Weekly Special Horoscope 2 December to 8 December 2024: ବର୍ଷ ଶେଷର ନୂଆ ସପ୍ତାହ କିପରି ରହିବ। ମାସ ଆରମ୍ଭରୁ ଏକାଧିକ ଗ୍ରହ ମୂଳ ରାଶି ପରିବର୍ତ୍ତନ କରିବେ। ମଙ୍ଗଳ ଡିସେମ୍ବର ୨ ତାରିଖ ରାତି ୧୨ଟା ୫ ମିନିଟ୍ ସମୟରେ ମକର ରାଶିକୁ ଚଳନ କରିବାକୁ ଥିବା ବେଳେ ଶଶ ରାଜଯୋଗ ଓ ବୁଦ୍ଧାଦିତ୍ୟ ପରିଶୁଭ ଯୋଗ ଡିସେମ୍ବରର ପ୍ରଥମ ସପ୍ତାହରେ ପଡୁଛି। ଯାହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ଟି ରାଶିଙ୍କ ଉପରେ ପଡିବ। ତେବେ, ଆସନ୍ତୁ ଜାଣିବା ନୂଆ ସପ୍ତାହରେ କିପରି ରହିବ ଆର୍ଥିକ, ସ୍ବାସ୍ଥ୍ୟବସ୍ଥା, କ୍ୟାରିୟର ଓ ବ୍ୟବସାୟିକ ସ୍ଥିତି। କେଉଁମାନନଙ୍କୁ ମିଳିବ ଶୁଭଫଳ, ଆଉ କାହାକୁ ସତର୍କତାର ସହ ଚଳିବାକୁ ପଡିବ....
ମେଷ: ନୂଆ ସପ୍ତାହ ଏ-ହି ରାଶିଙ୍କ ପାଇଁ ବେଶ୍ ଶୁଭଦାୟୀ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। କଠିନ ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ଜଟିଳ କାମକୁ ଅତି ସହଜରେ ଶେଷ କରିବେ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ଆୟ ବୃଦ୍ଧି ହେବ । ସହକର୍ମୀଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ।ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଭଲ ରହିଛି। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଅଯଥା ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ। ଆକସ୍ମିକ ଧନଲାଭର ଯୋଗ ରହିଛି। ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ।
ALSO READ: Surya Gochar 2024: ଧନୁରେ ସୂର୍ଯ୍ୟଙ୍କ ଚଳନ, ଏହିସବୁ ରାଶିଙ୍କ ଫିଟିବ ଭାଗ୍ୟ, କିଣିବ ନୂଆ ଘର ସହ...
ବୃଷ: ଆଗାମୀ ସପ୍ତାହରେ ଏହି ରାଶିଙ୍କୁ ମିଶ୍ରିତ ଫଳ ପାଇବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ କୌଣସି ପ୍ରକାର ବଡ଼ ପ୍ରୋଜେକ୍ଟ ପାଇପାରନ୍ତି। ଯାହାକୁ ନେଇ ଚିନ୍ତିତ ରହିବ। ସହକର୍ମୀଙ୍କ ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। ବ୍ୟବସାୟୀଙ୍କ ପାଇଁ ସପ୍ତାହଟି ସେତେ ଖାସ୍ ରହିବ ନାହିଁ। ଆର୍ଥିକ କାରବାର ସମୟରେ ସତର୍କ ରୁହନ୍ତୁ। ଅଯଥାରେ କାହାକୁ କୌଣସି ପ୍ରକାର ପରାମର୍ଶ ଦିଅନ୍ତୁ ନାହିଁ। ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବା ଜରୁରୀ । ସାଥୀଙ୍କ ସହିତ ନିଜ ସାଥୀଙ୍କ ସହିତ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି।
ମିଥୁନ: ମିଥୁନ ରାଶିର ଲୋକଙ୍କ ପାଇଁ ସପ୍ତାହଟି ଅତ୍ୟନ୍ତ ଖାସ୍ ରହିବ। କର୍ମକ୍ଷେତ୍ରରେ କାମ କରିବା ପାଇଁ ମନର ଉତ୍ସାହ ବୃଦ୍ଧି ପାଇବ। ସହକର୍ମୀଙ୍କ ଠାରୁ ସମସ୍ତ ପ୍ରକାର ସହଯୋଗ ପାଇବେ। କିନ୍ତୁ ବରିଷ୍ଠ ଅଧିକାରୀଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ତେଣୁ ନିଜ ବାଣୀ ଉପରେ ଲଗାମ୍ ରଖିବା ଉଚିତ୍। ବ୍ୟବସାୟୀମାନେ କୌଣସି ବଡ଼ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରା କରିପାରନ୍ତି। ବିଦେଶ ଯାତ୍ରାରୁ ଶୁଭଫଳ ପାଇବେ। କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଆୟ-ବ୍ୟୟ ସାମାନ ରହିବ।
