Kumar Sangakkara On Hardik Pandya Captaincy: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ଏହି କ'ଣ କହିଗଲେ ସାଙ୍ଗାକାରା
Advertisement
trendingNow11507150

Kumar Sangakkara On Hardik Pandya Captaincy: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ଏହି କ'ଣ କହିଗଲେ ସାଙ୍ଗାକାରା

Kumar Sangakkara On Hardik Pandya Captaincy: କେବଳ ଏତିକି ନୁହେଁ, ଭାରତୀୟ ଦଳ ଚଳିତ ବର୍ଷ ଅଧିନାୟକ ଠାରୁ ଆରମ୍ଭ କରି ଖେଳାଳି ପର୍ଯ୍ୟନ୍ତ ପରିବର୍ତ୍ତନ ଜାରି ରଖିଥିଲା । ପ୍ରାୟ ପ୍ରତ୍ୟେକ ସିରିଜରେ ଦଳରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । କିନ୍ତୁ ବର୍ଷ ଶେଷ ସୁଦ୍ଧା ବାଂଲାଦେଶରେ ଚାଲିଥିବା ODI ସିରିଜରେ ପରାଜୟ ପରେ ଟିମ୍ ମ୍ୟାନେଜମେଣ୍ଟ ତଥା ଖେଳାଳି ଚୟନ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଏହି ସମୟରେ ଅଲଗା ଅଲଗା ଫର୍ମାଟ ପାଇଁ ଅଲଗା ଅଲଗା ଅଧିନାୟକ କରିବାର ଦାବି ଉଠିଛି ।

Kumar Sangakkara On Hardik Pandya Captaincy: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ଏହି କ'ଣ କହିଗଲେ ସାଙ୍ଗାକାରା

Kumar Sangakkara On Hardik Pandya Captaincy: ଭାରତୀୟ କ୍ରିକେଟ୍ ଦଳ (Indian Cricket Team) ପାଇଁ ୨୦୨୨ ବର୍ଷ ବିଶେଷ କିଛି ଖାସ୍ ନଥିଲା । ଚଳିତ ବର୍ଷ ଦ୍ୱିପାକ୍ଷିକ ସିରିଜରେ ଟିମ୍ ଇଣ୍ଡିଆ (Team India) ଚମତ୍କାର ପ୍ରଦର୍ଶନ କରିଥିଲା । ​​କିନ୍ତୁ ବଡ଼ ଟୁର୍ଣ୍ଣାମେଣ୍ଟରେ ବିଫଳ ରହିଥିଲା । କେବଳ ଏତିକି ନୁହେଁ, ଭାରତୀୟ ଦଳ ଚଳିତ ବର୍ଷ ଅଧିନାୟକ ଠାରୁ ଆରମ୍ଭ କରି ଖେଳାଳି ପର୍ଯ୍ୟନ୍ତ ପରିବର୍ତ୍ତନ ଜାରି ରଖିଥିଲା । ପ୍ରାୟ ପ୍ରତ୍ୟେକ ସିରିଜରେ ଦଳରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । କିନ୍ତୁ ବର୍ଷ ଶେଷ ସୁଦ୍ଧା ବାଂଲାଦେଶରେ ଚାଲିଥିବା ODI ସିରିଜ (India vs Bangladesh ODI Series) ରେ ପରାଜୟ ପରେ ଟିମ୍ ମ୍ୟାନେଜମେଣ୍ଟ ତଥା ଖେଳାଳି ଚୟନ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଏହି ସମୟରେ ଅଲଗା ଅଲଗା ଫର୍ମାଟ ପାଇଁ ଅଲଗା ଅଲଗା ଅଧିନାୟକ କରିବାର ଦାବି ଉଠିଛି ।

ଭାରତୀୟ ଦଳ ବର୍ତ୍ତମାନ ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷରେ ସୀମିତ ଓଭର ସିରିଜ୍ (India vs Sri Lanka T20 Series) ସହ ନୂଆ ବର୍ଷ ଆରମ୍ଭ କରିବାକୁ ଯାଉଛି ।  ଯେଉଁଥିପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ମଧ୍ୟ ଦୁଇଟି ଅଲଗା ଅଲଗା ଦଳ ଘୋଷଣା କରିଛି । ଟି-୨୦ ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ଅଧିନାୟକ କରାଯାଇଥିବାବେଳେ ରୋହିତ ଶର୍ମା (Rohit Sharma) ଙ୍କ ହାତରେ ଦିନିକିଆ ସିରିଜର କମାଣ ଦିଆଯାଇଛି । କେବଳ ଏତିକି ନୁହେଁ, ଉଭୟ ସିରିଜ ପାଇଁ ଅଲଗା ଅଲଗା ଉପ-ଅଧିନାୟକ ନିଯୁକ୍ତ କରାଯାଇଛି । ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କୁ ଟି-20ରେ ଉପ-ଅଧିନାୟକ କରାଯାଇଛି । ଅନ୍ୟପଟେ ଦିନିକିଆ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି ।

ତେବେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandy) ଏହା ପୂର୍ବରୁ ଅନେକ ସିରିଜରେ ଟିମ୍ ଇଣ୍ଡିଆର କମାଣ ନିଜ ହାତକୁ ନେଇସାରିଛନ୍ତି । ଚଳିତ ବର୍ଷ ସେ ପ୍ରଥମ ଥର ପାଇଁ ଆଇପିଏଲରେ ଗୁଜୁରାଟ ଟାଇଟାନ୍ସର ନେତୃତ୍ୱ ନେଇଥିଲେ ଓ ଆଇପିଏଲ ଟ୍ରଫି ଜିତିଥିଲେ । ଏହି ସମୟରେ ଶ୍ରୀଲଙ୍କାର ଭେଟେରାନ ତଥା ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା (Kumar Sangakkara) ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି ଓ ତାଙ୍କୁ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି ।

ଶ୍ରୀଲଙ୍କାର ଭାରତ ଗସ୍ତର ଆଧିକାରୀକ ପ୍ରସାରଣକାରୀ 'ଷ୍ଟାର୍ ସ୍ପୋର୍ଟସ୍' ଦ୍ୱାରା ଆୟୋଜିତ ଏକ ପାରସ୍ପରିକ କଥାବାର୍ତ୍ତା ସମୟରେ କୁମାର ସାଙ୍ଗାକାର (Kumar Sangakkara) ପିଟିଆଇକୁ କହିଛନ୍ତି ଯେ, "ଏଥିରେ କୌଣସି ସନ୍ଦେହ ନାହିଁ ଯେ ତାଙ୍କ ନେତୃତ୍ୱ ଉତ୍କୃଷ୍ଟ ଓ ଆମେ ସମସ୍ତେ ଆଇପିଏଲରେ ଏହା ଦେଖିଛୁ । ଏବେ ତାଙ୍କୁ ଜାତୀୟ ସ୍ତରରେ ନିଜର ଅଧିନାୟକତ୍ୱ ଦେଖାଇବାକୁ ପଡ଼ିବ । ଜଣେ ଭଲ ଲିଡର ହେବା ପାଇଁ ତାଙ୍କ ପାଖରେ ସମସ୍ତ ଗୁଣ ଅଛି । ତଥାପି, ଜଣେ ଲିଡର ହେବା ପାଇଁ ଅଧିନାୟକ ହେବା ଆବଶ୍ୟକ ନୁହେଁ ।" 

ଅଧିକ ପଢ଼ନ୍ତୁ:-ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ପୂର୍ବରୁ ହିଁ ଭବିଷ୍ୟବାଣୀ କରିଦେଇଥିଲେ ମା' ହୀରାବେନ

କୁମାର ସାଙ୍ଗାକାର (Kumar Sangakkara) ଆଗକୁ କହିଛନ୍ତି ଯେ, "ମୁଁ ଭାବୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ଜଣେ ଭଲ ଅଧିନାୟକ ହେବା ପାଇଁ ସମସ୍ତ ଗୁଣ ଅଛି । କିନ୍ତୁ ସବୁଠାରୁ କଷ୍ଟକର ବିଷୟ ହେଉଛି ତାଙ୍କ ଖେଳାଳୀଙ୍କୁ ଏକ ଦଳରେ ଏକାଠି ଖେଳିବା ପାଇଁ ଉତ୍ସାହିତ କରିବା, କଥା ହେବା ଏବଂ ପରିଚାଳନା କରିବା । ଅବଶିଷ୍ଟ ନିକଟମ ମ୍ୟାଚରେ ଅଧିନାୟକ କରିବା ଅଭିଜ୍ଞତା ସହିତ ଆସିବ ।" ସାଙ୍ଗକାରା ଟିମ୍ ଇଣ୍ଡିଆରେ ହେଉଥିବା ପରିବର୍ତ୍ତନ ବିଷୟରେ ମଧ୍ୟ କହିଥିଲେ ଓ ଏହି ପର୍ଯ୍ୟାୟ ଅପରିହାର୍ଯ୍ୟ ବୋଲି କହିଛନ୍ତି । ଏଥିପାଇଁ ଆପଣଙ୍କୁ ସର୍ବଦା ପ୍ରସ୍ତୁତ ରହିବାକୁ ପଡିବ । କିନ୍ତୁ ଏହା ପ୍ରଭାବଶାଳୀ ହେବା ପାଇଁ ଘରୋଇ କ୍ରିକେଟର ଖେଳାଳିମାନେ ଆସିବା ଜରୁରୀ ଅଟେ ।

Trending news