Budget Session 2024: ଆସନ୍ତା ୨୨ରୁ ବଜେଟ ଅଧିବେଶନ, ୨୫ରେ ବଜେଟ
Advertisement
Article Detail0/zeeodisha/odisha2323654

Budget Session 2024: ଆସନ୍ତା ୨୨ରୁ ବଜେଟ ଅଧିବେଶନ, ୨୫ରେ ବଜେଟ

Budget Session 2024 : ଆସନ୍ତା ୨୨ତାରିଖରୁ ସପ୍ତଦଶ  ବିଧାନସଭାର ପ୍ରଥମ ଅର୍ଥାତ ବଜେଟ୍ ଅଧିବେଶନ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ସେପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଚାଲିବ ।  

Budget Session 2024: ଆସନ୍ତା ୨୨ରୁ ବଜେଟ ଅଧିବେଶନ, ୨୫ରେ ବଜେଟ

Budget Session 2024 (ଭୁବନେଶ୍ଵର): ଆସନ୍ତା ୨୨ତାରିଖରୁ ସପ୍ତଦଶ  ବିଧାନସଭାର ପ୍ରଥମ ଅର୍ଥାତ ବଜେଟ୍ ଅଧିବେଶନ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ସେପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ଥିବାବେଳେ ଜୁଲାଇ ୨୫ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବ । ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ଶୁକ୍ରବାର ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । 

କାର୍ଯ୍ୟସୂଚୀ ଅନୁଯାୟୀ ଜୁଲାଇ ୨୨ତାରିଖରେ ବଜେଟ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ । ଏହାପରେ ୨୩ତାରିଖରେ ଉପବାଚସ୍ପତି ନିର୍ବାଚନ ଘୋଷଣା ଓ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ୨ଦିନ ଧରି ଆଲୋଚନା ହେବ । ୨୪ତାରିଖରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ୨୫ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପିତ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଜୁଲାଇ ୨୯ ଓ ୩୦ ତାରିଖ ଦୁଇଦିନ ବଜେଟ୍ ଉପରେ ସାଧାରଣ ଆଲୋଚନା ହେବ । ଏହାସହ ୩୦ ତାରିଖରେ ଲେଖାନୁଦାନ ପ୍ରସ୍ତାବ ଆଗତ ସହ ଏହା ଉପରେ ଆଲୋଚନା ହେବାକୁ ଥିବାବେଳେ ୩୧ ତାରିଖରେ ଲେଖାନୁଦାନ ଉପରେ ବିନିଯୋଗ ବିଲ ଆଗତ ହେବ । ଅଗଷ୍ଟ ୧ରୁ ୧୯ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ବନ୍ଦ ରହିବ ।

 ଦ୍ୱିତୀୟ ପର୍ଯ୍ୟାୟରେ ବିଧାନସଭାର ଅଧିବେଶନ ଅଗଷ୍ଟ ୨୦ରୁ ଆରମ୍ଭ ହୋଇ ବିଭାଗୀୟ ବଜେଟ୍ ଅନୁଦାନ ଉପରେ ଆଲୋଚନା ହେବ । ସେପ୍ଟେମ୍ବର ୧୦ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍ ଉପସ୍ଥାପିତ ହେବ । ସେପ୍ଟେମ୍ବର ୧୨ ଓ ୧୩ତାରିଖରେ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ପାଇଁ ଉଦ୍ଦିଷ୍ଟ ରହିଛି । ଏହି ଅଧିବେଶନ ମୋଟ ୨୭ଟି ଦିନ କାର୍ଯ୍ୟଦିବସ ଧାର୍ଯ୍ୟ ହୋଇଛି । ସୂଚନାଯୋଗ୍ୟ ଯେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ନିଜର ପ୍ରଥମ ବଜେଟ ଆଗତ କରିବାକୁ ଯାଉଛି ।