କର୍କଟ: ନୂଆ ସପ୍ତାହରେ ଏହି ରାଶିର ଲୋକେ କର୍ମକ୍ଷେତ୍ରରେ ସତର୍କତାର ସହ ଚଳିବାକୁ ପଡି଼ବ। କର୍ମକ୍ଷେତ୍ରରେ ଅଯଥା ବିବାଦରେ ଫସି ପାରନ୍ତି। ତେଣୁ ଅଯଥା ବିବାଦରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖନ୍ତୁ। ଯାହା ଆପଣଙ୍କ ପାଇଁ ଭଲ ହେବ। କାମର ଚିନ୍ତା ଆପଣଙ୍କ ମୁଣ୍ଡରେ ରହିବ । ଯେଉଁ କାରଣରୁ ପରିବାର ଓ ବନ୍ଧୁମାନଙ୍କ ପାଇଁ ସମୟ ବାହାର କରି ପାରିବେ ନାହିଁ । ଫଳରେ ପରିବାରରେ ଅଶାନ୍ତିର ବାତାବରଣ ଦେଖାଦେବ। ସପ୍ତାହର ମଧ୍ୟ ଭାଗରେ କୋର୍ଟ କଚେରୀ ମାମଲା ଆଗକୁ ବଢିବ ନାହିଁ । ଯେଉଁମାନେଙ୍କ ନୂଆ ନୂଆ ବିବାହ ହୋଇଛି, ସେମାନେ ନିଜର ସାଥିଙ୍କ ଠାରୁ ବହୁତ ଖୁସି ପାଇବେ । ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି।
ସିଂହ: ଡିସେମ୍ବରର ନୂଆ ସପ୍ତାହରେ ଏହି ରାଶିର ଲୋକଙ୍କୁ ଟିକେ ସତର୍କତାର ସହ ଚଳିବାକୁ ପଡିବ। କାହିଁକିନା, କର୍ମକ୍ଷେତ୍ରରେ ପକ୍ଷପାତିତାର ଶୀକାର ହେବେ। ଅଯଥା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ସହକର୍ମୀଙ୍କ ଆପଣଙ୍କୁ ହଇହାଣ ହରକତ କରିବାକୁ ଚେଷ୍ଟା କରି ବିଫଳ ହେବ। ପ୍ରତ୍ୟକ ପରିସ୍ଥିତିକୁ ଧୌର୍ଯ୍ୟର ମୁକାବିଲା କରନ୍ତୁ। ବ୍ୟବସାୟୀ ମାନେ ମଧ୍ୟ ନୂତନ କାରବାର କରନ୍ତୁ ନାହିଁ। ଟେକ୍ସଟାଇଲ୍ ଓ ଅଳଙ୍କାର ବ୍ୟବସାୟୀ ବ୍ୟବସାୟରେ ଅଧିକ କ୍ଷତି ସହିବେ।
କନ୍ୟା: ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ଅଶୁଭ ସାବ୍ୟସ୍ତ ହୋଇପାରେ। ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନ ପଢି କୌଣସି ବି କାଗଜପତ୍ର ଉପରେ ହସ୍ତାକ୍ଷର କରନ୍ତୁ ନାହିଁ । ନଚେତ ସମସ୍ୟାରେ ପଡିବେ। କର୍ମକ୍ଷେତ୍ରରେ ସହକର୍ମୀ ଇର୍ସା ପରାୟଣ ହେବେ। ଆୟରେ ବୁଦ୍ଧି ହେବ। ଶରିର ସମସ୍ୟା ରହିପାରେ । ଖର୍ଚ୍ଚ ଉପରେ କାବୁ ରଖିବାକୁ ଚେଷ୍ଟା କରନ୍ତୁ ଓ କେବଳ ଜରୁରୀ ଜିନିଷ ହିଁ କ୍ରୟ କରନ୍ତୁ ।
ତୁଳା: ନୂଆ ସପ୍ତାହ ଆନନ୍ଦ ଉଲ୍ଲାସରେ ଅତିବାହିତ ହେବ। ଜୀବନର ଭରପୁର ଲାଭ ଉଠାନ୍ତୁ । ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟାପାର- ବ୍ୟବସାୟରେ ଯେତିକି ପରିଶ୍ରମ କରିବେ ସେଥିରେ ସେତିକି ଲାଭ ମିଳିବ । ଯେଉଁମାନେ ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡି଼ତ ଅଛନ୍ତି। ସେମାନଙ୍କ ବ୍ୟବସାୟରେ ଅଭିବୃଦ୍ଧି ଘଟିବ। ଦୂର ଯାତ୍ରା ପାଇଁ ସମୟ ଉପଯୁକ୍ତ ନୁହେଁ । ବନ୍ଧୁର ସାହାର୍ଯ୍ୟ ନିଅନ୍ତୁ । ଯୋଗ କରିବା ଦ୍ଵାରା ଆଧ୍ୟାତ୍ମିକ, ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରଖି ଆପଣଙ୍କ ହୃଦୟ ଓ ମସ୍ତିଷ୍କକୁ ଭଲ ରଖିବେ । ସଙ୍ଗୀତ ଇତ୍ୟାଦି ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବ । ମାତା ପିତାଙ୍କ ସାହାର୍ଯ୍ୟ ଦ୍ଵାରା ଆର୍ଥିକ ଅସୁବିଧାରୁ ମୁକ୍ତି ପାଇ ପାରିବେ । ପ୍ରେମୀ ପ୍ରେମିକାଙ୍କ ସମ୍ପର୍କରେ ବିବାଦ ଆସିପାରେ ।
