KL Rahul Athiya Shetty Wedding: କେଏଲ ରାହୁଲ ଓ ଆଥିଆ ଶେଟ୍ଟୀଙ୍କ ବାହାଘରକୁ ନେଇ ପାକିସ୍ତାନରେ ହଙ୍ଗାମା, ଜାଣନ୍ତୁ ପୂରା ଘଟଣା
Advertisement

KL Rahul Athiya Shetty Wedding: କେଏଲ ରାହୁଲ ଓ ଆଥିଆ ଶେଟ୍ଟୀଙ୍କ ବାହାଘରକୁ ନେଇ ପାକିସ୍ତାନରେ ହଙ୍ଗାମା, ଜାଣନ୍ତୁ ପୂରା ଘଟଣା

KL Rahul Athiya Shetty Wedding: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ପାକିସ୍ତାନର ଜାତୀୟ ଟେଲିଭିଜନରେ ଦୁଇଜଣ ଆଙ୍କର୍ କେ.ଏଲ୍ ରାହୁଲ ଓ ଆଥିଆ ଶେଟ୍ଟୀଙ୍କ ବାହାଘରରେ ମିଳିଥିବା ଉପହାରର ତାଲିକା କହୁଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ସେମାନେ ଉପହାରର ମୂଲ୍ୟକୁ ପାକିସ୍ତାନୀ ମୁଦ୍ରାରେ ପରିବର୍ତ୍ତିତ କରୁଥିଲେ...

KL Rahul Athiya Shetty Wedding: କେଏଲ ରାହୁଲ ଓ ଆଥିଆ ଶେଟ୍ଟୀଙ୍କ ବାହାଘରକୁ ନେଇ ପାକିସ୍ତାନରେ ହଙ୍ଗାମା, ଜାଣନ୍ତୁ ପୂରା ଘଟଣା

KL Rahul Athiya Shetty Wedding: ଭାରତୀୟ କ୍ରିକେଟର କେ.ଏଲ ରାହୁଲ (KL Rahul) ଓ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ (Athiya Shetty) ଙ୍କ ବାହାଘର ମହାରାଷ୍ଟ୍ରର ଖଣ୍ଡାଲାରେ ହୋଇଥାଇପାରେ, କିନ୍ତୁ ସେମାନଙ୍କ ବାହାଘରର ବ୍ୟାଣ୍ଡ-ବାଜାର ଶବ୍ଦ ପାକିସ୍ତାନର ସୋସିଆଲ ମିଡିଆରେ ଶୁଣିବାକୁ ମିଳୁଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ପାକିସ୍ତାନର ଜାତୀୟ ଟେଲିଭିଜନରେ ଦୁଇଜଣ ଆଙ୍କର୍ ( Pakistan News Anchors) କେ.ଏଲ୍ ରାହୁଲ ଓ ଆଥିଆ ଶେଟ୍ଟୀଙ୍କ ବାହାଘରରେ ମିଳିଥିବା ଉପହାର (KL Rahul Athiya Shetty Wedding Gifts) ର ତାଲିକା କହୁଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ସେମାନେ ଉପହାରର ମୂଲ୍ୟକୁ ପାକିସ୍ତାନୀ ମୁଦ୍ରାରେ ପରିବର୍ତ୍ତିତ କରୁଥିଲେ ଓ ଚକିତ ହୋଇଯାଇଥିଲେ କି କିପରି ଏତେ ମୂଲ୍ୟବାନ ଗିଫ୍ଟ କେମିତି ମିଳିପାରେ ।

