Advertisement
Photo Details/zeeodisha/odisha2609488
photoDetails0hindi

Durlabh Shathghrahi Yog: ଶନିଙ୍କ ସମେତ ୬ବଡ଼ ଗ୍ରହ ମୀନ ରାଶିରେ ହେବେ ଏକାଠି, ଏହି ରାଶିକୁ ବଡ଼ ଲାଭ

Durlabh Shathghrahi Yog: ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ ଏବଂ ଅନ୍ୟ ଗ୍ରହ ସହ ସଂଯୋଗ ଜନ୍ମ ଜାତକରେ ପ୍ରଭାବ ପକାଇଥାଏ । ଫଳରେ ଜୀବନରେ ଉଭୟ ସକରାତ୍ମକ ଏବଂ ନକରାତ୍ମକ ଫଳାଫଳ ମିଳିଥାଏ ।

1/13

ମେଷ ରାଶି

ଗ୍ରହମାନଙ୍କ ବିଶେଷ ସଂଯୋଗରୁ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ । ବିଭିନ୍ନ କ୍ଷେତ୍ରରେ ବାଧା ଉପୁଜିପାରେ । ନିଜ କାମ ଏବଂ ବ୍ୟବସାୟ ପ୍ରତି ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ଅତ୍ୟଧିକ ଉତ୍ସାହର ସହ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଆପଣଙ୍କ ସାଥୀଙ୍କ ସହ ଆପଣଙ୍କ ସମ୍ପର୍କରେ ଭୁଲ୍ ବୁଝାମଣା ହୋଇପାରେ । ଆପଣଙ୍କୁ ଧର୍ଯ୍ୟ ଧରିବାର ଆବଶ୍ୟକତା ରହିଛି ।

2/13

ବୃଷ ରାଶି

ଗ୍ରହମାନଙ୍କର ସ୍ଥିତି ଆପଣଙ୍କ ପାଇଁ ଆର୍ଥିକ ଲାଭ ଆଣିଦେବ । କିଛି ଅପ୍ରତ୍ୟାଶିତ ଚ୍ୟାଲେଞ୍ଜ ଜୀବନରେ ଆସିପାରେ। ବ୍ୟବସାୟ ଏବଂ ସମ୍ପର୍କରେ ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ରହିଛି । କିନ୍ତୁ ଏହା ଅଧିକ ସମୟ ପର୍ଯ୍ୟନ୍ତ ରହିବ ନାହିଁ।

3/13

ମିଥୁନ ରାଶି

ଆପଣଙ୍କ ପାଇଁ ଏହା ସୁଯୋଗର ସମୟ। ମନରେ ସ୍ପଷ୍ଟତା ଏବଂ ସାଥୀଙ୍କ ସହିତ ଉତ୍ତମ ଯୋଗାଯୋଗର ଆବଶ୍ୟକତା ରହିଛି । ଶାନ୍ତ ଏବଂ ସ୍ଥିର ରହିଲେ ହିଁ ଆପଣ ଚ୍ୟାଲେଞ୍ଜଗୁଡ଼ିକୁ ସୁଯୋଗରେ ପରିଣତ କରିପାରିବେ ।

4/13

କର୍କଟ ରାଶି

ଆପଣଙ୍କ ପାଇଁ ଅନ୍ତର୍ଜ୍ଞାନକୁ ବୃଦ୍ଧି କରିବାର ସମୟ ଆସିଛି। ଅତ୍ୟଧିକ ସମ୍ବେଦନଶୀଳ ହେବା କାରଣରୁ ଚାପ ସୃଷ୍ଟି ହୋଇପାରେ । ଶାନ୍ତି ପାଇବା ପାଇଁ ଦୈନନ୍ଦିନ କିଛଇ ସମୟ ଧ୍ୟାନ କରନ୍ତୁ। କ୍ୟାରିୟର କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ସମୟ ଅନୁକୂଳ ରହିଛି ।

5/13

ସିଂହ ରାଶି

ନିଜ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ୍ ବ୍ୟକ୍ତିଗତ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ନମନୀୟତା ସ୍ୱଭାବ ହିଁ ଆପଣଙ୍କୁ ଶୁଭଫଳ ଆଣିଦେବ । ନିଜ ଆଚରଣ ଏବଂ ଉଚ୍ଚାରଣ ଦ୍ୱାରା ପ୍ରତିବନ୍ଧକଗୁଡ଼ିକୁ ଦୂର କରିପାରିବେ।

6/13

କନ୍ୟା ରାଶି

ଆପଣଙ୍କ ନିଜକୁ ଉଭୟ ମାନସିକ ଏବଂ ଶାରୀରିକ ଭାବରେ ଦୃଢ଼ ରଖିବାର ଆବଶ୍ୟକତା ଅଛି। କଠିନ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିପାରେ । ପ୍ରତିଟି କାର୍ଯ୍ୟ ପାଇଁ ପୂର୍ବ ପ୍ରସ୍ତୁତି ଜରୁରୀ । ଆତ୍ମ-ଯତ୍ନକୁ ପ୍ରାଥମିକତା ଦିଅନ୍ତୁ । ଏଥି ସହିତ ନୂତନ କୌଶଳ ଶିଖିବାକୁ ଚେଷ୍ଟା କରନ୍ତୁ 

 

7/13

ତୁଳା ରାଶି

ଗ୍ରହମାନଙ୍କର ପ୍ରଭାବରୁ ସମ୍ପର୍କରେ କିଛିଟା ଉତ୍ତେଜନା ପରିସ୍ଥିତି ଦେଖାଦେଇପାରେ । ସୃଜନଶୀଳ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଭଲ ଫଳାଫଳ ମିଳିବାର ସମ୍ଭାବନା ରହିଛି। ଆର୍ଥିକ କ୍ଷେତ୍ରରେ ଦୀର୍ଘକାଳୀନ ଲାଭ ଉପରେ ଧ୍ୟାନ ଦିଅନ୍ତୁ । ଋଣ ନେଇଥିଲେ ଏହାକୁ ପରିଶୋଧ କରିବାର ଏହା ସଠିକ୍ ସମୟ ହୋଇପାରେ। ସତର୍କତାର ସହ ଯୋଜନା କରିଥିବା କାର୍ଯ୍ୟ କରନ୍ତୁ ।

8/13

ବିଛା ରାଶି

ଗ୍ରହ ମାନଙ୍କ ସଂଯୋଗ ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । କ୍ୟାରିଅର କ୍ଷେତ୍ରରେ ଶୁଭଫଳ ମିଳିବ । ବ୍ୟକ୍ତିଗତ ଅଭିବୃଦ୍ଧି ହେବ । ସମ୍ପର୍କରେ ପରିବର୍ତ୍ତନ ଆସିବ । ସାଥୀଙ୍କ ସହିତ ଖୋଲାମନରେ କଥା ହୁଅନ୍ତୁ । କାହା ସହ କୌଣସି ଭୁଲ ବୁଝାମଣାରୁ ଦୂରେଇ ରୁହନ୍ତୁ । ସ୍ୱଚ୍ଛତା ଏବଂ ଯୋଗାଯୋଗ ଆପଣଙ୍କ ସମ୍ପର୍କକୁ ମଜବୁତ କରିବ। ନିଜ ମଧ୍ୟରେ ଦୟା ଏବଂ ଧୈର୍ଯ୍ୟର ଆବଶ୍ୟକତା ରହିଛି । ଏହି ଗୁଣ ଆପଣଙ୍କୁ ମାନସିକ ଶାନ୍ତି ଏବଂ ସକାରାତ୍ମକ ଫଳାଫଳ ହାସଲ କରିବାରେ ସାହାଯ୍ୟ କରିବ।

