Ravindra Jadeja: ଟି-20 ବିଶ୍ୱକପ ମଝିରେ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର, ଆଘାତରୁ ସୁସ୍ଥ ହୋଇ ଫେରିଲେ ଏହି ବଡ଼ ମ୍ୟାଚ୍ ୱିନର
Advertisement
Article Detail0/zeeodisha/odisha1419524

Ravindra Jadeja: ଟି-20 ବିଶ୍ୱକପ ମଝିରେ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର, ଆଘାତରୁ ସୁସ୍ଥ ହୋଇ ଫେରିଲେ ଏହି ବଡ଼ ମ୍ୟାଚ୍ ୱିନର

Ravindra Jadeja: ଟିମ୍ ଇଣ୍ଡିଆକୁ ଏସିଆ କପ୍ ୨୦୨୨ ମଝିରେ ଏକ ଶକ୍ତ ଧକ୍କା ଲାଗିଥିଲା । ଟିମ୍ ଇଣ୍ଡିଆର ଦମଦାର୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ କାରଣରୁ ଦଳରୁ ବାଦ୍ ପଡ଼ିଥିଲେ । ଫଳରେ ରବିନ୍ଦ୍ର ଜାଡେଜା ଟି-୨୦ ବିଶ୍ୱକପ୍ ୨୦୨୨ରେ ମଧ୍ୟ ଟିମ୍ ଇଣ୍ଡିଆର ଅଂଶ ହୋଇପାରି ନଥିଲେ । 

Ravindra Jadeja: ଟି-20 ବିଶ୍ୱକପ ମଝିରେ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର, ଆଘାତରୁ ସୁସ୍ଥ ହୋଇ ଫେରିଲେ ଏହି ବଡ଼ ମ୍ୟାଚ୍ ୱିନର

Ravindra Jadeja: ଟି-20 ବିଶ୍ୱକପ ୨୦୨୨ ମଝିରେ ଭାରତୀୟ ଦଳ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଟିମ୍ ଇଣ୍ଡିଆର ଜଣେ ବଡ଼ ମ୍ୟାଚ୍ ୱିନର ଆଘାତରୁ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି । ଏହି ଖେଳାଳି ଟି-20 ବିଶ୍ୱକପ ୨୦୨୨ ପରେ ବାଂଲାଦେଶ ଗସ୍ତରେ ଭାରତୀୟ ଦଳରେ ସାମିଲ ହେବେ । ଆହତ ହେବା କାରଣ ଏହି ଖେଳାଳି ଟି-20 ବିଶ୍ୱକପ ୨୦୨୨ରେ ଭାରତୀୟ ଦଳର ଅଂଶ ହୋଇପାରି ନଥିଲେ । ଟିମ୍ ଇଣ୍ଡିଆକୁ ଏସିଆ କପ୍ ୨୦୨୨ ମଝିରେ ଏକ ଶକ୍ତ ଧକ୍କା ଲାଗିଥିଲା । ଟିମ୍ ଇଣ୍ଡିଆର ଦମଦାର୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ କାରଣରୁ ଦଳରୁ ବାଦ୍ ପଡ଼ିଥିଲେ । ଫଳରେ ରବିନ୍ଦ୍ର ଜାଡେଜା ଟି-୨୦ ବିଶ୍ୱକପ୍ ୨୦୨୨ରେ ମଧ୍ୟ ଟିମ୍ ଇଣ୍ଡିଆର ଅଂଶ ହୋଇପାରି ନଥିଲେ । 

କିନ୍ତୁ ବର୍ତ୍ତମାନ ରିବନ୍ଦ୍ର ଜାଡେଜା ପୁଣି ଥରେ ଦଳକୁ ଫେରିବ । ସେ ବାଂଲାଦେଶ ଗସ୍ତରେ ଟିମ୍ ଇଣ୍ଡିଆ ପାଇଁ ଖେଳୁ ଥିବାର ନଜରକୁ ଆସିବେ । ବାଂଲାଦେଶ ବିପକ୍ଷରେ ଖେଳା ଯିବାକୁ ଥିବା ଉଭୟ ଏକ ଦିବସୀୟ ଓ ଟେଷ୍ଟ ସିରିଜରେ ରବିନ୍ଦ୍ର ଜାଡେଜାଙ୍କୁ ସାମିଲ  କରାଯାଇଛି । ୩୩ ବର୍ଷୀୟ ରବିନ୍ଦ୍ର ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା । ଏସିଆ କପ୍ ୨୦୨୨ରେ ସେ କେବଳ ୨ଟି ମ୍ୟାଚ୍ ଖେଳିବା ପରେ ବାହାର ହୋଇଯାଇଥିଲେ । ଏହା ପରେ ତାଙ୍କର ଏହି ଆଘାତ ପାଇଁ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା । ସେବେଠାରୁ ସେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ରେ ଥିଲେ ।

ରବିନ୍ଦ୍ର ଜାଡେଜାଙ୍କ ପରି ଏକ ବଡ଼ ମ୍ୟାଚ୍ ୱିନର ଦଳକୁ ଫେରିବା ସମସ୍ତ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ସେ ଏସିଆ କପ୍ ୨୦୨୨ରେ ପାକିସ୍ତାନ ବିପକ୍ଷରେ ୨୯ଟି ବଲରେ ୩୫ ରନର ଇନିଂସ ଖେଳିଥିଲେ । ଏହି ମ୍ୟାଚରେ ରବିନ୍ଦ୍ର ଜାଡେଜା ଟିମ୍ ଇଣ୍ଡିଆର ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ । ଅନ୍ୟପକ୍ଷରେ ହଂକଂ ବିପକ୍ଷରେ ରବିନ୍ଦ୍ର ଜାଡେଜା ୪ ଓଭରରେ ୩.୭୫ ଏଭେରେଜରେ ମାତ୍ର ୧୫ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ ।

ଅଧିକ ପଢ଼ନ୍ତୁ:-ଭାରତୀୟ ଦଳ ଘୋଷଣା ପରେ ଭାଇରାଲ ହେଉଛି ପୃଥ୍ୱୀ ଶ'ଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ, ଦୁଃଖୀ ମନରେ କହିଲେ ଏହି ବଡ଼ କଥା

ଅଧିକ ପଢ଼ନ୍ତୁ:-ଖୁସି ଖବର: ୧୧୫ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର, ଜାଣନ୍ତୁ କ'ଣ ରହିଛି ନୂଆ ଦର

ଅଧିକ ପଢ଼ନ୍ତୁ:-ଟ୍ୱିଟର ୟୁଜର୍ସଙ୍କୁ ଝଟକା ଦେଲେ ଏଲୋନ୍ ମସ୍କ! ମାଗଣାରେ ମିଳିବନି ବ୍ଲୁ ଟିକ୍, ପ୍ରତି ମାସରେ ଦେବାକୁ ହେବ ଏତେ ହଜାର ଟଙ୍କା

ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବ । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।