ପ୍ରକୃତରେ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ (Sunil Shetty) ଙ୍କ ଝିଅ ଆଥିଆ ଶେଟ୍ଟୀଙ୍କ ବାହାଘର (Athiya Shetty Wedding ) ପରେ ତାଙ୍କୁ ଭାରତୀୟ କ୍ରିକେଟର ବିରାଟ କୋହଲି (Virat Kohli), ପୂର୍ବତନ ଅଧିନାୟକ ଏମଏସ ଧୋନି (MS Dhoni), ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ (Salman Khan) ଙ୍କ ଦ୍ୱାରା ମହଙ୍ଗା ଉପହାର ଦିଆଯାଇଥିବା ଖବର ଆସିଥିଲା । ତେବେ ପରେ ଉଭୟଙ୍କ ପରିବାର ଭାଇରାଲ ହେଉଥିବା ଖବରର ସତ୍ୟତା ବିଷୟରେ କହିଥିଲେ । ସେପଟେ ପାକିସ୍ତାନରେ ଭାଇରାଲ ହୋଇଥିବା ଭିଡିଓରେ ଆଙ୍କର୍ ହୁମା ଆମିର ଶାହା (Huma Aamir Shah) ଓ ଅବଦୁଲ୍ଲା ସୁଲତାନ (Abdullah Sultan) କହିଛନ୍ତି ଯେ, କେ.ଏଲ୍ ରାହୁଲ ଓ ଆଥିଆଙ୍କୁ ନିଜେ ସୁନୀଲ ଶେଟ୍ଟିଙ୍କ ଦ୍ୱାରା ୫୦ କୋଟି ଟଙ୍କା ମୂଲ୍ୟର ଏକ ଉପହାର ଦିଆଯାଇଛି, ଯାହାର ମୂଲ୍ୟ ପାକିସ୍ତାନରେ ପ୍ରାୟ ୧.୫ ବିଲିୟନ ଟଙ୍କା ହେବ ।

ଏହା ପରେ ସେମାନେ କହିଛନ୍ତି ଯେ, ସଲମାନ ଖାନ ଏହି ଦମ୍ପତିଙ୍କୁ ଏକ କୋଟି ୬୪ ଲକ୍ଷ ମୂଲ୍ୟର ବିଳାସପୂର୍ଣ୍ଣ କାର ଉପହାର ଦେଇଛନ୍ତି । ଅବଶ୍ୟ, ଏଠାରେ ହୁମା ୫୦ କୋଟିକୁ ୫ କୋଟି ଓ ଏକ କୋଟି ୬୪ ଲକ୍ଷକୁ ୬୨ ଲକ୍ଷ ବୋଲି କହିଛନ୍ତି, ଯେଉଁଥିରେ ଅବଦୁଲ୍ଲା କହିଛନ୍ତି ଯେ, ଆପଣ ମୂଲ୍ୟ ସହ ଗଡ଼ବଡ଼ି କରୁଛନ୍ତି । ଏହା ଉପରେ ହୁମା କୁହନ୍ତି ଯେ ମୁଁ କଣ କରିବି, ମୁଁ ଏତେ ମୂଲ୍ୟବାନ ଉପହାର ଶୁଣି, ମୋର ତ ହୋସ୍ ଉଡ଼ିଯାଇଛି ।

ଅଧିକ ପଢ଼ନ୍ତୁ-ଅନ୍ତିମ ସଂସ୍କାରର ପାଉଁଶ ବି ଛାଡ଼ନ୍ତିନି, ସୁପ୍ ତିଆରି କରି ପିଅନ୍ତି ଏଠାକାର ଲୋକ!

ଅଧିକ ପଢ଼ନ୍ତୁ-କିଏ ସେ ପିଏମ ମୋଦିଙ୍କ ଗୁରୁ, ଯାହାଙ୍କ ଦର୍ଶନ କରିବାକୁ ପହଞ୍ଚିଲେ ବିରାଟ କୋହଲି ଓ ଅନୁଷ୍କା ଶର୍ମା

ଅଧିକ ପଢ଼ନ୍ତୁ-ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍​

 

ଏହି ସମୟରେ ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ସଲମାନ ଖାନ ବିବାହିତ ନୁହଁନ୍ତି ଓ ତାଙ୍କୁ ମଧ୍ୟ ଜଣା ନାହିଁ କି ତାଙ୍କ ବାହାଘରରେ କ'ଣ ଉପହାର ମିଳିବ । ଏହା ସହିତ ସେମାନେ ପ୍ରଥା ବିଷୟରେ କୁହନ୍ତି ଯାହା ପ୍ରାୟତଃ ଲୋକମାନେ ଏତେ ମୂଲ୍ୟର ଉପହାର ଦିଅନ୍ତି, ଯାହା ତାଙ୍କୁ ମିଳିଥାଏ । ଏହା ସହିତ ଅର୍ଜୁନ କପୁର ଓ ଜ୍ୟାକି ଶ୍ରଫ୍ ମଧ୍ୟ ମହଙ୍ଗା ଉପହାର ଦେଇଛନ୍ତି ବୋଲି କୁହାଯାଉଛି । ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ଓ ଲୋକମାନେ ବହୁତ କୌତୁହଳପୂର୍ଣ୍ଣ ତଥା ରୋଚକ ମନ୍ତବ୍ୟ ଦେଇ ମଜା ନେଉଛନ୍ତି ।