KL Rahul Athiya Shetty Wedding: ରାହୁଲ-ଆଥିଆଙ୍କ ବାହାଘରକୁ କାହିଁକି ଗଲେ ନାହିଁ ବିରାଟ-ଅନୁଷ୍କା, ସାମ୍ନାକୁ ଆସିଲା ବଡ଼ କାରଣ
Advertisement

KL Rahul Athiya Shetty Wedding: ରାହୁଲ-ଆଥିଆଙ୍କ ବାହାଘରକୁ କାହିଁକି ଗଲେ ନାହିଁ ବିରାଟ-ଅନୁଷ୍କା, ସାମ୍ନାକୁ ଆସିଲା ବଡ଼ କାରଣ

KL Rahul Athiya Shetty Wedding: ସୋମବାର ଅର୍ଥାତ ଜାନୁଆରୀ ୨୩ରେ ଦୁହେଁ ଖଣ୍ଡଲାର ସୁନୀଲ ଶେଟ୍ଟୀଙ୍କ ଫାର୍ମହାଉସରେ ବିବାହ ବନ୍ଧନରେ ବାନ୍ଧ ହୋଇଛନ୍ତି । ବର୍ତ୍ତମାନ ଉଭୟ ପତି-ପତ୍ନୀ ହୋଇଯାଇଛନ୍ତି । ଅନେକ ଭିଆଇପି ଅତିଥି ବିବାହ ଉତ୍ସବରେ ଯୋଗ ଦେଇଥିଲେ, କିନ୍ତୁ ଏହି ସମୟରେ ବିରାଟ କୋହଲି  ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏହି କାର୍ଯ୍ୟକ୍ରମରେ ପହଞ୍ଚିପାରିନଥିଲେ । 

KL Rahul Athiya Shetty Wedding: ରାହୁଲ-ଆଥିଆଙ୍କ ବାହାଘରକୁ କାହିଁକି ଗଲେ ନାହିଁ ବିରାଟ-ଅନୁଷ୍କା, ସାମ୍ନାକୁ ଆସିଲା ବଡ଼ କାରଣ

KL Rahul Athiya Shetty Wedding: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ତଥା ଟେଷ୍ଟ ଦଳର ଉପ-ଅଧିନାୟକ କେ.ଏଲ୍ ରାହୁଲ (KL Rahul) ଓ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ (Athiya Shetty) ସାତ ଜନ୍ମର ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ସୋମବାର ଅର୍ଥାତ ଜାନୁଆରୀ ୨୩ରେ ଦୁହେଁ ଖଣ୍ଡଲାର ସୁନୀଲ ଶେଟ୍ଟୀଙ୍କ ଫାର୍ମହାଉସରେ ବିବାହ ବନ୍ଧନରେ ବାନ୍ଧ ହୋଇଛନ୍ତି । ବର୍ତ୍ତମାନ ଉଭୟ ପତି-ପତ୍ନୀ ହୋଇଯାଇଛନ୍ତି । ଅନେକ ଭିଆଇପି ଅତିଥି ବିବାହ ଉତ୍ସବରେ ଯୋଗ ଦେଇଥିଲେ, କିନ୍ତୁ ଏହି ସମୟରେ ବିରାଟ କୋହଲି (Virat Kohli) ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା (Anushka Sharma) ଏହି କାର୍ଯ୍ୟକ୍ରମରେ ପହଞ୍ଚିପାରିନଥିଲେ । ଏହା ବ୍ୟତୀତ ରୋହିତ ଶର୍ମା (Rohit Sharma) ଓ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ସମେତ ଟିମ୍ ଇଣ୍ଡିଆ (Team India) ର ଅନ୍ୟ ଷ୍ଟାର୍ ଖେଳାଳି ମଧ୍ୟ ବିବାହ ଉତ୍ସବରେ ପହଞ୍ଚି ନଥିଲେ ।

ଉଭୟ କେ.ଏଲ୍ ରାହୁଲ  (KL Rahul) ଓ ବିରାଟ କୋହଲି (Virat Kohli) ଟିମ୍ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଓ କ୍ରିକେଟର ସମସ୍ତ ଫର୍ମାଟରେ ଏକାଠି ଖେଳୁଥିବା ଦେଖିବାକୁ ମିଳିଛି । କ୍ରିକେଟ୍ ପଡ଼ିଆରେ ତଥା ପଡ଼ିଆ ବାହାରେ କେ.ଏଲ୍ ରାହୁଲ ଓ ବିରାଟ କୋହଲିଙ୍କ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଏହା ସହିତ ଆଥିଆ ଶେଟ୍ଟି (Athiya Shetty) ଓ ଅନୁଷ୍କା ଶର୍ମା (Anushka Sharma) ଙ୍କର ମଧ୍ୟରେ ଭଲ ସମ୍ପର୍କ ଅଛି । ଅନେକ ସମୟରେ ଏକାଠି ଦେଖିବାକୁ ମିଳିଥିଲା, କିନ୍ତୁ ଏହା ସତ୍ତ୍ୱେ ସେମାନେ କେ.ଏଲ୍ ରାହୁଲ ଓ ଆଥିଆଙ୍କ ବିବାହ ସମାରୋହରେ ଯୋଗ ଦେଇନଥିଲେ ।

ଏଠାରେ କହି ରଖୁଛୁ ଯେ, ବିରାଟ କୋହଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ଖେଳିବା ପାଇଁ ଭାରତୀୟ ଦଳ ସହିତ ଇନ୍ଦୌରରେ ଥିଲେ । ଏହି କାରଣରୁ ସେ କେ.ଏଲ୍ ରାହୁଲଙ୍କ ବିବାହରେ ପହଞ୍ଚିପାରି ନାହାଁନ୍ତି । କୋହଲିଙ୍କ ବ୍ୟତୀତ ରୋହିତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳିମାନେ ମଧ୍ୟ ସମାନ କାରଣରୁ ବିବାହରେ ପହଞ୍ଚି ନଥିଲେ । ଆପଣଙ୍କୁ କହି ରଖୁଛୁ ଯେ, ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ODI ମ୍ୟାଚ୍ ଗତକାଲି ଅର୍ଥାତ ଜାନୁୟାରୀ ୨୪ ଇନ୍ଦୌରରେ ଖେଳା ଯାଇଥିଲା ।

ଡିଏନ୍ଏ ରିପୋର୍ଟ ଅନୁଯାୟୀ, ବିରାଟ କୋହଲି (Virat Kohli) ଙ୍କ ପରି  ଅନୁଷ୍କା ଶର୍ମା (Anushka Sharma) ମଧ୍ୟ କାମ ଯୋଗୁଁ କେ.ଏଲ୍ ରାହୁଲ (KL Rahul) ଓ ଆଥିଆ ଶେଟ୍ଟୀ (Athiya Shetty) ଙ୍କ ବାହାଘରରେ ପହଞ୍ଚିପାରିନଥିଲେ । କୁହାଯାଉଛି ଯେ ସୋମବାର ଅନୁଷ୍କା ମୁମ୍ବାଇର ସ୍ଲୁର୍ପ ଫାର୍ମର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା, ​​ଯେଉଁଥିରେ ସେ ଟଙ୍କା ନିବେଶ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ସ୍କିମକୁ ନେଇ ଆସିଲା ବଡ଼ ଅପଡେଟ୍: ସରକାର ପ୍ରସ୍ତୁତ, ନେଇପାରନ୍ତି ବଡ଼ ପଦକ୍ଷେପ

ଅଧିକ ପଢ଼ନ୍ତୁ:-ଶୁଭମାନ ଗିଲ ନୁହଁନ୍ତି ବରଂ ଏହି ଖେଳାଳିଙ୍କ ପ୍ରଶଂସକ ହେଲେ ରୋହିତ ଶର୍ମା, ଦେଲେ ସିରିଜ ବିଜୟର ସମସ୍ତ ଶ୍ରେୟ

ଅଧିକ ପଢ଼ନ୍ତୁ:-ବାଲାକୋଟ ଷ୍ଟ୍ରାଇକ ପରେ ଭାରତ ଉପରେ ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିଲା ପାକିସ୍ତାନ!

 

ସେପଟେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେଏଲ ରାହୁଲ (KL Rahul) ଓ ଆଥିଆ ଶେଟ୍ଟି (Athiya Shetty) ସେମାନଙ୍କ କମିଟମେଣ୍ଟ ଓ ବ୍ୟସ୍ତବହୁଳ କାର୍ଯ୍ୟ ଯୋଗୁଁ ହନିମୁନ ଯିବା ପ୍ଲାନକୁ ବାତିଲ କରିଛନ୍ତି । ଏହି ହନିମୁନ୍ ପ୍ଲାନ ମେ ମାସରେ କରାଯାଇପାରେ । ଏହାର କାରଣ ହେଉଛି କେ.ଏଲ୍ ରାହୁଲଙ୍କ କାର୍ଯ୍ୟସୂଚୀ ବହୁତ ପ୍ୟାକ୍ ରହିଛି । ଏଠାରେ କହି ରଖୁଛୁ ଯେ, କେ.ଏଲ୍ ରାହୁଲଙ୍କୁ ଫେବୃଆରୀ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ୍ ଖେଳିବାର ଅଛି । ଏହି ସିରିଜ୍ ପାଇଁ ବିସିସିଆଇ ଦଳ ଘୋଷଣା କରିଛି, ଯେଉଁଥିରେ କେଏଲ ରାହୁଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ନାଗପୁରରେ ଫେବୃଆରୀ ୯ରୁ ୧୩ ମଧ୍ୟରେ ଖେଳାଯିବ ।