Khordha News: ନଳା ପାଣିରେ ଭାସୁଛି ରାସ୍ତା, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ
Advertisement
Article Detail0/zeeodisha/odisha1786518

Khordha News: ନଳା ପାଣିରେ ଭାସୁଛି ରାସ୍ତା, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

Khordha News: ଖୋର୍ଦ୍ଧା (ସୂର୍ଯ୍ୟ ନାରାୟଣ ମହାନ୍ତି):  ପଦାରେ ପଡିଲା ଖୋର୍ଦ୍ଧା (Khordha) ପୌର ପ୍ରଶାସନର ବର୍ଷା ପୂର୍ବରୁ ପ୍ରସ୍ତୁତି । ମୌସୁମୀ (Monsoon)ପ୍ରବେଶ କରିବା ପୂର୍ବରୁ ସମସ୍ତ ସହରାଂଚଳରେ ଡ୍ରେନ ସଫା ସହ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବା ପାଇଁ ରାଜ୍ୟସରକାର ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ବର୍ଷା ଦିନକୁ ଦୃଷ୍ଟିରେ ରଖି କୌଣସି ବ୍ୟବସ୍ଥା କରାଯାଇନାହିଁ । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Khordha News: ଖୋର୍ଦ୍ଧା (ସୂର୍ଯ୍ୟ ନାରାୟଣ ମହାନ୍ତି): ବହୁ ଆଡ଼ମ୍ବର ଲଘୁକ୍ରିୟା । ପଦାରେ ପଡିଲା ଖୋର୍ଦ୍ଧା (Khordha) ପୌର ପ୍ରଶାସନର ବର୍ଷା ପୂର୍ବରୁ ପ୍ରସ୍ତୁତି । ମୌସୁମୀ (Monsoon)ପ୍ରବେଶ କରିବା ପୂର୍ବରୁ ସମସ୍ତ ସହରାଂଚଳରେ ଡ୍ରେନ ସଫା ସହ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବା ପାଇଁ ରାଜ୍ୟସରକାର ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ବର୍ଷା ଦିନକୁ ଦୃଷ୍ଟିରେ ରଖି କୌଣସି ବ୍ୟବସ୍ଥା କରାଯାଇନାହିଁ । ଲଘୁଚାପ ବର୍ଷାରେ ଖୋର୍ଦ୍ଧା ସହର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଡ୍ରେନ ପାଣି ନିଷ୍କାସନ ହୋଇନପାରି ରାସ୍ତା ଉପରେ ଭାସୁଥିବା ବେଳେ ବର୍ଷା ଜଳରେ କୁଢ କୁଢ ଅଳିଆ ଆବର୍ଜନ ପଲିଥିନ ଭାସୁଥିବା ଦେଖିବାକୁ ମିଳିଛି । 

ଡ୍ରେନ ସଫା (Drainage) ଲାଗି ପୌର ପ୍ରଶାସନ ପକ୍ଷରୁ ପୂର୍ବରୁ ଗୁରୁତ୍ୱାରୋପ କରାଯାଇଥିଲା । ତେବେ ମୌସୁମୀ ବର୍ଷା ପ୍ରବେଶ ସତ୍ୱେ ଡ୍ରେନ ସଫା ହୋଇପାରିନାହିଁ । କେବଳ ସହର ମୁଖ୍ୟ ଡ୍ରେନକୁ ଛାଡି ଦେଲେ,ସହରର ଗଳିକନ୍ଦିରେ ଡ୍ରେନରୁ ମାଟି ଉଠାଯାଇନାହିଁ । ଫଳରେ ଏବେ ଲଘୁଚାପ ବର୍ଷାରେ ସହର ଏକାଧିକ ଗଳିକନ୍ଦିରେ ଡ୍ରେନ ପାଣି ଆଣ୍ଠୁଏ ଉଚ୍ଚରେ ଭାସୁଥିବା ଦେଖିବାକୁ ମିଳିଛି । ଏପରିକି ସହରର ତଳି ଅଂଚଳରେ ଦିନତମାମ ବର୍ଷା ଜଳ ଜମା ହୋଇ କୁତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରିଥିଲା । ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, ନୟାଗଡ ରୋଡ ପେଟ୍ରୋଲ ପମ୍ପ ଛକ, ପଲ୍ଳା ଛକ, ଗୋଡି ପୋଖରୀ ଛକ ସମେତ ଏକାଧିକ ଛକରେ ଏବେ ବର୍ଷା ପାଣି ଜମି ରହିଛି । ଡ୍ରେନ ପାଣି ନିଷ୍କାସନ ହୋଇନପାରି ରାସ୍ତାରେ ଭାସୁଛି ।

