Crime News: ଲାଞ୍ଚ ନେଇ ଫସିଲେ ବେଲଗାଁ ଏଆରଆଇ, ଗିରଫ କଲା ଭିଜିଲାନ୍ସ
Advertisement
Article Detail0/zeeodisha/odisha2229228

Crime News: ଲାଞ୍ଚ ନେଇ ଫସିଲେ ବେଲଗାଁ ଏଆରଆଇ, ଗିରଫ କଲା ଭିଜିଲାନ୍ସ

Crime News: ବଲାଙ୍ଗିର ସଇଁତଳା ଥାନା ଅନ୍ତର୍ଗତ ବେଲଗାଁ ଏଆରଆଇ ରେଶମା ମାଝୀ ଲାଞ୍ଚ ମାମଲାରେ ଗିରଫ ହୋଇଛନ୍ତି । ରେଶମାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Crime News: ଲାଞ୍ଚ ନେଇ ଫସିଲେ ବେଲଗାଁ ଏଆରଆଇ, ଗିରଫ କଲା ଭିଜିଲାନ୍ସ

Crime News: ବଲାଙ୍ଗିର ସଇଁତଳା ଥାନା ଅନ୍ତର୍ଗତ ବେଲଗାଁ ଏଆରଆଇ ରେଶମା ମାଝୀ ଲାଞ୍ଚ ମାମଲାରେ ଗିରଫ ହୋଇଛନ୍ତି । ରେଶମାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ସୂଚନା ମୁତାବକ, ଶିଶକେଲା ଗାଁ ବାସିନ୍ଦା ବାସୁଦେବ ନନ୍ଦ ଜମିର କାଗଜପତ୍ର କାର୍ଯ୍ୟ କରାଇବା ପାଇଁ ଏଆରଆଇଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦରଖାସ୍ତ ଦେଇଥିଲେ । କାମ କରାଇ ଦେବାପାଇଁ ରେଶମା ବାସୁଦେବଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ବାସୁଦେବ ଟଙ୍କା ନଦେଇ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ । ଯୋଜନା ମୁତାବକ, ଅଫିସରେ ବାସୁଦେବ ରେଶମାଙ୍କୁ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଠିକ୍ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଉଭୟ ରେଶମା ଏବଂ ମଣ୍ଟୁ ନାମକ ଜଣେ ମଧ୍ୟସ୍ଥିକୁ ଗିରଫ କରିବାରେ ସକ୍ଷମ ହୋଇଛି ଭିଜିଲାନ୍ସ । ବର୍ତ୍ତମାନ ଉଭୟଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିବା ସୂଚନା ମିଳିଛି ।

Also Read- Budh Gochar 2024: କ୍ୟାରିୟର ସହ ବ୍ୟବସାୟରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି

Also Read- Heat Wave: ରାଜଧାନୀରେ ଖଇଫୁଟା ତାତି, ୨ଟା୩୦ ସୁଦ୍ଧା ୪୫ ଡ଼ିଗ୍ରୀ ପାର୍