ବିଛା: କ୍ୟାରିୟର ଦୃଷ୍ଟି କୋଣରୁ ଏହି ରାଶିଙ୍କ ପାଇଁ ଆଗାମୀ ସପ୍ତାହ ଶୁଭ ରହିବ। ସାମ୍ବାଦିକତା, ରିସର୍ଚ୍ଚ, ସାହିତ୍ୟ ଓ କାଳ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଚାକିରି ମିଳିବ। ବ୍ୟାପାରରେ ନୂଆ ଯୋଜନା ଆପଣେଇବା ଦ୍ଵାରା ବ୍ୟାପାରରେ ବୃଦ୍ଧି ଘଟିବ। ଆୟରେ ବଢିବ। ପୁରୁଣା ନିବେଶରୁ ଲାଭ ମିଳିବ। ସ୍ବାସ୍ଥ୍ୟବସ୍ଥା ଠିକ୍ ରହିବ।ଧନୁ:
ଧନୁ: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। କାର୍ଯ୍ୟ କ୍ଷତ୍ରରେ ଆସୁଥିବା ସମସ୍ତ ବାଧା ଦୂର ହେବ । ବ୍ୟବସାୟ ଭଲ ହୋଇପାରେ । ଫାଲତୁ ଖର୍ଚ୍ଚରୁ ନିଜକୁ ଦୂରେଇ ରଖନ୍ତୁ। ପୁରୁଣା ରୋଗରୁ ମୁକ୍ତି ପାଇ ପାରିବେ । ଆଣିଥିବା ଧାର ଓ କରଜ ସୁଝିବାରେ ସକ୍ଷମ ହେବେ। କୌଣସି ବିବାଦରେ ବିଜୟ ମିଳିବ । ପତ୍ନୀ ଓ ପିଲାଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ଦେବଦର୍ଶନ ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
ମକର: ଆର୍ଥିକ ଓ କ୍ୟାରିୟର ଦୃଷ୍ଟି କୋଣରୁ ନୂଆ ସପ୍ତାହ ଏହି ରାଶିମାନଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି, ରିୟଲି-ଇଷ୍ଟେଟ୍ କ୍ଷେତ୍ରରେ ଥିବା ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ପ୍ରଚୁର ଲାଭ ମିଳିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଆଶାରେ ଅଛନ୍ତି । ସେମାନଙ୍କୁ ଚାକିରି ମଳିବ। ପ୍ରେମୀମାନଙ୍କ ଲାଗି ସମୟ ଅନୁକୂଳ ରହିବ। ସ୍ବାସ୍ଥ୍ୟ ଭଲ ରହିବ। ଦୂରସ୍ଥାନ ଯାତ୍ରା କରିବେ।
କୁମ୍ଭ: ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରେ ନୂଆ ଦାୟିତ୍ଵ ମିଳିପାରେ । ସାମାଜିକ କାର୍ଯ୍ୟ କଳାପରେ ଜଡିତ ରହିବେ । କିନ୍ତୁ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିବ ନାହିଁ। ଫଳରେ କାମରେ ରୁଚି ବଢିବ ନାହିଁ । ସହକର୍ମୀଙ୍କ ସହ କଥାବାର୍ତ୍ତା ସମୟରେ ବାଣୀରେ ସଂଯମତା ରଖନ୍ତୁ । ପାରବାରିକ ସହଯୋଗ ମିଳିବ । କିଛି ପରିବାରର ସଦସ୍ୟମାନଙ୍କୁ ଅଳ୍ପ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ବ୍ୟବସାୟୀମାନେ ଦୂରଯାତ୍ରା କରିପାରନ୍ତି।
ମୀନ: ବ୍ୟବସାୟରେ ପୁଞ୍ଜି ବିନିଯୋଗ କରିବ ପାଇଁ ସମୟ ଭଲ ରହିଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। ପୂର୍ବରୁ କରିଥିବା ପରିଶ୍ରମର ଫଳ ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ନୂଆ ବ୍ୟବସାୟ-ବାଣିଜ୍ୟ କାରବାରରେ ଜଡିତ ଥିବା ଲୋକେ ଲାଭବାନ୍ ହେବେ। ନିଜକୁ ନେଇ ଦୁଖୀ ରହିବା ଦ୍ଵାରା କିଛି ବି ହାସଲ ହେବ ନାହିଁ । ପରିବାର ସହିତ ବାଦ ବିବାଦ କରନ୍ତୁ ନାହିଁ । ନିଜ ସାଙ୍ଗ ମାନଙ୍କ ସାହିତ ମନୋରଞ୍ଜନ ଭରା ସମୟ ବିତାଇବେ । ସ୍ବାସ୍ଥ୍ୟ ଭଲ ରହିବ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़