ବିଧାନସଭାରେ ଆଜି ସପ୍ତମ ଦିବସ: ପ୍ରଶ୍ନକାଳରେ ପଞ୍ଚାୟତିରାଜ ସହ ରହିଛି ୬ ବିଭାଗ
Advertisement
Article Detail0/zeeodisha/odisha1897782

ବିଧାନସଭାରେ ଆଜି ସପ୍ତମ ଦିବସ: ପ୍ରଶ୍ନକାଳରେ ପଞ୍ଚାୟତିରାଜ ସହ ରହିଛି ୬ ବିଭାଗ

ଭୁବନେଶ୍ୱର: ଆଜି  ଚଳିତ ବିଧାନସଭା ମୌସୁମୀ ଅଧିବେଶନର ୭ମ କାର୍ଯ୍ୟଦିବସ। ଆସନ୍ତା କାଲି ଅଧିବେଶନ ଶେଷ ହେଉଥିବାରୁ ଏହି ଦିନ ଅନେକ ଗୁରୁତ୍ୱପୂର୍ଣ୍ଣ। ଆଜି ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆଜି ପଞ୍ଚାୟତିରା ଓ ପାନୀୟ ଜଳ ବିଭାଗ ସହ ଗ୍ରାମାଞ୍ଚଳ ବିକାଶ, ଗୃହ ଓ ନଗର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଦକ୍ଷତା ବିକାଶ ଓ ପ୍ରଯୁକ୍

ବିଧାନସଭାରେ ଆଜି ସପ୍ତମ ଦିବସ: ପ୍ରଶ୍ନକାଳରେ ପଞ୍ଚାୟତିରାଜ ସହ ରହିଛି ୬ ବିଭାଗ

Odisha News: ଭୁବନେଶ୍ୱର: ଆଜି  ଚଳିତ ବିଧାନସଭା ମୌସୁମୀ ଅଧିବେଶନର ୭ମ କାର୍ଯ୍ୟଦିବସ। ଆସନ୍ତା କାଲି ଅଧିବେଶନ ଶେଷ ହେଉଥିବାରୁ ଏହି ଦିନ ଅନେକ ଗୁରୁତ୍ୱପୂର୍ଣ୍ଣ। ଆଜି ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆଜି ପଞ୍ଚାୟତିରା ଓ ପାନୀୟ ଜଳ ବିଭାଗ ସହ ଗ୍ରାମାଞ୍ଚଳ ବିକାଶ, ଗୃହ ଓ ନଗର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଶିକ୍ଷା ଏବଂ ଦୂଚନା ଓ ଲୋକସମ୍ପର୍କ ବିଭାଗ ଭଳି ୬ଟି ବିଭାଗର ପ୍ରଶ୍ନକୁ ଉତ୍ତର ପାଇଁ ଗ୍ରହଣ କରାଯିବ। 

ଦ୍ୱିତୀୟ ଦିବସଠାରୁ ଆରମ୍ଭ କରି ୫ ଦିନ ଯାଏ ଗୃହ ମଧ୍ୟରେ ହଟ୍ଟଗୋଳ, ମଧ୍ୟଭାଗରେ ପ୍ରତିବାଦ ପ୍ରଦର୍ଶନ, ବିରୋଧୀଙ୍କ ପ୍ରଶ୍ନବାଣ ଏବଂ ଶାସକ ଦଳର ଆକ୍ଷେପ ପ୍ରତ୍ୟାକ୍ଷେପ ହେତୁ ବିଧାନସଭା କାର୍ଯ୍ୟ ପରିଚାଳନାରେ ସମସ୍ୟା ଉପୁଜିଥିଲା। ଏଣୁ ବାଚସ୍ପତିଙ୍କୁ ବାରମ୍ବାର ଗୃହ କାର୍ଯ୍ୟକୁ ମୁଲତବୀ କରିବାକୁ ପଡ଼ିଥିଲା।  ବିରୋଧୀ ଦଳ  ବିଜେପି ପକ୍ଷରୁ  ବାଚସ୍ପତିଙ୍କ ପୋଡ଼ିୟମ୍‍ ଉପରକୁ ଡାଲି ଫିଙ୍ଗିବା ଭଳି ଅଶୋଭନୀୟ କାର୍ଯ୍ୟ ଦେଖିବାକୁ ମିଳିଥିଲା। ୟଏହାକୁ ନିୟନ୍ତ୍ରଣ କରିବା ଲାଗି ବାଚସ୍ପତିଙ୍କ ପକ୍ଷରୁ ଦୁଇଜଣ ବିଧାୟକ ମୋହନ ମାଝି ଏବଂ ମୁକେଶ ମହାଲିଙ୍ଗଙ୍କୁ ବିଧାନସଭାର ଅଧିବେଶନ ଶେଷ ଯାଏ ନିଲମ୍ବିତ କରାଯାଇଛି। ଏହାର ପ୍ରତିବାଦରେ ଶନିବାରଦିନ ବିଜେପି ବିଧାୟକମାନେ ଗୃହରେ ହଙ୍ଗାମା କରିଥିଲେ। ହେଲେ ଶୃଙ୍ଖଳା ଓ ସାମ୍ବିଧାନିକ ମର୍ଯ୍ୟାଦା କ୍ଷୁର୍ଣ୍ଣ ଅଭିଯୋଗରେ ଏହି ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବାକୁ ଚାହିଁ ନାହାନ୍ତି। 

ଆଜି ମଧ୍ୟ ଗୃହରେ ଏ ପ୍ରସଙ୍ଗ ପ୍ରଅଥମରୁ ଉଠିବା ସମ୍ଭାବନା ରହିଛି। ଏହା ହେଲେ ଆଜି ବି ପ୍ରଶ୍ନକାଳ ବ୍ୟାହତ ହୋଇପାରେ। ଏ ସରକାର ଗୁରୁତ୍ୱପୂର୍ଣ୍ଣ ବିଧେୟକସବୁ ଉପସ୍ଥାପନ କରି ଗୃହରେ ପାରିତ କରାଇଛନ୍ତି। ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‍ ମଧ୍ୟ ଗୃହୀତ ହୋଇଛି।