Mahadev Betting App Scam: ମହାଦେବ ବେଟିଂ ଆପ୍ ମାମଲାରେ ଆଉ ଜଣେ ଅଭିନେତା ଗିରଫ
Advertisement
Article Detail0/zeeodisha/odisha2225474

Mahadev Betting App Scam: ମହାଦେବ ବେଟିଂ ଆପ୍ ମାମଲାରେ ଆଉ ଜଣେ ଅଭିନେତା ଗିରଫ

Sahil Khan: ବଲିଉଡ ଅଭିନେତା ସାହିଲ ଖାନ୍ ଗିରଫ ହୋଇଛନ୍ତି। ମହାଦେବ ବେଟିଂ ଆପ୍ ସ୍କାମ ମାମଲାରେ ଅଭିନେତାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ପଢନ୍ତୁ ପୂରା ଖବର...

Mahadev Betting App Scam: ମହାଦେବ ବେଟିଂ ଆପ୍ ମାମଲାରେ ଆଉ ଜଣେ ଅଭିନେତା ଗିରଫ

Sahil Khan: ବଲିଉଡ ଅଭିନେତା ସାହିଲ ଖାନ୍ ଗିରଫ ହୋଇଛନ୍ତି। ମହାଦେବ ବେଟିଂ ଆପ୍ ସ୍କାମ ମାମଲାରେ ଅଭିନେତାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଛତିଶଗଡରୁ ମୁମ୍ବାଇ ସାଇବଲ ସେଲ୍ ପୋଲିସ୍ ତାଙ୍କୁ ଧରିଛି। ଏବଂ  ଗତ କିଛି ଦିନ ତଳେ ମହାଦେବ ଆପ୍ ବେଟିଂ ସ୍କାମ ମାମଲାରେ କିଛି ଦିନ ପୂର୍ବରୁ ତାଙ୍କ ନାଁ ଉଠିଥିଲା । ଗିରଫ ଭୟରେ ସେ ଗତ କିଛି ଦିନ ପୂର୍ବରୁ ବମ୍ବେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ଜାମିନ୍ ନ ମିଳିବା ପରେ ସେ ମୁମ୍ବାଇ ଛାଡି ଚାଲିଯାଇଥିଲେ। ପ୍ରାୟ ୪୦ ଘଣ୍ଟା ଧରି ପୋଲିସ୍ ତାଙ୍କୁ ଖୋଜିବା ପରେ ଛତିଶଗଡରୁ ଗିରଫ କରିଥିଲାଯ ।  ସାହିଲ ଖାନ ବାରମ୍ବାର ନିଜର ସ୍ଥାନ ପରିବର୍ତ୍ତନ କରି ଚାଲିଥିଲେ ବୋଲି ଗିରଫ କରିଥିବା ଅଧିକାରୀ କହିଛନ୍ତି।

ALSO READ: New York Indian Film Festival: “ନ୍ୟୁୟର୍କ ଇଣ୍ତିଆନ୍ ଫିଲ୍ମ ଫେଷ୍ଟିଭାଲ” ପାଇଁ ମନୋନୀତ ହେଲା ୨ ଓଡ଼ିଆ ଫିଲ୍ମ

ଏହାପୂର୍ବରୁ ଗୁରୁବାର ମଧ୍ୟ ମହାଦେବ ବେଟିଂ ଆପ୍ ମାମଲାର ତଦନ୍ତ ପାଇଁ ମୁମ୍ବାଇ ପୋଲିସର କ୍ରାଇମ ଶାଖା ଦ୍ୱାରା ଗଠିତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ଅଭିନେତା ସାହିଲ ଖାନଙ୍କୁ ଚାରି ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲା। ବିଭାଗୀୟ  ଅଧିକାରୀ ଜଣକ କହିଛନ୍ତି ଯେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସାହିଲ୍ ରାତି ପ୍ରାୟ ୧ ଟାରେ ଏସଆଇଟି ନିକଟକୁ ଆସିଥିଲେ। ଏବଂ ତାଙ୍କର ବୟାନ୍ ରେକର୍ଡ କରିବା ପରେ ସେ ଅପରାହ୍ନ ୫ଟା ୩୦ ରେ ଫେରିଯାଇଥିଲେ। ଅଧିକାରୀଙ୍କ କହିବାନୁସାରେ, ସାହିଲ୍ ଖାନ୍ ଦାବି କରିଛନ୍ତି ଯେ,  ମହାଦେବ ବେଟିଂ ଆପ୍ ସ୍କାମ୍ ରେ ତାଙ୍କର କୌଣସି ହାତ ନାହିଁ। ମହାଦେବ ବ୍ୟାଟିଂ ଆପ୍ ମାମଲାର ଅନୁସନ୍ଧାନ କରୁଥିବାବେଳେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ୩୩ ଜଣଙ୍କ ବିରୋଧରେ ମୁମ୍ବାଇ ପୋଲିସ ପୃଥକ ମାମଲା ରୁଜୁ କରିଛି।