Odisha News: ଓଡିଶା ଉପକୂଳରେ ଆରମ୍ଭ ହେଲା ମିଳିତ ସମରାଭ୍ୟାସ ''ସାଗର କବଚ ୨''
Advertisement
Article Detail0/zeeodisha/odisha2445995

Odisha News: ଓଡିଶା ଉପକୂଳରେ ଆରମ୍ଭ ହେଲା ମିଳିତ ସମରାଭ୍ୟାସ ''ସାଗର କବଚ ୨''

Odisha News: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତି ବର୍ଷ ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ। ପାରାଦୀପରେ ଏହି ମିଳିତ ସମରାଭ୍ୟାସରେ ମେରାଇନ ପୋଲିସ,କୋଷ୍ଟ ଗାର୍ଡ, ନାଭାଲ,ବନ ବିଭାଗ, ମତ୍ସ୍ୟ ବିଭାଗ,ଓଡ୍ରାଫ ଓ ଗୁଇନ୍ଦା ସଂସ୍ଥା ଭଳି ଏକାଧିକ ବିଭାଗ ଏଥିରେ ସାମିଲ ହୋଇଥିବା ବେଳେ ଏମାନଙ୍କୁ ରେଡ୍ ଓ ବ୍ଲୁ ଟିମ୍ ଭାବେ ଦୁଇଟି ବିଭାଗରେ ବିଭକ୍ତ କରା ଯାଉଛି। ରେଡ୍ ଟିମ୍ ଆତଙ୍କବାଦୀ ରୂପରେ ଜଳପଥରୁ ଆସି ସ୍ଥଳ ପଥରେ ଆକ୍ରମଣ କରିବା ପାଇଁ ଯୋଜନା କରିବେ ଓ ବ୍ଲୁ ଟିମ୍ ଏହାକୁ ପଣ୍ଡ କରିବା ପାଇଁ ସଜାଗ ହୋଇ ରହିବେ।

Odisha News: ଓଡିଶା ଉପକୂଳରେ ଆରମ୍ଭ ହେଲା ମିଳିତ ସମରାଭ୍ୟାସ ''ସାଗର କବଚ ୨''

Odisha News: (ନାରାୟଣ ବେହେରା)  ଓଡିଶା ଉପକୂଳରେ ମିଳିତ ସମରାଭ୍ୟାସ ''ସାଗର କବଚ ୨''। ଓଡିଶା ଓ ପଶ୍ଚିମବଙ୍ଗ ମିଳିତ ଭାବେ ସମନ୍ୱୟ ରକ୍ଷା କରି ଏହି ସମରାଭ୍ୟାସ ଆରମ୍ଭ ହୋଇଛି। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତି ବର୍ଷ ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ। ପାରାଦୀପରେ ଏହି ମିଳିତ ସମରାଭ୍ୟାସରେ ମେରାଇନ ପୋଲିସ,କୋଷ୍ଟ ଗାର୍ଡ, ନାଭାଲ,ବନ ବିଭାଗ, ମତ୍ସ୍ୟ ବିଭାଗ,ଓଡ୍ରାଫ ଓ ଗୁଇନ୍ଦା ସଂସ୍ଥା ଭଳି ଏକାଧିକ ବିଭାଗ ଏଥିରେ ସାମିଲ ହୋଇଥିବା ବେଳେ ଏମାନଙ୍କୁ ରେଡ୍ ଓ ବ୍ଲୁ ଟିମ୍ ଭାବେ ଦୁଇଟି ବିଭାଗରେ ବିଭକ୍ତ କରା ଯାଉଛି। ରେଡ୍ ଟିମ୍ ଆତଙ୍କବାଦୀ ରୂପରେ ଜଳପଥରୁ ଆସି ସ୍ଥଳ ପଥରେ ଆକ୍ରମଣ କରିବା ପାଇଁ ଯୋଜନା କରିବେ ଓ ବ୍ଲୁ ଟିମ୍ ଏହାକୁ ପଣ୍ଡ କରିବା ପାଇଁ ସଜାଗ ହୋଇ ରହିବେ।

ଏନେଇ ଉପକୂଳ ସହିତ ଜଳ ପଥ ରେ ମଧ୍ଯ କଡା ପ୍ରହରା ଦିଆଯାଉଥିବା ବେଳେ ପାରାଦୀପ ର ପ୍ରତିଟି ସ୍ଥାନରେ ଚେକିଂ ମଧ୍ୟ କଡାକଡି କରାଯାଉଛି। ଜଳ ପଥ ଦେଇ ସ୍ଥଳ ଭାଗକୁ କିଭଳି ଶତୃ ପକ୍ଷ ପ୍ରବେଶ ନକରି ପାରିବେ ତାହାକୁ ନେଇ ଚାଲିଛି ଏହି ସମରାଭ୍ଯାସ। କଲିକତା ଓ ଓଡ଼ିଶା ମିଳିତ ଭାବେ ଏହି ସମରାଭ୍ୟାସ ରେ ସାମିଲ ହୋଇ ଥିବା ବେଳେ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ପାଇଁ ପ୍ରତିବର୍ଷ ଏହି ସମରାଭ୍ଯାସ ଦୁଇଥର ହୋଇଆସୁଛି। ଏଥିପାଇଁ ରାଜ୍ୟ ର ପ୍ରତ୍ୟେକ ଟ୍ରଲର ଓ ଡଙ୍ଗାରେ ନିଜ ନିଜର ପରିଚୟ ପତ୍ର ସହିତ ବୋଟ୍ ର କାଗଜପତ୍ରକୁ ମଧ୍ୟ ଯାଞ୍ଚ କରାଯାଉଛି।

 ଏହି ମିଳିତ ସମରାଭ୍ୟାସ ରେ ରେଡ୍ ଟିମ୍ ସମଦ୍ର ରାସ୍ତା ଦେଇ ସ୍ଥଳ ଭାଗରେ ପ୍ରବେଶ କରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସଜାଗ ରହିଛି ବ୍ଲୁ ଟିମ୍।ଏଥିପାଇଁ ପ୍ରତ୍ୟେକ ସମ୍ବେଦନଶୀଳ ସ୍ଥାନରେ ଟିକନିକ୍ ଯାଞ୍ଚ ଚଳାଇଛି ବ୍ଲୁ ଟିମ୍। ଆଜି ଠାରୁ ଆରମ୍ଭ ହୋଇଥିବା ଏହି ସମରାଭ୍ୟାସ ''ସାଗର କବଚ ୨'' ଦୁଇଦିନ ଧରି ଚାଲିବାକୁ ଥିବା ବେଳେ ଓଡ଼ିଶାର ୪୮୦କିଲୋମିଟର ସାମୁଦ୍ରିକ ଉପକୂଳ ବାଲେଶ୍ବର ଠାରୁ ଗଞ୍ଜାମ ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇ ଦେବ।