IND vs SA: ଦକ୍ଷିଣ ଆଫ୍ରିକାଠୁ ହାରିଲା ଭାରତ, ଏବେ ପାକିସ୍ତାନର କ'ଣ ହେବ; ଜାଣନ୍ତୁ ସେମିଫାଇନାଲ ରେସର ନୂଆ ସମୀକରଣ
Advertisement

IND vs SA: ଦକ୍ଷିଣ ଆଫ୍ରିକାଠୁ ହାରିଲା ଭାରତ, ଏବେ ପାକିସ୍ତାନର କ'ଣ ହେବ; ଜାଣନ୍ତୁ ସେମିଫାଇନାଲ ରେସର ନୂଆ ସମୀକରଣ

IND vs SA: ପାକିସ୍ତାନ ଦଳ ଓ ଫ୍ୟାନ୍ସଙ୍କ ନଜର ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ଉପରେ ଥିଲା । ଏହି ମ୍ୟାଚରେ ଭାରତର ବିଜୟ ପାକିସ୍ତାନର ଆଶାକୁ ଆହୁରି ମଜବୁତ କରିଥାନ୍ତା କିନ୍ତୁ ରବିବାର ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟିମ୍ ଇଣ୍ଡିଆକୁ ୫ ୱିକେଟରେ ପରାସ୍ତ କରିଛି । ଭାରତର ଏହି ପରାଜୟ ଯୋଗୁଁ ପାକିସ୍ତାନର ବର୍ତ୍ତମାନ ସେମିଫାଇନାଲରେ ପ୍ରବେଶ କରିବାର ରାସ୍ତା ଅତ୍ୟନ୍ତ କଠିନ ହୋଇପଡିଛି ।

IND vs SA: ଦକ୍ଷିଣ ଆଫ୍ରିକାଠୁ ହାରିଲା ଭାରତ, ଏବେ ପାକିସ୍ତାନର କ'ଣ ହେବ; ଜାଣନ୍ତୁ ସେମିଫାଇନାଲ ରେସର ନୂଆ ସମୀକରଣ

India vs South Africa T20 World Cup 2022: ପାକିସ୍ତାନର ଦ୍ରୁତ ବୋଲର ହ୍ୟାରିସ୍ ରାଉଫ କହିଛନ୍ତି ଯେ, ଟି-20 ବିଶ୍ୱକପରେ ପାକିସ୍ତାନ ରିଟର୍ଣ୍ଣ କରିବ । ନେଦରଲ୍ୟାଣ୍ଡ ବିପକ୍ଷ ରବିବାରର ମ୍ୟାଚ୍ ପୂର୍ବରୁ ରାଉଫ କହିଛନ୍ତି ଯେ, ପାକିସ୍ତାନ ପ୍ରାରମ୍ଭିକ ମ୍ୟାଚ୍ ହାରିଥାଇପାରେ କିନ୍ତୁ ସେମାନଙ୍କର ଅଭିଯାନ ଶେଷ ହୋଇ ନାହି । ଭାରତ ଓ ଜିମ୍ବାୱେ ବିପକ୍ଷରେ ପାକିସ୍ତାନ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । କିନ୍ତୁ ରବିବାର ପାକିସ୍ତାନ ନେଦରଲ୍ୟାଣ୍ଡକୁ ୬ଟି ୱିକେଟରେ ପରାସ୍ତ କରିଛି । ଏହା ପରେ ପାକିସ୍ତାନ ଦଳ ଓ ଫ୍ୟାନ୍ସଙ୍କ ନଜର ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ଉପରେ ଥିଲା । ଏହି ମ୍ୟାଚରେ ଭାରତର ବିଜୟ ପାକିସ୍ତାନର ଆଶାକୁ ଆହୁରି ମଜବୁତ କରିଥାନ୍ତା କିନ୍ତୁ ରବିବାର ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟିମ୍ ଇଣ୍ଡିଆକୁ ୫ ୱିକେଟରେ ପରାସ୍ତ କରିଛି । ଭାରତର ଏହି ପରାଜୟ ଯୋଗୁଁ ପାକିସ୍ତାନର ବର୍ତ୍ତମାନ ସେମିଫାଇନାଲରେ ପ୍ରବେଶ କରିବାର ରାସ୍ତା ଅତ୍ୟନ୍ତ କଠିନ ହୋଇପଡିଛି ।

