KL Rahul Athiya Shetty Honeymoon: ହନିମୁନ୍‌ରେ କେବେ ଓ କେଉଁଠି ଯିବେ ରାହୁଲ-ଆଥିଆ? ଫ୍ୟାନ୍ସଙ୍କୁ ବାହାଘରର ରିସେପସନର ବି ରହିଛି ଅପେକ୍ଷା
Advertisement

KL Rahul Athiya Shetty Honeymoon: ହନିମୁନ୍‌ରେ କେବେ ଓ କେଉଁଠି ଯିବେ ରାହୁଲ-ଆଥିଆ? ଫ୍ୟାନ୍ସଙ୍କୁ ବାହାଘରର ରିସେପସନର ବି ରହିଛି ଅପେକ୍ଷା

KL Rahul Athiya Shetty Honeymoon:  କେ.ଏଲ୍ ରାହୁଲଙ୍କୁ ଫେବୃଆରୀ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ୍ ଖେଳିବାର ଅଛି । ଏହି ସିରିଜ୍ ପାଇଁ ବିସିସିଆଇ ଦଳ ଘୋଷଣା କରିଛି, ଯେଉଁଥିରେ କେଏଲ ରାହୁଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । 

KL Rahul Athiya Shetty Honeymoon: ହନିମୁନ୍‌ରେ କେବେ ଓ କେଉଁଠି ଯିବେ ରାହୁଲ-ଆଥିଆ? ଫ୍ୟାନ୍ସଙ୍କୁ ବାହାଘରର ରିସେପସନର ବି ରହିଛି ଅପେକ୍ଷା

KL Rahul Athiya Shetty Honeymoon: ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲ (KL Rahul) ଓ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ (Athiya Shetty) ଗତକାଲି (ସୋମବାର) ଅର୍ଥାତ  ଜାନୁଆରୀ ୨୩ରେ ବିବାହ ବନ୍ଧନରେ ବନ୍ଧା ହୋଇଛନ୍ତି । ଏହି ବାହାଘର ଆଥିଆଙ୍କ ବାପା ତଥା ଅଭିନେତା ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ଫାର୍ମହାଉସରେ ହୋଇଥିଲା । ଏହି ବାହାଘରରେ ପ୍ରାୟ ୧୦୦ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିଲା । କେ.ଏଲ୍ ରାହୁଲ ଓ ଆଥିଆ ଶେଟ୍ଟୀଙ୍କ ବିବାହ ପରେ କେବଳ ରିସେପ୍ସନ୍ ନୁହେଁ ହନିମୁନ (KL Rahul Athiya Shetty Honeymoon) କୁ ମଧ୍ୟ ସ୍ଥଗିତ ରଖାଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେଏଲ ରାହୁଲ (KL Rahul) ଓ ଆଥିଆ ଶେଟ୍ଟି (Athiya Shetty) ସେମାନଙ୍କ କମିଟମେଣ୍ଟ ଓ ବ୍ୟସ୍ତବହୁଳ କାର୍ଯ୍ୟ ଯୋଗୁଁ ହନିମୁନ ଯିବା ପ୍ଲାନକୁ ବାତିଲ କରିଛନ୍ତି । ଏହି ହନିମୁନ୍ ପ୍ଲାନ ମେ ମାସରେ କରାଯାଇପାରେ । ଏହାର କାରଣ ହେଉଛି କେ.ଏଲ୍ ରାହୁଲଙ୍କ କାର୍ଯ୍ୟସୂଚୀ ବହୁତ ପ୍ୟାକ୍ ରହିଛି । ଏଠାରେ କହି ରଖୁଛୁ ଯେ, କେ.ଏଲ୍ ରାହୁଲଙ୍କୁ ଫେବୃଆରୀ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ୍ ଖେଳିବାର ଅଛି । ଏହି ସିରିଜ୍ ପାଇଁ ବିସିସିଆଇ ଦଳ ଘୋଷଣା କରିଛି, ଯେଉଁଥିରେ କେଏଲ ରାହୁଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ନାଗପୁରରେ ଫେବୃଆରୀ ୯ରୁ ୧୩ ମଧ୍ୟରେ ଖେଳାଯିବ ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ (IND vs AUS Test Series) ପରେ କେ.ଏଲ୍ ରାହୁଲ (KL Rahul) ଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ରେ ମଧ୍ୟ ଖେଳିବାର ଅଛି । କେଏଲ ରାହୁଲ ଆଇପିଏଲରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ଦଳର ଅଧିନାୟକ ଅଛନ୍ତି । ଏହି ଆଇପିଏଲ୍ ମାର୍ଚ୍ଚ ଶେଷରୁ ମେ'ର ପ୍ରାରମ୍ଭିକ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ । ଏହି କାରଣରୁ କେଏୱ ରାହୁଲ ଆସନ୍ତା ତିନିମାସ ପାଇଁ ବହୁତ ବ୍ୟସ୍ତ ରହିବାକୁ ଯାଉଛନ୍ତି ।

ଅନ୍ୟପଟେ ଆଥିଆ ଶେଟ୍ଟୀ (Athiya Shetty) ନିକଟ ଅତୀତରେ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ କରିଛନ୍ତି । ଏଭଳି ପରିସ୍ଥିତିରେ ସେ ମଧ୍ୟ ବ୍ୟସ୍ତ ଅଛନ୍ତି । ଯଦି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ ତେବେ ରାହୁଲ ଓ ଆଥିଆ ହନିମୁନ୍ ପାଇଁ ୟୁରୋପ ଯିବେ । ଏଥି ସହ ଆଥିଆଙ୍କ ବାପା ତଥା ବଲିଉଡର ଭେଟେରାନ ସୁନୀଲ ଶେଟ୍ଟୀ କହିଛନ୍ତି ଯେ, ବିବାହ ପରେ ଏକ ବଡ଼ ରିସେପ୍ସନ ମଧ୍ୟ ଅନୁଷ୍ଠିତ ହେବ । କିନ୍ତୁ ଏହି ରିସେପ୍ସନ୍ ଆଇପିଏଲ୍ ପରେ ଅନୁଷ୍ଠିତ ହେବ ।

ଅଧିକ ପଢ଼ନ୍ତୁ:-ଭୋଡାଫୋନ୍-ଆଇଡିଆ କମ୍ପାନୀ ହେବାକୁଯାଉଛି ବନ୍ଦ? କମ୍ପାନୀ ରଖିଲା ପ୍ରତିକ୍ରିୟା

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଲାଗୁ ହେଲା ପୁରୁଣା ପେନସନ ସ୍କିମ୍, ବର୍ତ୍ତମାନ ମିଳିବ ଏହି ବଡ଼ ଲାଭ!

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଅଧିନାୟକତ୍ୱରୁ ରୋହିତ ଶର୍ମାଙ୍କ ହେବ ଛୁଟି? କୋଚ୍ ରାହୁଲ ଦ୍ରାବିଡ କଲେ ଏହି ବଡ଼ ଖୁଲାସା

ସୁନୀଲ ଶେଟ୍ଟୀଙ୍କ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ତାଙ୍କ ପୁଅ ଅହାନଙ୍କ ସହ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାର ନଜରକୁ ଆସିଛନ୍ତି । ଏହି ସମୟରେ ସୁନୀଲ ଶେଟ୍ଟୀ ଅନେକ କଥା କହୁଥିବାର ଦେଖାଯାଉଛି । ସେ କହିଛନ୍ତି ଯେ, ମୁଁ ଶ୍ୱଶୁର ହେବାକୁ ଚାହୁଁ ନାହିଁ, ମୋତେ ବାପା ହିଁ ରହିବାକୁ ଦିଅନ୍ତୁ । କେବଳ ପାର୍ଥକ୍ୟ ହେଉଛି ମୋର ଆଉ ଏକ ପୁଅ ଆସିଯାଇଛି । ସେ ବାପାର ଦାୟିତ୍ୱକୁ ବହୁତ ଭଲ ଭାବରେ ନିର୍ବାହ କରିବାରେ ସକ୍ଷମ ବୋଲି କହିଛନ୍ତି ।