ପିଲାଙ୍କୁ ୬ ବର୍ଷ ନହେଲେ ସ୍କୁଲରେ ଆଡମିଶନ ହେବନି
Advertisement
Article Detail0/zeeodisha/odisha2609917

ପିଲାଙ୍କୁ ୬ ବର୍ଷ ନହେଲେ ସ୍କୁଲରେ ଆଡମିଶନ ହେବନି

ପ୍ରଥମଶ୍ରେଣୀରେ ନାମ ଲେଖାଇବାକୁ ହେଲେ ପିଲାଙ୍କୁ ଏବେ ୫ ବର୍ଷ ନୁହେଁ ବରଂ ୬ ବର୍ଷ ବୟସ ଯାଏଁ ଅପେକ୍ଷା କରିବାକୁ ପଡ଼ିବ।

ପିଲାଙ୍କୁ ୬ ବର୍ଷ ନହେଲେ ସ୍କୁଲରେ ଆଡମିଶନ ହେବନି

ଭୁବନେଶ୍ୱର: ଏଣିକି ପ୍ରାଥମିକ ବିଦ୍ୟାଳୟରେ ଖୋଲିବ ପ୍ରାକ୍ ବିଦ୍ୟାଳୟ ଶିକ୍ଷା । ଆଉ ପ୍ରଥମଶ୍ରେଣୀରେ ନାମ ଲେଖାଇବାକୁ ହେଲେ ପିଲାଙ୍କୁ ଏବେ ୫ ବର୍ଷ ନୁହେଁ ବରଂ ୬ ବର୍ଷ ବୟସ ଯାଏଁ ଅପେକ୍ଷା କରିବାକୁ ପଡ଼ିବ। ୬ ବର୍ଷ ହେବାପରେ ପିଲାଙ୍କୁ ନାମ ଲେଖାଇବାକୁ ଅନୁମତି ମିଳିବ। ଏହାସହିତ ସବୁ ପ୍ରାଥମିକ ସ୍କୁଲରେ ପ୍ରାକ୍ବିଦ୍ୟାଳୟ ଶିକ୍ଷାଭାବରେ ‘ଶିଶୁ ବାଟିକା’ ଖୋଲିବ । ଯେଉଁଥିରେ ୫-୬ବର୍ଷ ବୟସର ପିଲାମାନଙ୍କୁ ‘ପ୍ରି ସ୍କୁଲ ଶିକ୍ଷା’ ମିଳି ପାରିବ।

ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ ମସିହାରୁ ରାଜ୍ୟରେ ଏହି ନୂଆ ନିୟମ ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ଏହି ବିଜ୍ଞପ୍ତି ଜାରି କରାଯାଇଛି । ‘ଜାତୀୟ ଶିକ୍ଷା ନୀତି-୨୦୨୦’ ଅନୁସାରେ ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଏହି ନୂଆ ନିୟମ ଲାଗୁ ହେବ। ଚଳିତ ଶିକ୍ଷବର୍ଷରୁ ଅର୍ଥାତ୍ ସେପ୍ଟେମ୍ବର ୧ ସୁଦ୍ଧା ପିଲାର ବୟସ ୬ ବର୍ଷରୁ ଊର୍ଦ୍ଧ୍ବ ହେବା ଆବଶ୍ୟକ । 

ତେବେ ଓଡ଼ିଶାରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ କାର୍ଯ୍ୟାନ୍ୱୟନ ଉପରେ ଏକ ତିନି ଦିନିଆ ଜାତୀୟ କର୍ମଶାଳା ଜାନୁଆରୀ ୨୧ ରୁ ୨୩, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।  ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Also Read- Ollywood News: ରଙ୍ଗଶୁର: ପ୍ରକୃତି ଓ ପରମ୍ପରାର ସ୍ୱର

Also Read- Durlabh Shathghrahi Yog: ଶନିଙ୍କ ସମେତ ୬ବଡ଼ ଗ୍ରହ ମୀନ ରାଶିରେ ହେବେ ଏକାଠି, ଏହି ରାଶିକୁ ବଡ଼ ଲାଭ