାହା ହୋଇଗଲେ କି ଯାତ୍ରା ଅଭିନେତ୍ରୀ ସ୍ମରଣିକା ? ଭାଇରାଲ୍ ହେଉଛି ବିବାହ ସମୟର ଏହି ଭିଡିଓ, ଦେଖନ୍ତୁ

2/3

ତୁଳା:  ଶୁକ୍ର-ସୂର୍ଯ୍ୟଙ୍କ କୃପାରୁ ବଦଳିବାକୁ ଯାଉଛି ଏହି ରାଶିର ଭାଗ୍ୟ। ବାଣିଜ୍ୟ-ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଯେଉଁମାନେ ଆମଦାନୀ-ରପ୍ତାନୀ ବ୍ୟବସାୟ କରୁଛନ୍ତି । ସେମାନେ ବ୍ୟବସାୟରେ ଦ୍ବି-ଗୁଣିତ ଲାଭ ପାଇବେ। କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ଚାକିରିଆ ମାନଙ୍କ ପାଇଁ ସମୟ ଖାସ୍ ରହିବ।  କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ । ଏ-ହି ଅବଧି ମଧ୍ୟରେ ନୂଆ ଘର କିଣିବେ। ପ୍ରେମୀ ମାନଙ୍କ ପାଇଁ ସମୟ ଏତେ ଖାସ୍ ରହିବ ନାହିଁ। ଛୋଟମୋଟ କଥାକୁ ନେଇ ସାଥୀଙ୍କ ସହ ବିବାଦ ଦେଖାଦେଇପାରେ। ତେଣୁ ଅଯଥା ଯୁକ୍ତିତର୍କରୁ ଦୂରେଇ ରହିବା ଭଲ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିବ। ସଂକ୍ରମଣ ଜନିତ ରୋଗ-ଯେପରିକି ଜ୍ବର ଓ ଥଣ୍ତାର ଶୀକାର ହୋଇପାରନ୍ତି। 

3/3
ବିଛା:  ସୂର୍ଯ୍ୟ- ଶୁକ୍ରଙ୍କ ଦୁର୍ଲଭ ସଂଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ।  ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟୀମାନ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ସମୟ ଅନୁକୂଳ ରହିଛି।  ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ।  ସରକାରୀ ଚାକିରିଆଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ପଦୋନ୍ନତି ମିଳିବା ସହ ଟ୍ରାନ୍ସଫର ହୋଇପାରେ। ଆଶାୟୀମାନଙ୍କୁ ଭଲ ଚାକିରି ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ପ୍ରେମୀମାନଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ସମ୍ପର୍କରେ ଫାଟ ସୃଷ୍ଟି ହୋଇପାର। ପାରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ବିଦେଶ ଯାତ୍ରାର ଯୋଗ ରହିଛି।      (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)