ବିଜେପିକୁ ଶକ୍ତ ଧକ୍କା: ଇସ୍ତଫା ଦେଲେ ପ୍ରକାଶ ବେହେରା
Advertisement

ବିଜେପିକୁ ଶକ୍ତ ଧକ୍କା: ଇସ୍ତଫା ଦେଲେ ପ୍ରକାଶ ବେହେରା

Political News: ପ୍ରାର୍ଥୀ ଘୋଷଣା ଲାଗି ପ୍ରସ୍ତୁତ ହେଉଥିବା ରାଜ୍ୟ ବିଜେପିକୁ ଲାଗିଛି ଶକ୍ତ ଝଟକା। ଦଳର କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ମନମୋହନ ସାମଲଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି। 

ବିଜେପିକୁ ଶକ୍ତ ଧକ୍କା: ଇସ୍ତଫା ଦେଲେ ପ୍ରକାଶ ବେହେରା

ଭୁବନେଶ୍ୱର: ପ୍ରାର୍ଥୀ ଘୋଷଣା ଲାଗି ପ୍ରସ୍ତୁତ ହେଉଥିବା ରାଜ୍ୟ ବିଜେପିକୁ ଲାଗିଛି ଶକ୍ତ ଝଟକା। ଦଳର କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ମନମୋହନ ସାମଲଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି। 

୨୦୧୪ ମସିହାରେ କଂଗ୍ରେସ ଟିକଟରେ ନିର୍ବରାଚନ ଜିତି ସାଲେପୁରର ବିଧାୟକ ଭାବେ କାର୍ଯ୍ୟ କରିଥିଲେ। ଜଣେ ଟାଣୁଆ ସଂଗଠକ ହୋଇଥିବାରୁ ପ୍ରକାଶକୁ ବିଜେପି ୨୦୧୯ରେ ଗ୍ରହଣ କରିଥିଲା। ସେତେବଳେ ନୂଆଦିଲ୍ଲୀଠାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ। ଦଳ ମଧ୍ୟ ତାଙ୍କୁ ସେଲେପୁରରୁ ବିଧାନସଭା ଲଢ଼ିବାକୁ ଟିକଟ ଦେଇଥିଲା। ଦଳୀୟ ଟକଟରେ ସେ କିନ୍ତୁ ବିଜେଡି ଠାରୁ ୩୪ ହଜାର ଭୋଟରେ ହାରିଥିଲେ।  ଏହାପରେ ଦଳ ତାଙ୍କୁ ଜିଲ୍ଲା ସଂଗଠନ ଦାୟିତ୍ୱ ଦେଇଥିଲା। ତାଙ୍କର ସାଲେପୁର ପ୍ରାର୍ଥୀତ୍ୱ ସ୍ପଷ୍ଟ ଥିଲା।  କିନ୍ତୁ ଦଳ ପ୍ରାର୍ଥୀ ଘୋଷଣା କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେ ପ୍ରାଥମିକ ସଦସ୍ୟ ପୟଦରୁ ଇସ୍ତଫା ଦେଇଛନ୍ତି। 

ଶ୍ରୀ ବେହେରା ଏବେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଜି ଅପରାହ୍ଣରେ ତାଙ୍କୁ ବିଜେଡି ସଦସ୍ୟ ଭାବେ ଗ୍ରହଣ କରିବା ସମ୍ଭାବନା ରହିଛି। ଏହାପରେ ତାଙ୍କୁ ସାଲେପୁର ଆସନ ପାଇଁ ବିଧାୟକ ପ୍ରାର୍ଥୀ କରିପାରେ। ଦଳ ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକାରେ  ସାଲେପୁର ପାଇଁ କାହା ନାଁ ଘୋଷଣା କରାଯାଇ ନାହିଁ।

Also Read- ଏପ୍ରିଲ୍‍ ୨ରୁ ନୂଆ ସ୍କୁଲ୍‍ ଖୋଲିବ, ହୋଇପାରେ ସକାଳୁଆ

Also Read- Gold Silver Price: ଦର ବୃଦ୍ଧିରେ ରେକର୍ଡ ଭାଙ୍ଗିଲା ସୁନା ଏବଂ ରୂପା, ଜାଣନ୍ତୁ ଆଜିର ଦର