ଖୋର୍ଦ୍ଧା-ନୟାଗଡ ଜାତୀୟ ରାଜପଥ ପୁରୁଣା ଦମକଳ ଛକ ଠାରେ ଏହି ଡ୍ରେନକୁ ସଂଯୋଗ କରୁଥିବା ଅନ୍ୟ ସାହିର ଡ୍ରେନ ସଫା କରଯାଇନାହିଁ । ଫଳରେ ଡ୍ରେନ ପାଣି ନିଷ୍କାସନ ହୋଇନପାରି ରାସ୍ତାରେ ଭାସୁଛି । ଦମକଳ ଛକ ସମ୍ମୁଖ ରାସ୍ତାରୁ ବରୁଣେଇ ସାହିକୁ ସଂଯୋଗ କରୁଥିବା ରାସ୍ତା, ଗୋପିନାଥ ସାହି,ଉପରସାହି, ରାଧାବଲ୍ଳଭ ସାହି ଓ ବରୁଣେଇ ସାହିରୁ ନିଷ୍କାସନ ହେଉଥିବା ଡ୍ରେନ ପୁରୁଣା ଦମକଳ ଛକ ଡ୍ରେନରେ ମିଶୁଛି । ସେହିଭଳି ସାମନ୍ତରାପୁର ଛକ ଠାରୁ ଉପରସାହି, ଖ୍ରୀଷ୍ଟିଆନ ସାହି, ବାସେଳି ସାହି, ମାଛ ମାର୍କେଟ, ଉପଜିଲାପାଳଙ୍କ ବାସଭାବନ ପଛପଟ ପ୍ରଭୃତି ସାହିର ଡ୍ରେନ ପୁରୁଣା ଦମକଳ ଛକ ନାଳକୁ ସଂଯୋଗ କରୁଛି । ଏହି ଡ୍ରେନ ଗୁଡିକ ସଫା ଲାଗି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଫଳରେ ସ୍ଥାନୀୟ ବାସିନ୍ଦା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । 

ଦୀର୍ଘ ଧରି ଡ୍ରେନ ଗୁଡିକ ପୋତି ହୋଇପଡିଥିବା ବେଳେ ପାଣିବୋତଲ, ପ୍ଳାଷ୍ଟିକ, ପଲିଥିନ ପ୍ରଭୃତି ଅଳିଆ ଆବାଜର୍ନ ଜମି ରହି ପଚି ଷଢି ଦୁର୍ଗନ୍ଧ ହେଉଛି । ଏହା କେବଳ ଗୋଟିଏ ସ୍ଥାନରେ ନୁହଁ ବରଂ ଖୋର୍ଦ୍ଧା ସହରର ସମସ୍ତ ନାଳର ସମାନ ଦୃଶ୍ୟ ରହିଛି । ଲଘୁଚାପ ବର୍ଷାରେ ଡ୍ରେନ ପାଣି ନିଷ୍କାସନ ହୋଇନପାରି ରାସ୍ତା ଭାସୁଥିଲା । ଏଥିରେ ଡ୍ରେନରେ ଦୀର୍ଘ ଦିନ ଧରି ପଡି ରହିଥିବା ଅଳିଆ ଆର୍ବଜନା ଡ୍ରେନ ପାଣିରେ ଚାରିଆଡେ ଭାସୁଥିବା ଦେଖିବାକୁ ମିଳିଛି । ଦମକଳ ଛକ ଠାରୁ ଗୋଡି ପୋଖରୀ ଛକ ପରେ ଡ୍ରେନ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଅର୍ଥାତ ସେଠାରୁ ଆଗକୁ ଡ୍ରେନ ନିର୍ମାଣ କରାଯାଇନାହିଁ ଅଥବା ପୋତି ହୋଇଯାଇଛି । ଫଳରେ ଏହି ରାସ୍ତାରେ ବର୍ଷା ପାଣିରେ ରାସ୍ତା ଉବୁଟୁବୁ ହେଉଥିଲା । ଅନ୍ୟପଟେ ଏହି ଡ୍ରେନରେ ଘରୋଇ ବଜ୍ୟବସ୍ତୁ, ପ୍ଲାଷ୍ଟିକ, ପଲିଥିନ, ପାଣିବୋତଲ ପ୍ରଭୃତି ପଡି ଡ୍ରେନ ପୋତି ହୋଇଗଲାଣି । ଏହାକୁ ସଫା କରାଯାଉନାହିଁ । 

