Mohammed Shami Wife: ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ଖେଳାଳିଙ୍କ ପତ୍ନୀଙ୍କ ସହ ଚଳନ୍ତା ଟ୍ରେନରେ ଦୁର୍ବ୍ୟବହାର, ଚେକିଂ ଷ୍ଚାଫଙ୍କ ବିରୋଧରେ ଗୁରୁତର ଅଭିଯୋଗ
Advertisement

Mohammed Shami Wife: ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ଖେଳାଳିଙ୍କ ପତ୍ନୀଙ୍କ ସହ ଚଳନ୍ତା ଟ୍ରେନରେ ଦୁର୍ବ୍ୟବହାର, ଚେକିଂ ଷ୍ଚାଫଙ୍କ ବିରୋଧରେ ଗୁରୁତର ଅଭିଯୋଗ

Mohammed Shami Wife: ହସିନ୍ ଜାହାନ୍ ଓ ମହମ୍ମଦ ଶାମି ୨୦୧୪ ମସିହାରେ ବିବାହ କରିଥିଲେ । ଏହା ପରେ ୨୦୧୮ରେ ହସିନ୍ ଜାହାନ ଶାମିଙ୍କ ବିରୋଧରେ ଘରୋଇ ହିଂସା ଓ ମ୍ୟାଚ୍ ଫିକ୍ସିଂ ଭଳି ଅନେକ ଗୁରୁତର ଅଭିଯୋଗ ଆଣିଥିଲେ । ଦୁହେଁ ଅଲଗା ରୁହନ୍ତି ଓ ପରସ୍ପରକୁ ଛାଡପତ୍ର ଦେଇନାହାଁନ୍ତି ।

Mohammed Shami Wife: ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ଖେଳାଳିଙ୍କ ପତ୍ନୀଙ୍କ ସହ ଚଳନ୍ତା ଟ୍ରେନରେ ଦୁର୍ବ୍ୟବହାର, ଚେକିଂ ଷ୍ଚାଫଙ୍କ ବିରୋଧରେ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ: Mohammed Shami Wife: ଭାରତୀୟ କ୍ରିକେଟର ତଥା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ପତ୍ନୀ (Mohammed Shami Wife) ହସିନ ଜାହାନ (Mohammed Shami) ଶୁକ୍ରବାର ରେଳ ଟିକେଟ ଯାଞ୍ଚ କର୍ମଚାରୀ (TTE) ଙ୍କ ବିରୋଧରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଗୁରୁବାର ସେ ବିହାରରୁ କୋଲକାତା ଯାତ୍ରା କରୁଥିବା ସମୟରେ ତାଙ୍କ ସହ ଦୁର୍ବ୍ୟବହାର କରାଯାଇଛି । ହସିନ ଜାହାନଙ୍କ ଅନୁଯାୟୀ, ସେ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗଦେବା ପରେ ବିହାରରୁ କୋଲକାତା ଫେରୁଥିଲେ । ତାଙ୍କୁ କୋଲକାତା ଜୋଗବାନୀ ଏକ୍ସପ୍ରେସରେ ଏକ ଉପର ବର୍ଥ ମିଳିଥିଲା । ଅବଶ୍ୟ, ସେଠାରେ ଏକ ଖାଲି ନିମ୍ନ ବର୍ଥ ଥିଲା ଓ ସେ ଜଣେ ସାଥୀ ଯାତ୍ରୀଙ୍କ ଅନୁରୋଧ ପରେ ସେ ନିମ୍ନ ବର୍ଥକୁ ଶିଫ୍ଟ ହୋଇଗଲେ ।