9/13

ଧନୁ ରାଶି

ଆପଣ କର୍ମକ୍ଷେତ୍ରରେ କାର୍ଯ୍ୟ ଚାପ ହେତୁ ଅସୁବିଧାରେ ପଡ଼ିପାରନ୍ତି । ବ୍ୟକ୍ତିଗତ ଜୀବନ ଏବଂ ସମ୍ପର୍କ ପ୍ରଭାବିତ ହୋଇପାରେ । ଭ୍ରମଣର ସୁଯୋଗ ମିଳିବ । ନୂଆ କୌଶଳ ଶିଖିବାକୁ ଚେଷ୍ଟା କରନ୍ତୁ । ଗୁରୁତ୍ୱପୂର୍ଣ୍ଣ ଜିନିଷ କ୍ରୟ କରିବା ସମୟରେ ସତର୍କ ରୁହନ୍ତୁ ।

10/13

ମକର ରାଶି

ଗ୍ରହମାନଙ୍କ ସଂଯୋଗ ଆପଣଙ୍କ ପାଇଁ ନୂତନ ସୁଯୋଗ ଆଣିଦେବ । ନୂଆ ବ୍ୟବସାୟ ପାଇଁ ଯୋଜନା କରିପାରନ୍ତି । ନିଜ ରଣନୀତି ଉପରେ କାମ କରିବା ପାଇଁ ଏହା ଉପଯୁକ୍ତ ସମୟ। ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ-ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତୁ । ସମୟ ପାଇଲେ ସକାଳେ ଧ୍ୟାନ କରନ୍ତୁ । ସନ୍ତୁଳନ ମାଧ୍ୟମରେ ଆପଣ ସ୍ଥିରତା ହାସଲ କରିପାରିବେ।

11/13

କୁମ୍ଭ ରାଶି

ଆର୍ଥିକ ମାମଲାରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । ଅପ୍ରତ୍ୟାଶିତ ଖର୍ଚ୍ଚ କାରଣରୁ ଆପଣଙ୍କ ବଜେଟ୍ ପ୍ରଭାବିତ ହୋଇପାରେ। ଗ୍ରହମାନଙ୍କ ସଂଯୋଗ ଆପଣଙ୍କ ସୃଜନଶୀଳ ଶକ୍ତିକୁ ପୁନଃ ପ୍ରଜ୍ୱଳିତ କରିବ । ଜୀବନରେ ନୂଆ ପଥ ଅନୁସନ୍ଧାନ କରିବାକୁ ପ୍ରେରଣା ଦେବ। ପାରିବାରିକ ସମସ୍ୟା ପୁନର୍ବାର ଦେଖାଦେଇପାରେ । ତେଣୁ ନିଜ ମଧ୍ୟରେ ଧର୍ଯ୍ୟ ବଜାୟ ରଖନ୍ତୁ । ବୁଦ୍ଧିମତାର ସହିତ କାର୍ଯ୍ୟ କରନ୍ତୁ ଯାହା ଦ୍ୱାରା କୌଣସି ବିବାଦ ସୃଷ୍ଟି ନହୁଏ।

12/13

ମୀନ ରାଶି

ଗ୍ରହମାନଙ୍କ ସଂଯୋଗ ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ପରିବର୍ତ୍ତନର ସମୟ ଆଣିବ। ପୁରୁଣା ଚିନ୍ତାରୁ ବାହାରିବାକୁ ଚେଷ୍ଟା କରନ୍ତୁ । ଆତ୍ମ-ଯତ୍ନକୁ ପ୍ରାଥମିକତା ଦିଅନ୍ତୁ। ଦୂରଦୃଷ୍ଟିପୂର୍ଣ୍ଣ ଲକ୍ଷ୍ୟ ପଛରେ ଗୋଡ଼ାଇବା ପରିବର୍ତ୍ତେ, ବର୍ତ୍ତମାନ ସକାରାତ୍ମକ ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଧୈର୍ଯ୍ୟ ଏବଂ ସ୍ଥିରତାକୁ ନିଜର ଅଭ୍ୟାସ କରନ୍ତୁ, ଯାହା ଦ୍ଵାରା ଆପଣ ସଫଳତା ପାଇପାରିବେ।

13/13

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।