ସୂଚନାଯୋଗ୍ୟ, ଗ୍ରୁପ୍-୨ର ସୁପର-୧୨ ମ୍ୟାଚରେ ଭାରତ ଓ ଜିମ୍ବାୱେ ଠାରୁ ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ପାକିସ୍ତାନର ସେମିଫାଇନାଲକୁ ଯିବା ପାଇଁ ରାସ୍ତା କଷ୍ଟକର ହୋଇପଡିଛି । ଭାରତର ଦକ୍ଷିଣ ଆଫ୍ରିକା ଠାରୁ ପରାଜୟ ପାକିସ୍ତାନର ରାସ୍ତାକୁ ଅଧିକ କଠିନ କରିଛି । ଗ୍ରୁପ୍-୨ରେ ରବିବାର ପାକିସ୍ତାନ ନେଦରଲ୍ୟାଣ୍ଡକୁ ପରାସ୍ତ କରି  ୨ ପଏଣ୍ଟ ହାସଲ କରିଛି । ଦଳ ବର୍ତ୍ତମାନ ଗ୍ରୁପ-୨ରେ ପଞ୍ଚମ ସ୍ଥାନରେ ରହିଛି । ଭାରତକୁ ପରାସ୍ତ କରିବା ପରେ ଦକ୍ଷିଣ ଆଫ୍ରିକାର ୫ ପଏଣ୍ଟ ହୋଇଯାଇଛି ଓ ସେ ଗ୍ରୁପ-୨ରେ ଟପରେ ଅଛି ।

୪ ପଏଣ୍ଟ ସହ ଭାରତ ଦ୍ୱିତୀୟ ଓ ଜିମ୍ବାୱେକୁ ରବିବାର ତିନି ରନରେ ପରାସ୍ତ କରିଥିବା ବାଂଲାଦେଶ ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ନେଟ୍ ରନ୍ ରେଟରେ ବାଂଲାଦେଶ ଭାରତ ପଛରେ ରହିଛି । ଜିମ୍ବାୱେ ଖାତାରେ ୩ ପଏଣ୍ଟ ରହିଛି । ସେ ମଧ୍ୟ ପାକିସ୍ତାନଠାରୁ ଆଗରେ ଅଛି । ଯଦି ପାକିସ୍ତାନକୁ ସେମିଫାଇନାଲରେ ପ୍ରବେଶ କରିବାର ଅଛି, ତେବେ ତାକୁ ନା କେବଳ ନିଜର ବାକି ଦୁଇଟି ମ୍ୟାଚ୍ ଜିତିବାକୁ ପଡିବ, ବରଂ ଅବଶିଷ୍ଟ ଦଳର ଜୟ-ପରାଜୟ ଉପରେ ନିର୍ଭର କରିବ । ନଭେମ୍ବର ୩ରେ ପାକିସ୍ତାନ ଦକ୍ଷିଣ ଆଫ୍ରିକା ଓ ନଭେମ୍ବର ୬ରେ ବାଂଲାଦେଶ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢ଼ନ୍ତୁ:-ଦକ୍ଷିଣ ଆଫ୍ରିକାଠୁ ଟିମ୍ ଇଣ୍ଡିଆ ପରାସ୍ତ ହେବା ପରେ ଅଧିନାୟକ ରୋହିତ ଶର୍ମା ଦେଲେ ବଡ଼ ବୟାନ, ଜାଣନ୍ତୁ ପରାଜୟ ପାଇଁ କାହାକୁ କଲେ ଦାୟୀ

ଅଧିକ ପଢ଼ନ୍ତୁ:-ଘରେ କର୍ପୂର ଜାଳିବାରୁ ହୋଇଥାଏ ଏହି ଜବରଦସ୍ତ ଲାଭ, ଜାଣି ଚକିତ ହେବେ ଆପଣ

ଏଠାରେ କହି ରଖୁଛୁ ଯେ, ଡେଭିଡ ମିଲର (୫୯ ଅପରାଜିତ) ଓ ଆଡେନ ମାର୍କ୍ରାମ (୫୨) ଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଯୋଗୁଁ ଦକ୍ଷିଣ ଆଫ୍ରିକା ଭାରତକୁ ୫ ୱିକେଟରେ ପରାସ୍ତ କରିଛି । ଭାରତର ୧୩୩ ରନର ଜବାବରେ ଦକ୍ଷିଣ ଆଫ୍ରିକା ୧୯.୪ ଓଭରରେ ୫ ୱିକେଟ୍ ହରାଇ ୧୩୭ ରନ କରି ସଫଳତାପୂର୍ବକ ଲକ୍ଷ୍ୟକୁ ହାସଲ କରିନେଇଥିଲା । ଭାରତ ପାଇଁ ଅର୍ଶଦୀପ ସିଂ ୨ଟି ୱିକେଟ୍ ନେଇଥିଲେ । ଏଥି ସହ ମହମ୍ମଦ ଶାମି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଆର ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।