ହସିନ ଜାହାନ ଆଗକୁ କହିଛନ୍ତି ଯେ, ପରେ ଗୁରୁବାର ବିଳମ୍ବିତ ରାତିରେ ମାଲଦା ଷ୍ଟେସନ ନିକଟରେ ଏକ ଟିକେଟ୍ ଯାଞ୍ଚ କର୍ମଚାରୀ ପହଞ୍ଚି ତାଙ୍କ ସହ ଦୁର୍ବ୍ୟବହାର କରିବା ଆରମ୍ଭ କଲେ । କର୍ମଚାରୀ ମଧ୍ୟ ତାଙ୍କ ମୋବାଇଲ୍ ଫୋପାଡି ଦେଇଥିଲେ । ପରେ ସେ ଫରାକ୍କା ରେଳ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏଠାରେ କହି ରଖୁଛୁ ଯେ, ହସିନ୍ ଜାହାନ୍ ଓ ମହମ୍ମଦ ଶାମି ୨୦୧୪ ମସିହାରେ ବିବାହ କରିଥିଲେ । ଏହା ପରେ ୨୦୧୮ରେ ହସିନ୍ ଜାହାନ ଶାମିଙ୍କ ବିରୋଧରେ ଘରୋଇ ହିଂସା ଓ ମ୍ୟାଚ୍ ଫିକ୍ସିଂ ଭଳି ଅନେକ ଗୁରୁତର ଅଭିଯୋଗ ଆଣିଥିଲେ । ଦୁହେଁ ଅଲଗା ରୁହନ୍ତି ଓ ପରସ୍ପରକୁ ଛାଡପତ୍ର ଦେଇନାହାଁନ୍ତି ।

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମା ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ହିଁ ସ୍ଥିର କରିନେଇଛନ୍ତି ଚୂଡ଼ାନ୍ତ ଏକାଦଶ, ଏହି ଖେଳାଳିଙ୍କ କଟିଲା ପତା!

ଅଧିକ ପଢ଼ନ୍ତୁ:-'ବିରାଟ କୋହଲିଙ୍କୁ ଗିରଫ କର', ଜଣେ ବ୍ୟକ୍ତିଙ୍କ ହତ୍ୟା ପରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ଗିରଫ କରିବାକୁ ଦାବି

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ସବୁଠାରୁ ଖତରନାକ୍ ହେବ ଏହି ଦଳ, ଟିମ୍ ଇଣ୍ଡିଆକୁ ରହିବାକୁ ପଡ଼ିବ ବହୁତ ସତର୍କ

ବିଗତ କିଛି ସମୟ ଧରି ଇନଷ୍ଟାଗ୍ରାମରେ ହସିନ ଜାହାନ ବହୁତ ସକ୍ରିୟ ଅଛନ୍ତି । ସେ ଇନଷ୍ଟାଗ୍ରାମରେ ନିଜର ସର୍ବଶେଷ ଫଟୋ ଓ ଭିଡିଓ ସେୟାର୍ କରୁଛନ୍ତି । ହସିନ୍ ଜାହାନ୍ ଓ ଶାମି ୨୦୧୪ରେ ବିବାହ କରିଥିଲେ । ବିବାହର ଚାରି ବର୍ଷ ପରେ ସେମାନଙ୍କ ସଂପର୍କରେ ମତଭେଦ ଦେଖାଦେଇଥିଲା । ୨୦୧୮ରେ ଘରୋଇ ହିଂସା ଓ ମ୍ୟାଚ୍ ଫିକ୍ସିଂ ସମେତ ହସିନ ଜାହାନ ଶାମିଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ । ନିକଟ ଅତୀତରେ ଟି-20 ବିଶ୍ୱକପ ପାଇଁ ଶାମିଙ୍କୁ ଭାରତର ମୁଖ୍ୟ ଦଳରେ ସାମିଲ କରାଯାଇଛି । ସେ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ବିଶ୍ୱକପ ଦଳରେ ସ୍ଥାନ ପାଇଛନ୍ତି ।

ଏଠାରେ କହି ରଖୁଛୁ ଯେ, ବର୍ତ୍ତମାନ ସମୟରେ ମହମ୍ମଦ ଶାମି ଟି-20 ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ମହମ୍ମଦ ଶାମି ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୬୦ଟି ଟେଷ୍ଟ ମ୍ୟାଚ୍, ୮୨ଟି ଏକ ଦିବସୀୟ ଏବଂ ୧୭ଟି ଟି-20 ମ୍ୟାଚ୍ ଖେଳିଛନ୍ତି ।