ବର୍ଷା ପାଣି ନିଷ୍କାସନ ହୋଇନପାରି ରାସ୍ତା ଉପରେ ଭାସୁଛି । ଏନେଇ ପୌର ପରିଷଦର ବାସିନ୍ଦା କୁହନ୍ତି ଆଶା ଥିଲା ମୌସୁମୀ ପ୍ରବେଶ ପୂର୍ବରୁ ପ୍ରଶାସନ ଚେତା ପସିବ । ତେବେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଗଲା ନାହିଁ ଫଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ବର୍ତମାନ ସୁଦ୍ଧା ପୌର ପ୍ରଶାସନ ପକ୍ଷରୁ ଭାଙ୍ଗିରୁଜି ଯାଇଥିବା ଏକାଧିକ ଡ୍ରେନ ମରାମତି ଏବଂ ପୋତି ହୋଇ ରହିଥିବା ଡ୍ରେନକୁ ସଫା କରାଯାଇନାହିଁ । ଫଳରେ ଏଭଳି ସ୍ଥିତି ରହିଛି । ଆଗକୁ ବର୍ଷା ପାଣିରେ ସହର ଅବସ୍ଥା ଏହା ଠାରୁ ଅଧିକ ଖରାପ ସ୍ଥିତି ସମ୍ଭାବନା ଅଧିକ । ଏଥିସହ ଖୋର୍ଦ୍ଧା ସହରର ଦୀର୍ଘ ବର୍ଷ ଧରି ଡ୍ରେନ ସମସ୍ୟା ଲାଗି ରହିଛି । କେଉଁଠି ମଧ୍ୟ ଡ୍ରେନ ସଫା କରାଯାଉନାହିଁ । କେବଳ ବର୍ଷା ଦିନ ଆସିଲେ ଲୋକେ ଦେଖାଣିଆ ଭାବେ ସଫା କରି ଛାଡି ଦିଆଯାଉଛି । ବଳକା ଦିନ ସମାନ ସମସ୍ୟା ରହୁଛି । ପରିମଳ ସୁଧାରିବା ଲାଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ତେବେ ଯଥା ପୂର୍ବମ ତଥା ପରମ୍ ନ୍ୟାୟରେ ସବୁ ସରକାରୀ କାଗଜ କଲମରେ ଚାଲିଛି, କୌଣସି ପରିବର୍ତନ ନାର୍ହି । ଏନେଇ ପୌର ପ୍ରଶାସନ ସଫେଇ ଦେଇଛି ସହରର ଡ୍ରେନ ସଫାକୁ ତ୍ୱରାନ୍ୱିତ କରାଯିବ । ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ପ୍ରଚେଷ୍ଟା ଜାରି ରହିଛି ବୋଲି ସେ କହିଛନ୍ତି ।