Odia Film Industry: ଓଡ଼ିଆ ସିନେମାର ୮୮ତମ ସ୍ବନକ୍ଷତ୍ର ପାଳିତ
Advertisement
Article Detail0/zeeodisha/odisha2225523

Odia Film Industry: ଓଡ଼ିଆ ସିନେମାର ୮୮ତମ ସ୍ବନକ୍ଷତ୍ର ପାଳିତ

Odia Film Industry: ଓଡ଼ିଆ ସିନେମାର ୮୮ତମ ସ୍ବନକ୍ଷତ୍ର ଉତ୍ସବ। ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଏକ ବର୍ଣ୍ଣାଢ୍ଯ ପରିବେଶ ମଧ୍ୟରେ ପାଳିତ ହୋଇଛି ସିନେମା ଜଗତର ଏହି ମହାକୁମ୍ଭ। ଚିର ସବୁଜ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ସଂଗୀତର ତାଳେ ତାଳେ ନୃତ୍ୟ ପରିବେଷଣ ସହ କଳା ଜଗତର ପ୍ରତିଭାମାନଙ୍କୁ ସମ୍ବର୍ଧିତ କରାଯାଇଛି। 

Odia Film Industry: ଓଡ଼ିଆ ସିନେମାର ୮୮ତମ ସ୍ବନକ୍ଷତ୍ର ପାଳିତ

Odia Film Industry: ଓଡ଼ିଆ ସିନେମାର ୮୮ତମ ସ୍ବନକ୍ଷତ୍ର ଉତ୍ସବ। ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଏକ ବର୍ଣ୍ଣାଢ୍ଯ ପରିବେଶ ମଧ୍ୟରେ ପାଳିତ ହୋଇଛି ସିନେମା ଜଗତର ଏହି ମହାକୁମ୍ଭ। ଚିର ସବୁଜ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ସଂଗୀତର ତାଳେ ତାଳେ ନୃତ୍ୟ ପରିବେଷଣ ସହ କଳା ଜଗତର ପ୍ରତିଭାମାନଙ୍କୁ ସମ୍ବର୍ଧିତ କରାଯାଇଛି। ତେବେ ଓଡିଶାରେ ସିନେମା ଶିଳ୍ପର ପୁନରୁଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରାଯିବ। ତେବେ ଓଡିଶାର ପ୍ରଥମ ଓଡିଆ ଚଳଚ୍ଚିତ୍ର "ସୀତାବିବାହ" ୮୮ବର୍ଷ ତଳେ ପୁରୀରେ ମୁକ୍ତିଲାଭ କରିଥିଲା। ଏହି ସ୍ମୃତିରେ ପୁରୀ ଅର୍ଣ୍ଣପୂର୍ଣ୍ଣା ଥିଏଟରରେ ଓଡିଆ ଚଳଚ୍ଚିତ୍ରର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି। ପ୍ରତି ଜିଲ୍ଲାରେ ଭାଙ୍ଗିରୁଜି ଯାଇଥିବା ଫିଲ୍ମ ହଲର ପୁନରୁଦ୍ଧାର ସାଙ୍ଗକୁ ନୂଆ ହଲ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ବ୍ରଜରାଜ ମୁଭିର ପ୍ରଯୋଜକ ସଂଜୟ ନାୟକ।

ଓଡିଶାରେ ଓଡିଆ ଚଳଚ୍ଚିତ୍ର ଶିଳ୍ପ ଧୀରେଧୀରେ ବିଲୁପ୍ତ ହେବାରେ ଲାଗିଛି। ଗତ କେଇ ଦଶନ୍ଧି ମଧ୍ୟରେ ଅନେକ ଜିଲ୍ଲାରେ ଚଳଚ୍ଚିତ୍ର ପ୍ରେକ୍ଷାଳୟ ଗୁଡିକ ଭାଙ୍ଗିରୁଜି ଯାଇଛି। ଆଉ ଯେଉଁ ଚଳଚ୍ଚିତ୍ର ଏବେ ନିର୍ମାଣ କରାଯାଉଛି ସେଥିରେ ଓଡିଶାର କଳା ଓ ସଂସ୍କୃତିର ଚିହ୍ନବର୍ଣ୍ଣ ରହୁନାହିଁ। ଏଥିରେ କେବଳ ତେଲଗୁ ଓ ତାମିଲ ଆଦି ଅନ୍ଯ ଭାଷାର ଚଳଚ୍ଚିତ୍ରକୁ ଡବିଂ କରାଯାଉଛି। ଫଳରେ ଦର୍ଶକ ଧିରେଧିରେ ଓଡିଆ ଚଳଚ୍ଚିତ୍ର ପ୍ରତି ମୁହଁ ଫେରାଇ ନେଉଛନ୍ତି। ଓଡିଆ ଚଳଚ୍ଚିତ୍ର ଜଗତର ପୁନରୁଦ୍ଧାର ପାଇଁ ସରକାର ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି। 

ତେବେ ଓଡିଆ ଭାଷା ଭିତ୍ତିକ ପ୍ରଦେଶ ଗଠନ ହେବା ପରେ ପୁରୀ ଲକ୍ଷ୍ମୀ ଟକିଜ୍ ରେ ୮୮ବର୍ଷ ତଳେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତାବିବାହ ମୁକ୍ତିଲାଭ କରିଥିଲା। ଏହି ସ୍ମୃତିକୁ ଉଦଜିବିତ କରିବା ପାଇଁ ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ସିନେମା ମହୋତ୍ସବ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଉତ୍କଳୀୟ ସଂସ୍କୃତି, ପରଂପରା ଓ ଓଡ଼ିଶା ର ମୌଳିକ କଥାବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଆଗକୁ ଆସିଛି ଓଡ଼ିଆ ଚଳଚ୍ଚିତ୍ର ଜଗତ। ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ନୂତନ ଫିଲ୍ମ ହଲ ନିର୍ମାଣ ଓ ଭଗ୍ନ ସିନେମା ହଲର ପୁନରୁଦ୍ଧାର ସହ ଓଡ଼ିଶା ଚଳଚ୍ଚିତ୍ର ପାଇଁ ସରକାର ଟିକସ ମୁକ୍ତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। 

ଏହି ଉତ୍ସବରେ ଜୀବନବ୍ୟାପୀ ସାଧନା ପାଇଁ ସହ ନିର୍ଦ୍ଦେଶକ ହରିହର ମିଶ୍ର, ଗୀତିକାର ଅନ୍ତର୍ଯ୍ୟାମୀ ମିଶ୍ର, ନିର୍ଦ୍ଦେଶକ ସଂଜୟ ନାୟକ, ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ଚଳଚ୍ଚିତ୍ର ସମୀକ୍ଷକ ଅଶୋକ ପାଲିତ, ନିର୍ଦ୍ଦେଶକ ନଟରାଜ ଦେବ ଗୋସ୍ୱାମୀ, ସଂଗୀତ ନିର୍ଦ୍ଦେଶକ ମହମ୍ମଦ ମୁସୀର ଓ ପ୍ରଶାନ୍ତ ପାଢ଼ୀ, ଲକ୍ଷ୍ମୀ ଟକିଜ୍ ପରିବାରର କୈଳାଶ ପାଣ୍ଡେ, ଶ୍ରୀ ଶ୍ରୀ ପତିତପାବନ ଚଳଚ୍ଚିତ୍ର ପରିବାରରୁ ଦେବୀପ୍ରସନ୍ନ ଗାଙ୍ଗୁଲି, ସିନ୍ଦୂର ବିନ୍ଦୁ ଚଳଚ୍ଚିତ୍ର ପରିବାରରୁ ପ୍ରସନ୍ନ ଗୁରୁ ଓ ରାଜକିଶୋର ପାତ୍ର, ଚିତ୍ରଶିଳ୍ପୀ ବୁଢା ମହାରଣାଙ୍କ ପୁତ୍ର ରବି ମହାରଣା, ଚିଲିକା ତୀରେ ପାଇଁ ଶ୍ୟାମଘନ ରାୟ ଚୌଧୁରୀଙ୍କ ପରିବାର, ଅଭିନେତ୍ରୀ ନୈନା, ଯୁବ ନିର୍ଦ୍ଦେଶକ ଅଶ୍ଵିନୀ ତ୍ରିପାଠୀ,ପୁଷ୍ପା ପଣ୍ଡା, ସଂଳାପକାର ଡକ୍ଟର ରଜନୀ ରଂଜନ, ଚଳଚ୍ଚିତ୍ର ପ୍ରଯୋଜକ ତପନ ଦାଶ , ଅଭିନେତ୍ରୀ ପ୍ରତିଭା ପଣ୍ଡା, ସହ-ନିର୍ଦ୍ଦେଶକ ପ୍ୟାରିମୋହନ ଦାଶ, ନିର୍ଦ୍ଦେଶକ ଦୀପକ୍ ଜେନା, ଗୀତିକାର ବଦ୍ରି ମିଶ୍ର, ଅଭିନେତା ଲକ୍ଷ୍ମୀଧର ପୂଜାପଣ୍ଡା, ଅଭିନେତା ବିଶ୍ଵନାଥ ମିଶ୍ର ଓ କଣ୍ଠଶିଳ୍ପୀ ରାଜେନ୍ଦ୍ର ମିଶ୍ରଙ୍କୁ ସମ୍ମାନିତ କରାଯାଇଛି।  ତେବେ ଏହି ସାଂସ୍କୃତିକ ମଞ୍ଚରେ ଆୟୋଜିତ କାର୍ଯ୍ଯକ୍ରମରେ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ,ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ ଜଗନ୍ନାଥ ପୂଜାପଣ୍ଡା ସାମନ୍ତ ଓ ରାଜକିଶୋର ପାତ୍ର ପ୍ରମୁଖ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।