Lokanath Temple: ଆଜି ଶ୍ରୀଲୋକନାଥ ପୀଠରେ ଅନୁଷ୍ଠିତ ହେବ ପଙ୍କୋଦ୍ଧାର ନୀତି, ଗମ୍ଭୀରା ଭିତରକୁ ଯାଇ ଦର୍ଶନ କରିବେ ଭକ୍ତ
Advertisement

Lokanath Temple: ଆଜି ଶ୍ରୀଲୋକନାଥ ପୀଠରେ ଅନୁଷ୍ଠିତ ହେବ ପଙ୍କୋଦ୍ଧାର ନୀତି, ଗମ୍ଭୀରା ଭିତରକୁ ଯାଇ ଦର୍ଶନ କରିବେ ଭକ୍ତ

Lokanath Temple: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ପୁରୀସ୍ଥିତ ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ବୁଧବାର ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହେବ। ଏନେଇ ଜିଲ୍ଲା ପ୍ରଶାସନ ଓ ଲୋକନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ପଙ୍କୋଦ୍ଧାର ନୀତି ଦିନ ପ୍ରଭୁଲୋକନାଥଙ୍କ ଦର୍ଶନ କରିବା ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥାଏ ।

ଖବର ଅନୁଯାୟୀ, ବୁଧବାର ପ୍ରଭୁ ଲୋକନାଥ ଦେବଙ୍କ ମନ୍ଦିରରେ ଏକାଦଶୀ ତିଥିରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହେବ । ସ୍ବତନ୍ତ୍ର ବ୍ୟାରିକେଡ଼ ମାଧ୍ୟମରେ ଭକ୍ତମାନେ ପ୍ରଭୁ ଶ୍ରୀଲୋକନାଥଙ୍କୁ ଦର୍ଶନ କରିବେ । ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଭକ୍ତମାନେ ଯାଇ ଶିବଲିଙ୍ଗକୁ ଦର୍ଶନ କରିବା ନେଇ ସୁଯୋଗ ପାଇଥାଆନ୍ତି । ତେବେ ଦେଶର ଅନ୍ୟ କୌଣସି ଶୈବପୀଠରେ ଏହି ପଙ୍କୋଦ୍ଧାର ନୀତି ଦେଖିବାକୁ ମିଳିନଥାଏ ବୋଲି କୁହାଯାଏ । ବର୍ଷ ତମାମ ଫୁଲ, ବେଲପତ୍ର, କ୍ଷୀର, କଦଳୀ, ଦହି ସୁନାରୂପାରେ ଆଚ୍ଛାଦିତ ହୋଇରହୁଥିବା ଶ୍ରୀଲୋକନାଥଙ୍କ ଏହି ସମସ୍ତ ସାମଗ୍ରୀକୁ ଏକାଦଶୀ ଦିନ ବାହାର କରାଯାଇଥାଏ ।

ଚଳିତ ବର୍ଷ ଶୃଙ୍ଖଳିତ ଭାବେ ଠାକୁରଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ସେବାୟତମାନେ ଆଶା ରଖିଛନ୍ତି । ଏନେଇ ମନ୍ଦିରରୁ ସୁସଜ୍ଜିତ କରାଯାଇଛି । ନୀତି ନିର୍ଘଣ୍ଟ ଅନୁସାରେ ରାତ୍ର ୧ଟାରୁ ଦ୍ବାରଫିଟା ନୀତି କରାଯିବ । ମଙ୍ଗଳ ଆଳତି ରାତ୍ର ୧ଟା ୧୫, ଅବକାଶ ପୂଜା ୧ଟା ୪୫, ସୂର୍ଯ୍ୟ ପୂଜା ଭୋର ୫ଟା, ଦ୍ବାରପାଳ ପୂଜା ୫ଟା ୩୦ ମିନିଟ୍ , ଗୋପାଳବଲ୍ଲଭ ସକାଳ ୬ଟା, ସକାଳ ଧୂପ ୬ଟା ୩୦, ଦ୍ବିପ୍ରହର ଧୂପ ୭ଟା ୩୦, ଚଳନ୍ତି ପ୍ରତିମା ସ୍ବସ୍ଥାନକୁ ବିଜେ ୭ଟା ୪୫, ସକାଳ ୮ଟା ୩୦ରୁ ପଙ୍କୋଦ୍ଧାର ନୀତି କରାଯିବ । ମାଘ ସ୍ନାନ ନୀତି ପରେ ମଧ୍ଯାହ୍ନ ୧୨ଟାରୁ ସାଧାରଣ ଭକ୍ତମାନେ ପ୍ରଭୁ ଶ୍ରୀଲୋକନାଥଙ୍କୁ ଦର୍ଶନ କରିପାରିବେ । ରାତ୍ର ୧୨ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବା ପରେ ଅନ୍ୟାନ୍ୟ ନୀତି ହୋଇ ୩ଟା ୪୫ରେ ରାତ୍ର ପହୁଡ଼ ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ- Weather Update: ଆଜି ୪ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା