Top 10 News: ବ୍ଲାକ୍‌ ରୋଜ୍‌ ଜାହାଜ ବୁଡି ଘଟଣାର ହେବ ତଦନ୍ତ ଓ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2609984

Top 10 News: ବ୍ଲାକ୍‌ ରୋଜ୍‌ ଜାହାଜ ବୁଡି ଘଟଣାର ହେବ ତଦନ୍ତ ଓ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ବ୍ଲାକ୍‌ ରୋଜ୍‌ ଜାହାଜ ବୁଡି ଘଟଣାର ହେବ ତଦନ୍ତ ଓ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01-  ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି ଡୋନାଲଡ ଟ୍ରମ୍ପ । ଶପଥ ସମାରୋହ ପାଇଁ କ୍ୟାପିଟାଲ ହିଲ୍‌ ଅଭିମୁଖେ ବାହାରିଛି ଟ୍ରମ୍ଫଙ୍କ କାରକେଡ୍‌ । ଏହି ଶପଥ ସମାରୋହ ଉତ୍ସବରେ ବିଭିନ୍ନ ଦେଶର ପ୍ରତିନିଧିମାନେ ସାମିଲ ହୋଇଛନ୍ତି ।

Headlines 02- ପ୍ରଥମଶ୍ରେଣୀରେ ନାମ ଲେଖାଇବାକୁ ହେଲେ ପିଲାଙ୍କୁ ଏବେ ୫ ବର୍ଷ ନୁହେଁ ବରଂ ୬ ବର୍ଷ ବୟସ ଯାଏଁ ଅପେକ୍ଷା କରିବାକୁ ପଡ଼ିବ। ଏହାସହିତ ସବୁ ପ୍ରାଥମିକ ସ୍କୁଲରେ ପ୍ରାକ୍ବିଦ୍ୟାଳୟ ଶିକ୍ଷାଭାବରେ ‘ଶିଶୁ ବାଟିକା’ ଖୋଲିବ । ଯେଉଁଥିରେ ୫-୬ବର୍ଷ ବୟସର ପିଲାମାନଙ୍କୁ ‘ପ୍ରି ସ୍କୁଲ ଶିକ୍ଷା’ ମିଳି ପାରିବ। ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ ମସିହାରୁ ରାଜ୍ୟରେ ଏହି ନୂଆ ନିୟମ ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ଏହି ବିଜ୍ଞପ୍ତି ଜାରି କରାଯାଇଛି ।

Headlines 03- କୋଲକାତା ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସଂଜୟ ରାୟଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଛି । ଦଣ୍ଡାଦେଶ ଶୁଣାଇଛନ୍ତି ସିଆଲଦା କୋର୍ଟ । ଏଥିସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି । ଏହା ବିରଳରୁ ବିରଳତମ ମାମଲା ନୁହେଁ ବୋଲି କୋର୍ଟ କହିଲେ । ଗତ ୧୮ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସଂଜୟ । ସଞ୍ଜୟକୁ ଆଜୀବନ ସଜା ପରେ ସିଆଲଦା କୋର୍ଟ ବାହାରରେ ଜନଗହଳୀ ବଢିବାରେ ଲାଗିଛି ।

Headlines 04- ଭୁବନେଶ୍ୱରରେ ପହଞ୍ଚିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଆସୁ ଆସୁ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ଉପରେ ବର୍ଷିଛନ୍ତି। ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋଦୀ ସମ୍ବିଧାନ ଗୌରବ ଦିବାସ କଥା କହୁଥିବା ସମୟରେ ସାମ୍ନାକୁ ଆସିଛି କଂଗ୍ରେସର ସମ୍ବିଧାନ ବିରୋଧୀ ମନୋଭାବ । ନେହରୁ ଆମ୍ବେଦକରଙ୍କ ବିରୋଧୀ ଥିଲେ । ୧୯୫୨, ୫୪ ନିର୍ବାଚନରେ ଆମ୍ବେଦକରଙ୍କୁ ହରାଇଥିଲା କଂଗ୍ରେସ । ଦଳିତ, ଗରିବ, ଓବିସିଙ୍କ କଥା ଉଠାଉଥିବାରୁ ଆମ୍ବେଦକରଙ୍କୁ ବିରୋଧ କରୁଥିଲେ ବୋଲି ଅନୁରାଗ କହିଛନ୍ତି ।

Headlines 05- ସାଧାରଣ ନିର୍ବାଚନ ବେଳେ ଅଟୋ ଡ୍ରାଇଭର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଶୋକ ମହାନନ୍ଦକୁ ଗିରଫ କରିଛି ପୋଲିସ । ଛତିଶଗଡ଼ ରାୟପୁରର ଏକ ଫ୍ୟାକ୍ଟ୍ରିରେ ପ୍ରକୃତ ନାଁ ଲୁଚାଇ ସେ କାମ କରୁଥିଲା । ମେ ୨୦ରେ ସରସରା ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଭୋଟରଙ୍କୁ ଅଟୋରେ ନେଇ ଯିବା ସମୟରେ ହତ୍ୟା କରିଥିଲା ଅଭିଯୁକ୍ତ ।

Headlines 06- ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ  ଓଡିଶା ଓ ଛତିଶଗଡ଼ ପୋଲିସ  ଏବଂ ସିଆପିଏଫ ଯବାନଙ୍କ ଏକ ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ ହୋଇଥିଲା।  ଏହି ଅଭିଯାନରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର, ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହା ସହ ସମ୍ପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ତଲାସି ଅଭିଯାନ ଜାରି ରହିଛି। 

Headlines 07- ଆସନ୍ତା ୨୪ ତାରିଖରୁ ରାଜ୍ୟରେ ଆବାସ ସର୍ଭେ କରାଯିବ । ଭିନ୍ନେ ହୋଇଥିବା ପୁଅଙ୍କୁ ବି ଆବାସ ମିଳିବ । ସ୍ୱାମୀଠାରୁ ଅଲଗା ରହୁଥିଲେ ବି ଆବାସ ପାଇଁ ପତ୍ନୀ ଆବେଦନ କରିପାରିବେ । ଖାଲି ସେତିକି ନୁହେଁ ଘରେ ମଟର ସାଇକେଲ ଓ ଫ୍ରିଜ୍ ଥିଲେ ମଧ୍ୟ ଆବାସ ମିଳିବ । 

Headlines 08- ଥମିବାର ନାଁ ନେଉନି ଚାଷୀ ଅସନ୍ତୋଷ । ରାୟଗଡ଼ା ଜିଲ୍ଲା ଖିଲାମୁଣ୍ଡାରେ ମଣ୍ଡି ଅବ୍ୟବସ୍ଥା କାରଣକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ପଦ୍ମପୁର ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ ଧାରଣାରେ ବସିଛନ୍ତି ଶତାଧିକା ଚାଷୀ ।

Headlines 09- ୬ଟି ଗ୍ରହଙ୍କୁ ନେଇ ବିରଳ ମହଜଗତିକ ଦୃଶ୍ୟ ଆସନ୍ତା ଜାନୁଆରି ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଦେଖିବାକୁ ମିଳିବ । ଏହି ଗ୍ରହଗୁଡ଼ିକ ଏକ ସରଳ ରେଖାରେ ରହିବା ଦ୍ୱାରା ଆକାଶରେ ଏକ ସୁନ୍ଦର ଦୃଶ୍ୟ ଦେଖିହେବ । ସର୍ବସାଧାରଣ ମାନଙ୍କ ପାଇଁ ଏଥିନିମନ୍ତେ ବ୍ୟବସ୍ଥା କରାଯାଇଛି । ବିଜ୍ଞାନ ଓ କାରିଗରୀ ବିଭାଗ ଅଧୀନରେ ଥିବା ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଏହି ବିରଳ ଦୃଶ୍ୟ ଦେଖିବାର ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି । ସୋମବାର ବ୍ୟତୀତ ଏହି ଦିନଗୁଡ଼ିକରେ ସନ୍ଧ୍ୟା ସାଢ଼େ ୫ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଏଭଳି ବିରଳ ଦୃଶ୍ୟ ଦେଖିପାରିବେ।

Headlines 10- ପାରାଦୀପରେ ବ୍ଲାକ୍‌ ରୋଜ୍‌ ଜାହାଜ ବୁଡି ଘଟଣାର ତଦନ୍ତ କରାଯିବ । ଏହି ଜାହାଜରେ କିଏ ମାଲ ଆଣୁଥିଲା ଏବଂ ଏହାର ପରିମିଟ ଓ ଲାଇସେନ୍ସ ଥିଲା କି ନାହିଁ ସେନେଇ ତଦନ୍ତ କରାଯିବ । ଏଥିସହ ଯାହାଜରେ କ’ଣ ଦେଣ ନେଣ ହେଉଥିଲା, ତା’ର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ନିଷ୍ପତ୍ତି ନେବେ । ଏନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା।

Also Read- ଓଡ଼ିଶାକୁ ବିହାର ଷ୍ଟେଟ୍ ବନେଇଦେବି, ନିଶା ମହାରଣାଙ୍କ ବିବାଦୀୟ ମନ୍ତବ୍ୟ...

Also Read- Ollywood News: ରଙ୍ଗଶୁର: ପ୍ରକୃତି ଓ ପରମ୍ପରାର ସ୍ୱର