T20 World Cup 2024: ପ୍ରଶଂସକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କିପରି ମୋବାଇଲରେ ମାଗଣାରେ ଦେଖିପାରିବେ ବିଶ୍ୱକପ୍?
Advertisement

T20 World Cup 2024: ପ୍ରଶଂସକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କିପରି ମୋବାଇଲରେ ମାଗଣାରେ ଦେଖିପାରିବେ ବିଶ୍ୱକପ୍?

T20 World Cup 2024: ଭାରତୀୟ ଦଳ ୫ ଜୁନରୁ ଟି-୨୦ ବିଶ୍ୱକପ ୨୦୨୪ ରେ ନିଜର ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଆୟର୍ଲାଣ୍ଡ ଦଳକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହା ପରେ ୯ ଜୁନରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାଲା ଖେଳାଯିବ। 

 

T20 World Cup 2024

T20 World Cup 2024: ଟି-୨୦ ବିଶ୍ୱକପ୍ ୨୦୨୪ ଜୁନ୍ ୨ ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ୨ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ଆମେରିକା କାନାଡାକୁ ଭେଟିଥିବାବେଳେ ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପାପୁଆ ନ୍ୟୁ ଗିନି ସହିତ ମୁହାଁମୁହିଁ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜ୍ ମିଳିତ ଭାବେ ଟି-୨୦ ବିଶ୍ୱକପ୍ ୨୦୨୪ ଆୟୋଜନ କରୁଛି। ଏଥର ୨୦ଟି ଦଳ ଏହି ଟୁର୍ଣ୍ଣାମେଣ୍ଟ ଟାଇଟଲ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ସମୟରେ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ପ୍ରଶଂସକମାନେ ଡିଜନି ହଟଷ୍ଟାର ମାଧ୍ୟମରେ ମୋବାଇଲରେ ମାଗଣାରେ ବିଶ୍ୱକପ୍ ମ୍ୟାଚ୍ ଦେଖିପାରିବେ।

୫ ଜୁନରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ ଭାରତୀୟ ଦଳ 
ଭାରତୀୟ ଦଳ ୫ ଜୁନରୁ ଟି-୨୦ ବିଶ୍ୱକପ ୨୦୨୪ ରେ ନିଜର ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଆୟର୍ଲାଣ୍ଡ ଦଳକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହା ପରେ ୯ ଜୁନରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାଲା ଖେଳାଯିବ। ପ୍ରଶଂସକମାନେ ଉତ୍ସାହର ସହିତ ଏହି ମ୍ୟାଚକୁ ଅପେକ୍ଷା କରିଛନ୍ତି। ଏହି ଲଢ଼େଇ ନ୍ୟୁୟର୍କରେ ମଧ୍ୟ ହେବ। ଗ୍ରୁପ୍ ପର୍ଯ୍ୟାୟରେ, ଭାରତୀୟ ଦଳ ଜୁନ୍ ୧୨ ରେ ଆମେରିକା ବିପକ୍ଷରେ ତୃତୀୟ ମ୍ୟାଚ୍ ଓ ଜୁନ୍ ୧୫ ରେ କାନାଡା ବିପକ୍ଷରେ ଚତୁର୍ଥ ମ୍ୟାଚ୍ ଖେଳିବ।

୨୦ ଟି ଦଳ ମଧ୍ୟରେ ହେବ ମହା ସଂଘର୍ଷ
ଟି-୨୦ ବିଶ୍ୱକପ ୨୦୨୪ ରେ ୨୦ଟି ଦଳ ଭାଗ ନେଉଛନ୍ତି। ସମସ୍ତ ଦଳ ପ୍ରତ୍ୟେକ ୫ଟି ଗ୍ରୁଫରେ ବିଭକ୍ତ। ଭାରତୀୟ ଦଳ ଗ୍ରୁପ୍ ଏରେ ଅଛି। ଭାରତ ବ୍ୟତୀତ ଏହି ଗ୍ରୁଫରେ ପାକିସ୍ତାନ, ଆୟର୍ଲାଣ୍ଡ, କାନାଡା ଓ ଆମେରିକା ମଧ୍ୟ ସାମିଲ।

ଗ୍ରୁପ୍ ଏ: ଭାରତ, ପାକିସ୍ତାନ, ଆୟର୍ଲାଣ୍ଡ, କାନାଡା, ଆମେରିକା
ଗ୍ରୁପ୍ ବି: ଇଂଲଣ୍ଡ, ଅଷ୍ଟ୍ରେଲିଆ, ନାମିବିଆ, ସ୍କଟଲ୍ୟାଣ୍ଡ, ଓମାନ 
ଗ୍ରୁପ୍ ସି: ନ୍ୟୁଜିଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍, ଆଫଗାନିସ୍ତାନ, ଉଗାଣ୍ଡା, ପାପୁଆ ନ୍ୟୁ ଗିନି
ଗ୍ରୁପ୍ ଡି: ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ, ନେଦରଲ୍ୟାଣ୍ଡ, ନେପାଳ