DGP Conference 2nd Day: ଦ୍ୱିତୀୟ ଦିନରେ ପୁଲିସ ଡିଜି ସମ୍ମିଳନୀ, ଯୋଗଦେଲେ ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha2537278

DGP Conference 2nd Day: ଦ୍ୱିତୀୟ ଦିନରେ ପୁଲିସ ଡିଜି ସମ୍ମିଳନୀ, ଯୋଗଦେଲେ ପ୍ରଧାନମନ୍ତ୍ରୀ

DGP conference 2nd Day: ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପୁଲିସ ମହାନିର୍ଦ୍ଦେଶକ ଏବଂ ପୁଲିସ ଆଇଜିଙ୍କ ୫୯ତମ ବାର୍ଷିକ ବୈଠକର ଦ୍ୱିତୀୟ ଦିବସ ଆରମ୍ଭ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ଆଜି ଯୋଗ ଦେଇଛନ୍ତି। 

DGP Conference 2nd Day: ଦ୍ୱିତୀୟ ଦିନରେ ପୁଲିସ ଡିଜି ସମ୍ମିଳନୀ, ଯୋଗଦେଲେ ପ୍ରଧାନମନ୍ତ୍ରୀ
 
DGP conference 2nd Day: ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପୁଲିସ ମହାନିର୍ଦ୍ଦେଶକ ଏବଂ ପୁଲିସ ଆଇଜିଙ୍କ ୫୯ତମ ବାର୍ଷିକ ବୈଠକର ଦ୍ୱିତୀୟ ଦିବସ ଆରମ୍ଭ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ଆଜି ଯୋଗ ଦେଇଛନ୍ତି। ତାଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୁଇନ୍ଦାନିର୍ଦ୍ଦେଶକ ତପନ ଡେକା, ର’ସଚିବ, ଗୃହ ସଚିବ ଏବଂ ଅନ୍ୟ ପ୍ରମୁଖ ସୁରକ୍ଷା ଅଧିକାରୀମାନେ ଯୋଗ ଦେଇଛନ୍ତି। ଏଥିରେ ସାମିଲ୍‍ ହୋଇଛନ୍ତି ଭାରତର ବିଭିନ୍ନ ରାଜ୍ୟ ଓ ପୁଲିସବଳକୁ ନେତୃତ୍ୱ ଦେଉଥିବା ଦେଶର ଟପ୍‍ ୯୫ ଆଇପିଏସ୍‍। 
 
 
ଦ୍ୱିତୀୟ ଦିନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ପ୍ରସଙ୍ଗ ହେଉଛି ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗ। ସମୟ ଅନୁସାରେ ବଢ଼ୁଥିବା ଆହ୍ୱାନ ଏବଂ ଏହାର ପ୍ରତିକାର କିପରି କରାଯାଇପାରିବ ତାହାକୁ ନେଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ନିଜର ଆଭିମୁଖ୍ୟ ରଖିବେ। ସମସ୍ୟା କିପରି ଦିଗ ପରିବର୍ତ୍ତନ କରୁଛି, ବିଦେଶ ସମ୍ପର୍କରେ କିପରି ଆଞ୍ଚଳିକ ସମସ୍ୟା ବଢ଼ୁଛି, ଇଣ୍ଟରନେଟ୍‍ କିପରି ଲୋକଙ୍କ ଦୈନନ୍ଦିନ ଜୀବନରେ ଅପରାଧିକ  କାର୍ଯ୍ୟକଳାପକୁ ବୃଦ୍ଧି କରୁଛି ତାହାକୁ ନେଇ ବରିଷ୍ଠ ଅଧିକାରୀଙ୍କୁ ସହ ନୀତିଗତ ଆଲୋଚନା କରିବେ। ଏହାସହ ନୂଆ ଅପରାଧିକ ଆଇନ, ବଦଳୁଥିବା ଭାରତର ପ୍ରତିଚ୍ଛବି ସହ ପୁଲିସର ପ୍ରତିଚ୍ଛବିରେ ପରିବର୍ତ୍ତନ ଲାଗି ବରିଷ୍ଠ ଅଧିକାରୀଙ୍କ ସହ ମନ ଖୋଲି କଥା ହେବେ ପ୍ରଧାନମନ୍ତ୍ରୀ। 
 
ଆଜି ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନିଶା କାରବାର, ସାଇବର ଅପରାଧ, ଆର୍ଥିକ ସୁରକ୍ଷା ଓ ସାମ୍ପ୍ରତିକ ଓ ଭବିଷ୍ୟତରେ ଜାତୀୟ ସୁରକ୍ଷାର ଆହ୍ୱାନକୁ ମୁକାବିଲା କରିବା ଲାଗି ନୀଳ ନକ୍ସା ପ୍ରସ୍ତୁତ କରିବେ ଏହି ବରିଷ୍ଠ ପୁଲିସ ଅଧିକାରୀ। ପୂର୍ବ ନିର୍ଦ୍ଧାରଣ ଅନୁସାରେ ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସକାଳ ୮ଟା ୩୦ ମିନିଟରୁ ପହଞ୍ଚି ସାରିଛନ୍ତି। ଲୋକସେବା ଭବନର ସୌମ୍ମିଳନୀ କକ୍ଷରେ ଏହି ବୈଠକକୁ ଆୟୋଜନ କରାଯାଇଛି। ପ୍ରଥମଥର ପାଇଁ ଓଡ଼ିଶାରେ ହେଉଥିବା ଏହି ସମାବେଶକୁ ସାରା ଭାରତବର୍ଷ ଅନାଇ ବସିଛି। ଖାଲି ସେତିକି ନୁହେଁ ଦେଶ ଆରପାରିରୁ ବିଚ୍ଛିନ୍ନତାବାଦୀ ଆତଙ୍କବାଦୀ ଗୁରୁପତସିଂ ପନ୍ନୁ ମଧ୍ୟ ଧମକ ଦେଇଛି। ସୁରକ୍ଷାବଳକୁ ଆତଙ୍କବାଦୀ ବୋଲି ଆଖ୍ୟା ଦେଇଛି। 
 
ଗତକାଲି ଅପରାହ୍ଣରେ ଏହି ବୈଠକକୁ ଉଦ୍‍ଘାଟନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଅପରାଧ ପ୍ରତି ଶୂନ୍ୟ ସହନଶୀଳ ହେବା, ଆଇନକୁ ନ୍ୟାୟ ପାଇଁ ଉପଯୋଗ କରିବା ଏବଂ ନୂଆ ଆଇନକୁ ଲାଗୁ କରିବା ପକ୍ଷରେ ସେ ଗୁରୁତ୍ୱାରୋପ କରିଥିଲେ। ଏହାସହ ବର୍ତ୍ତମାନ ସମୟରେ ପୁଲିସ ଆଗରେ ଥିବା ଆହ୍ୱାନକୁ ମଧ୍ୟ ଉଲ୍ଲେଖ କରିଥିଲେ। ଦେଶର ପୂର୍ବ ସୀମାରେ ପରିବର୍ତ୍ତନଶୀଳ ସୁରକ୍ଷା ଆହ୍ୱାନ, ପ୍ରବାସ ଧାରା ଏବଂ ସହରୀ ପୁଲିସ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।