OSRTC Bus Accident: ରାଣୀପଥର ଘାଟି ତଳକୁ ଓଲଟି ପଡ଼ିଲା ବସ, ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ
Advertisement

OSRTC Bus Accident: ରାଣୀପଥର ଘାଟି ତଳକୁ ଓଲଟି ପଡ଼ିଲା ବସ, ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

OSRTC Bus Accident: ଘାଟିରେ ଓଲଟିଲା ସରକାରୀ ବସ । ଭାରସାମ୍ୟ ହରାଇ ରାଣୀପଥର ଘାଟିରେ ସରକାରୀ ବସଟି ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଚାରିଛକ ଦମକଳ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ଅନୁଯାୟୀ, ସବୁଦିନ ପରେ OSRTC ବସଟି ଆଜି ମଧ୍ଯ ଭୋର ୫:୩୦ ମିନିଟ୍ ରେ ଫୁଲବାଣୀରୁ ଅନୁଗୁଳ ଅଭିମୁଖେ ବାହାରିଥିଲା । ବସରେ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ । ବସଟି ଫୁଲବାଣୀରୁ ବାହାରିଥିବା ବେଳେ ରାଣୀ ପଥର ଘାଟିରେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡ଼ିଥିଲା । ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଦୁଇଟି ଆମ୍ବୁଲାନ୍ସରେ ଆହତଙ୍କୁ ଉଦ୍ଧାର କରାଯାଇ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ରାଣୀପଥର ଘାଟିଟି ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଓ କନ୍ଧମାଳ ଜିଲ୍ଲାର ସୁଡୁରୁଗୁମ୍ଫା ଥାନାର ସୀମାନ୍ତବର୍ତୀ ଅଞ୍ଚଳ ହୋଇଥିବାରୁ ଘଟଣାସ୍ଥଳରେ ଏଯାଏଁ କୌଣସି ପୋଲିସ ପହଞ୍ଚି ପାରିନଥିବା ଜଣାପଡିଛି ।

Also Read- ବାରିପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲା: ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅଙ୍କୁ ଇଡ଼ିର ଜେରା

ସେହିପରି ମଙ୍ଗଳବାର ଆନ୍ଧ୍ରପ୍ରଦେଶ ନନ୍ଦିୟାଲ୍ ଜିଲ୍ଲାରେ ଘଟିଥିବା ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ବେଳେ ତେଲେଙ୍ଗାନାର ବାସିନ୍ଦା ବୋଲି ଜଣାପଡ଼ିଛି। ସିକେନ୍ଦେରାବାଦ୍ ଅଞ୍ଚଳର ବାସିନ୍ଦା ରବିନ୍ଦ୍ର ନିଜ ପରିବାର ସହିତ ଆନ୍ଧ୍ରପ୍ରଦେଶ ସ୍ଥିତ ଭେଙ୍କେଟେଶ୍ବର ମନ୍ଦିରକୁ (Venkateswara Temple, Tirumala) ଦର୍ଶନ ନିମନ୍ତ ଯାଇଥିଲେ। ଦର୍ଶନ ସାରି ବିଳମ୍ବିତ ରାତିରେ ଏକ କାରରେ ନିଜ ଘରକୁ ଫେରୁଥିଲେ। ନନ୍ଦିଆଲ ଜିଲ୍ଲାରେ ପହଞ୍ଚିଥିବା ବେଳେ ହଠାତ୍ ଗାଡିଟି ଭାରସାମ୍ୟ ହରାଇ ଏକ ଟ୍ରକକୁ ପିଟିଦେଇଥିଲା। ଫଳରେ ଗାଡିରେ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଖବର ପାଇଁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ୫ଟି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ  ରବୀନ୍ଦରଙ୍କ ସହ ତାଙ୍କ ପତ୍ନୀ ଲକ୍ଷ୍ମୀ, ବଡ ପୁଅ କିରଣ, ସାନ ପୁଅ କୌଶିକ୍ ଏବଂ ମଝିଆ  ପୁଅ ଉଦାଇ କିରଣ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି।