Accident News: ତପ୍ତପାଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା, ୧୨ ଶ୍ରମିକ ଆହତ
Advertisement
Article Detail0/zeeodisha/odisha2225477

Accident News: ତପ୍ତପାଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା, ୧୨ ଶ୍ରମିକ ଆହତ

Accident News: ଗଞ୍ଜାମ (Ganjam) ଜିଲ୍ଲା ତପ୍ତପାଣି ଘାଟିରେ (Taptapani Ghati) ମର୍ମନ୍ତୁଦ ଦୁର୍ଘଟଣା (Accident) । ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୨ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ଆଜି ସକାଳେ ଅଡବା ଥାନା କଟାମାରୁ ୧୨ ଜଣ ଶ୍ରମିକ ବ୍ରହ୍ମପୁର (Brahmapur) ଅଭିମୁଖେ ଯାଉଥିଲେ। ଏହି ସମୟରେ ତପ୍ତପାଣି (Taptapani) ବୁଲାଣିଆ ଘାଟିରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ି ତଳେ ୨ ଜଣ ଶ୍ରମିକ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିଲେ। ଅନ୍ୟ ଜଣେ ଶ୍ରମିକ ଏବେ ବି ଗାଡ଼ି ତଳେ ଚାପି ହୋଇ ରହିଛନ୍ତି। ତେବେ ଆହତ ହୋଇଥିବା ୧୨ ଶ୍ରମିକଙ୍କ ମଧ୍ଯରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଆହତମାନଙ୍କୁ ଦିଗପହଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପାଟପୁର ପୋଲିସ ଓ ମୋହନା ଓ ସାନ ଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Also Read- New York Indian Film Festival: “ନ୍ୟୁୟର୍କ ଇଣ୍ତିଆନ୍ ଫିଲ୍ମ ଫେଷ୍ଟିଭାଲ” ପାଇଁ ମନୋନୀତ ହେଲା ୨ ଓଡ଼ିଆ ଫିଲ୍ମ

Also Read- IFA Tablet: ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫଏ ଟାବଲେଟ୍